Advertisment

RCB Won: ୧୦ ବର୍ଷ ପରେ ଓ୍ବାଙ୍ଖେଡେରେ ବିଜୟର ସ୍ବାଦ ଚାଖିଲା ଆରସିବି

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଚମତ୍କାର ପ୍ରଦର୍ଶନ ଦୋହରାଇଛି। ରଜତ ପଟିଦାରଙ୍କ ନେତୃତ୍ବରେ ଦଳ ଚମତ୍କାର ପ୍ରଦର୍ଶନ କରିବା ସହ ରେକର୍ଡ ପରେ ରେକର୍ଡ ନିଜ ନାମରେ କରିଛି। ଦୀର୍ଘ ୧୭ ବର୍ଷ ପରେ ଚେନ୍ନାଇରେ ରଜତ ପଟିଦାର ବିଜୟ ଧ୍ବଜା ଉଡାଇଥିବା ବେଳେ ସୋମବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଦୀର୍ଘ ୧୦ ବର୍ଷ ପରେ ବିଜୟ ହାସଲ କରିଛି। କଡା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆରସିବି ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
RCB

RCB

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଚମତ୍କାର ପ୍ରଦର୍ଶନ ଦୋହରାଇଛି। ରଜତ ପଟିଦାରଙ୍କ ନେତୃତ୍ବରେ ଦଳ ଚମତ୍କାର ପ୍ରଦର୍ଶନ କରିବା ସହ ରେକର୍ଡ ପରେ ରେକର୍ଡ ନିଜ ନାମରେ କରିଛି। ଦୀର୍ଘ ୧୭ ବର୍ଷ ପରେ ଚେନ୍ନାଇରେ ରଜତ ପଟିଦାର ବିଜୟ ଧ୍ବଜା ଉଡାଇଥିବା ବେଳେ ସୋମବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଦୀର୍ଘ ୧୦ ବର୍ଷ ପରେ ବିଜୟ ହାସଲ କରିଛି। କଡା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆରସିବି ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଶେଷ ଥର ପାଇଁ ୨୦୧୫ରେ ଆରସିବି ଏହି ଗ୍ରାଉଣ୍ଡରେ ବିଜୟୀ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ମ୍ୟାଚ ଅଧାରୁ ତିଲକଙ୍କୁ ଫେରାଇ ନେଲା ମୁମ୍ବାଇ, ସମାଲୋଚନାର ଶିକାର ହେଲେ କୋଚ

ଆରସିବି ୨୦ ଓଭରରେ ୫ ୱିକେଟ ହରାଇ ୨୨୧ ରନ କରିଥିଲା। ଜବାବରେ ମୁମ୍ବାଇ ୨୦ ଓଭରରେ ୯ ୱିକେଟ ହରାଇ ୨୦୯ ରନ କରିଥିଲା। ମ୍ୟାଚ ଅନ୍ତିମ ଓଭରକୁ ଯାଇଥିବା ବେଳେ କୃଣାଲ ପାଣ୍ଡ୍ୟାଙ୍କ ଘାତକ ବୋଲିଂ କରି ଆରସିବିକୁ ବିଜୟୀ କରିଥିଲେ। ତିଲକ ବର୍ମା ୫୬ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ୪୨ ରନକରି ମୁମ୍ବାଇକୁ ବିଜୟର ନିକଟତର କରିଥିଲେ ହେଁ ଆରସିବି ବୋଲରମାନେ ଠିକ୍‌ ସମୟରେ ଧୈର୍ଯ୍ୟ ଦେଖାଇ ବାଜି ମାରିଥିଲେ।

Advertisment

ଶେଷ ଓଭରରେ ବିଜୟ ପାଇଁ ୧୯ ରନ ଦରକାର ଥିଲା। କୃଣାଲ ପାଣ୍ଡ୍ୟା ମାତ୍ର ୬ ରନ ଦେଇ ୩ଟି ଉଇକେଟ ନେବା ସହ ମୁମ୍ବାଇକୁ ହରାଇଥିଲେ। ୧୦ ବର୍ଷ ପରେ ଓ୍ବାଙ୍ଖେଡେରେ ଏହାଥିଲା ଆରସିବିର ପ୍ରଥମ ବିଜୟ। ଆରସିବି ୪ ମ୍ୟାଚରୁ ୩ୟ ବିଜୟ ହାସଲ କରିଥିବାବେଳେ ମୁମ୍ବାଇ ୫ ମ୍ୟାଚରୁ ୪ର୍ଥ ପରାଜୟ ବରଣ କରିଛି।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆରସିବି ମାତ୍ର ୪ ରନରେ ଫିଲିପ୍‌ ସଲ୍ଟଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ବିରାଟ କୋହଲି ଓ ଦେବଦତ୍ତ ପଡିକଲ ଦଳର ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ଦୁହେଁ ୫୨ ବଲ୍‌ରୁ ୯୧ ରନ ଯୋଗ କରିବାପରେ ପଡିକଲଙ୍କୁ ଆଉଟ କରି ମୁମ୍ବାଇକୁ ସଫଳତା ଦେଇଥିଲେ ବିଘ୍ନେଶ ପୁଥୁର। ପଡିକଲ ୨୨ ବଲ୍‌ରୁ ୩୭ (୨ ଚୌକା, ୩ ଛକା) ରନ କରିଥିଲେ। କୋହଲି ଅର୍ଦ୍ଧଶତକ ହାସଲ କରିବା ୪୨ ବଲ୍‌ରୁ ୬୭ (୮ ଚୌକା, ୨ ଛକା) ରନ କରିଥିଲେ।

ଶେଷ ଭାଗରେ ଅଧିନାୟକ ରଜତ ପଟିଦାର ଓ ଜୀତେଶ ଶର୍ମା ଦ୍ରୁତ ହାରରେ ରନ ସଂଗ୍ରହ କରି ଆରସିବି ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଉଭୟ ୫ମ ଉଇକେଟରେ ମାତ୍ର ୨୭ ବଲ୍‌ରୁ ୬୯ ରନ ଯୋଡିଥିଲେ। ପଟିଦାର ୧୯ତମ ଓଭରର ଶେଷ ବଲ୍‌ରେ ଆଉଟ ହୋଇଥିଲେ। ସେ ୩୨ ବଲ୍‌ରୁ ୫ ଚୌକା ଓ ୪ ଛକା ସହାୟତାରେ ୬୪ ରନ କରିଥିଲେ। ଜୀତେଶ ମାତ୍ର ୧୯ ବଲ୍‌ରୁ ୪୦ (୨ଚୌକା, ୪ଛକା) ରନରେ ଅପରାଜିତ ରହିବାରୁ ଆରସିବି ସ୍କୋର ୨୨୧ରେ ପହଞ୍ଚତ୍ଥିଲା। ମୁମ୍ବାଇ ବୋଲରଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏ ଏବଂ ବିଘ୍ନେଶ ପୁଥୁର ଗୋଟିଏ ଉଇକେଟ ନେଇଥିଲେ। ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଯଶପ୍ରୀତ୍‌ ବୁମ୍‌ରା ଭଲ ବୋଲିଂ କରିଥିଲେ ହେଁ ଉଇକେଟ ପାଇ ନ ଥିଲେ।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ପୁଣି ସୁଯୋଗ ପାଇବେ କି ସାଇ ସୁଦର୍ଶନ ?

IPL RCB IPL 2025
Advertisment
Advertisment