• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ପାଇଁ ଆସିଥିବା ବହି କବାଡ଼ିବାଲାଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ସ୍କୁଲରୁ ବହି ନେଇ ଯାଉଥିବା ଅଟୋକୁ ଅଟକ ରଖିଛନ୍ତି ଗାଁ ଲୋକେ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ସର୍ଗିଗଡ଼ ପ୍ରକଳ୍ପ ବିଦ୍ୟାଳୟରୁ ଗୋଟିଏ ଅଟୋରେ ପ୍ରାୟ ୩ ହଜାର ବହି ବୋଝେଇ ହୋଇ ଯାଉବା ସମୟରେ ଗାଁ ଲୋକେ ଏହା ଦେଖି ସଂପୃକ୍ତ ଅଟୋକୁ ଅଟକାଇବା ସହ ଡ୍ରାଇଭରକୁ ପଚରାଉଚରା କରିଥିଲେ । ଯାହା ପରେ ଜଣାପଡିଥିଲା ଯେ, ସେ ସ୍କୁଲରୁ ବହି ନେଇ ଯାଉଥିଲେ ।

ତେବେ ଅଟରୋ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷର ବହି ଥିଲା ଏହି ବହି ସ୍କୁଲରେ ପିଲାଙ୍କୁ ମାଗଣାରେ ବଣ୍ଟାଯିବା ପାଇଁ ଆସିଥିଲା ବୋଲି କୁହାଯାଇଛି ।

ଅନ୍ୟପକ୍ଷେ, ଏନେଇ ସ୍କୁଲ୍‌ର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଛୁଟିରେ ଥିଲେ । ଏଣୁ ବହି ବିକ୍ରି ହୋଇଥିବା ସଂପର୍କରେ ସେ ଜାଣନ୍ତି ନାହିଁ ତା ଛଡ଼ା ଅଟକ ଥିବା ଅଟୋରେ ଅନ୍ୟ କେଉଁ ସ୍କୁଲର ବହିଥିବ ବୋଲି ମଧ୍ୟ ସେ କହିଛନ୍ତି ।