Countries putting emphasis on traditional herbal systems to fight COVID-19 pandemic: PM Modi
ଗୁଜରାଟ ଜାମନଗରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହି ଅବସରରେ ମୋଦି କହିଛନ୍ତି ଯେ,କରୋନା କାଳରେ ଲୋକଙ୍କୁ ସହାୟକ ହୋଇଛି ପାରଂପରିକ ଜଡ଼ିବୁଟି । ଏହାର ବ୍ୟବହାର ଦ୍ୱାରା ଲୋକଙ୍କୁ ମିଳିଛି ଲାଭ ଆଉ ଏବେ ଏହି ପାରଂପରିକ ଜଡ଼ିବୁଟିକୁ ଦୁନିଆ ଆଗରେ ରଖିବାର ସମୟ ଆସିଛି ।
Countries putting emphasis on traditional herbal systems to fight COVID-19 pandemic: PM Modi
Read @ANI Story | https://t.co/isBnZnpIKU#PMModi#Gujaratpic.twitter.com/kuj2QYXaDU
— ANI Digital (@ani_digital) April 19, 2022
ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ୍ ଆଧାନମ୍ ଉପସ୍ଥିତ ଥିବା ବେଳେ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂରେ ସାମିଲ ହୋଇଥିଲେ । ତେବେ ଜାମନଗରରେ ହେବାକୁ ଥିବା ଏହି କେନ୍ଦ୍ରରେ ପାରଂପରିକ ଔଷଧକୁ ବୈଜ୍ଞାନିକ ଉପାୟରେ ଆହୁରି ଉନ୍ନତମାନର କରିବାର କାମ କରାଯିବ ଦୁନିଆର ଅନ୍ୟ ଦେଶମାନେ ମଧ୍ୟ ଏହାର ସୁଫଳ ପାଇବେ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୋଗ ଉପରେ ଗୁରୁତ୍ୱ ଦେବା ସହ ଏହାର ସୁଫଳ ସଂପର୍କରେ ମଧ୍ୟ କହିଛନ୍ତି କେବଳ ଏତିକି ନୁହେଁ, ଭାରତର ଭାବନା ବସୁଧୈବ କୁଟୁମ୍ବକମ୍ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଜୋର୍ ଦେଇଛନ୍ତି । ଭାରତ ସାରା ବିଶ୍ୱକୁ ନିଜର ପରିବାର ବୋଲି ଭାବେ ତେଣୁ ସାରା ବିଶ୍ୱ କିଭଳି ସୁସ୍ଥ ରହିବ ସେ ନେଇ ଏହା ଏକ ପଦକ୍ଷେପ ବୋଲି ମୋଦି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)