• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଆଜି ସୁପ୍ରିମକୋର୍ଟରେ ବଂଶଧାରା ଜଳବିବାଦ ମାମଲାର ଶୁଣାଣି । ବଂଶଧାରା ଜଳବିବାଦ ଟ୍ରିବୁନାଲଙ୍କ ରାୟକୁ ବିରୋଧ କରି ଓଡ଼ିଶା ପକ୍ଷରୁ କୋର୍ଟରେ କରାଯାଇଥିବା ୩ଟି ସ୍ପେଶାଲ ଲିଭ ପିଟିସନ ଉପରେ ଆଜି ଶୁଣାଣି ହେବ । ମାମଲା ସଂପର୍କରେ ଅତିରିକ୍ତ ଦସ୍ତାବିଜ ଦାଖଲ କରିବାକୁ ଗତମାସ ୯ ତାରିଖରେ ରାଜ୍ୟ ସରକାର କୋର୍ଟଙ୍କୁ ଅନୁମତି ମାଗିଥିଲେ । ଦସ୍ତାବିଜ ପ୍ରଦାନରେ ବିଳମ୍ବର କାରଣ ଦର୍ଶାଇ ଖଣ୍ଡପୀଠ ଓଡ଼ିଶାକୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅପରପକ୍ଷରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଓଡ଼ିଶାର ଆବେଦନ ଉପରେ ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଥିଲେ ଆଜି ଓଡ଼ିଶା ପକ୍ଷରୁ ପ୍ରଥମେ ଯୁକ୍ତି ଉପସ୍ଥାପନ କରିବାର ସମ୍ଭାବନା ରହିଛି ।

ସୂଚନା ଅନୁସାରେ  ପୂର୍ବରୁ ବଂଶଧାରା ଜଳ ଉପରେ ଉଭୟ ରାଜ୍ୟର ଅଧିକାର ରହିବା ନେଇ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଆନିକଟ ନିର୍ମାଣ ଲାଗି ଆବଶ୍ୟକ ୧୦୬ ଏକର ଜମି ଓଡିଶା ସରକାର ଅଧିଗ୍ରହଣ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

ପୂର୍ବରୁ ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦ ଦୀର୍ଘ ବର୍ଷ ଧରି ଚାଲି ଆସିଛି । ଏହାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ମଧ୍ୟ କରାଯାଇଛି । ପୂର୍ବରୁ ଏହି ବିବାଦ ନେଇ ଅନେକ ଥର ଶୁଣାଣି ହୋଇଛି । ହେଲେ ସମାଧାନ ହୋଇପାରି ନାହିଁ ।