/odishatv-khabar/media/post_attachments/uploadimage/library/16_9/16_9_0/Arun_Sahoo_1704596491.jpg)
Arun Sahoo
ନୟାଗଡ଼ରେ କଟନୀଛଟନୀକୁ ନେଇ ଚାଷୀଙ୍କ ଜୋରଦାର ପ୍ରତିବାଦ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ସହ ପୁଣି ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କୁ ଟାର୍ଗେଟ କଲେ ଚାଷୀ । ଶତାଧିକ ଚାଷୀ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ । ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମଣ୍ଡିରେ କଟନୀଛଟନୀ ଓ ଦଲାଲରାଜକୁ ବିରୋଧ କରାଯାଇଛି ।
ଅଭିଯୋଗ ହୋଇଛି ଯେ, ସବୁ ବର୍ଷ ନୟାଗଡ଼ ଜିଲ୍ଲାରେ ମଣ୍ଡିରେ ୮ରୁ ୧୦ କେଜି ଧାନ କଟନୀ ଛଟନୀ କରାଯାଉଛି । ମିଲରମାନେ ଆଗୁଆ ଦଲାଲଙ୍କ ମାଧ୍ୟମରେ ଧାନ କିଣୁଛନ୍ତି । ଚାଷୀଙ୍କ ଆନ୍ଦୋଳନ ପରେ କଟନୀ ଛଟନୀ ରୋକିବା ପାଇଁ ସ୍କ୍ୱାଡ ଗଠନ କରାଯିବା ସହ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନୟାଗଡ଼ ଜିଲ୍ଲାପାଳ l
ତେବେ ଚାଷୀଙ୍କ ଅଭିଯୋଗ ନେଇ ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
କିଛି ଦିନ ଏଥିପାଇଁ ପୂର୍ବରୁ ଅରୁଣଙ୍କ ଗଡ଼ରେ ଅରୁଣଙ୍କୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ନୟାଗଡ଼ ନିର୍ବାଚନ ମଣ୍ଡଳିକୁ ଅରୁଣଙ୍କ ଗଡ଼ କୁହାଯାଉଥିବା ବେଳେ ସେଠି ନିଜ ଗଡ଼ରେ ଅରୁଣଙ୍କୁ ଅଡ଼ୁଆ ହେଉଥିବା ଦେଖାଯାଇଥିଲା । ଖୋଲାଖୋଲି ଭାବେ ଅରୁଣଙ୍କୁ ବିରୋଧ କରିଥିଲେ ଚାଷୀ । ପ୍ରଶାସନିକ ଅଧିକାରୀଙ୍କ ଆଗରେ ଅରୁଣଙ୍କ ବିରୋଧରେ ନାରାବାଜି କରିଥିଲେ ଚାଷୀ । ଶେଷରେ ଉପଜିଲ୍ଲାପାଳ ବୁଝାସୁଝା କରିବା ପରେ ଶାନ୍ତ ପଡ଼ିଥିଲେ ।
ପୁରା କାହାଣୀଟି ହେଲା, ନୟାଗଡ଼ରେ ଧାନ ମଣ୍ଡି ଆରମ୍ଭରୁ ଟେନସନ ଦେଖାଯାଇଥିଲା । କଟନୀ ଛଟନୀ ବନ୍ଦ ଦାବିରେ ତାତିଥିଲେ ଚାଷୀ। ଚାଷୀଙ୍କୁ ସାମ୍ନା କରି ନପାରି ଆଲୋଚନା କରିବା କହି ପଳାଇଥିଲେ ନୟାଗଡ଼ ବିଧାୟକ ଅରୁଣ ସାହୁ। ନୟାଗଡ଼ରେ ଧାନ ମଣ୍ଡି ଉଦଘାଟନ ବେଳେ ବିଧାୟକ ଅରୁଣ ସାହୁଙ୍କୁ ଚାଷୀ ବିରୋଧ କରିଥିଲେ l ଏହି ସମୟରେ ପ୍ରଶାସକ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)