Advertisment

୩୦ ବର୍ଷ ଧରି ବିଲୁପ୍ତ ହେଉଥିବା ଏହି ଗାଈଙ୍କ ରକ୍ଷକ ସାଜିଛନ୍ତି ମହିଳା

ବିଲୁପ୍ତପ୍ରାୟ ଏକ ପ୍ରଜାତି ଗା‍ଈର ରକ୍ଷକ ସାଜିଛନ୍ତି ସୋସମ୍ମା। ସେ ପ୍ରାୟ ୩୦ ବର୍ଷ ଧରି ଏହି କାମ କରିଆସୁଛନ୍ତି। ଏହି ପ୍ରଜାତି ଦେଖିବାକୁ ଆକାରରେ ବହୁତ ଛୋଟ କିନ୍ତୁ ଏହା ବହୁ ପରିମାଣରେ କ୍ଷୀର ଦେଇଥାନ୍ତି। ଖାଲି ଏତିକି ନୁହେଁ ଏହି ଗା‌ଈର କ୍ଷୀର ଔଷଧୀୟ ଗୁଣରେ ମଧ୍ୟ ଭରପୂର।

author-image
Pramod Behera
ଅଦ୍ୟତନ ହୋଇଛି
Sosamma Iype found Padma Shri for saving vechur breed cows

Sosamma Iype found Padma Shri for saving vechur breed cows

କେରଳରେ ରହୁଥିବା ସୋସମ୍ମା ଇୟେପି ଏମିତି କିଛି କାମରେ ନିଜକୁ ନିୟୋଜିତ କରିଛନ୍ତି ଯାହାକୁ ଜାଣିଲେ ଆପଣ ବି ତାଙ୍କୁ ସଲାମ କରିବେ। ବିଲୁପ୍ତପ୍ରାୟ ଏକ ପ୍ରଜାତିର ଗା‍ଈର ରକ୍ଷା କରିବା କାମରେ ସେ ନିଜକୁ ନିୟୋଜିତ କରିଛନ୍ତି। ସେ ପ୍ରାୟ ତିରିଶ ବର୍ଷ ଧରି ଏହି କାମ କରିଆସୁଛନ୍ତି। ଗାଈର ଏକ ଦେଶୀ ପ୍ରଜାତି ହେଲା ଭେଚୁର। ଏହି ପ୍ରଜାତି ଦେଖିବାକୁ ଆକାରରେ ବହୁତ ଛୋଟ କିନ୍ତୁ ଏହା ବହୁ ପରିମାଣରେ କ୍ଷୀର ଦେଇଥାନ୍ତି।

Advertisment

ଖାଲି ଏତିକି ନୁହେଁ ଏହି ଭେଚୁର ଗା‌ଈର କ୍ଷୀର ଔଷଧୀୟ ଗୁଣରେ ଭରପୂର। ଏହାସହିତ ଏହି ଗାଈର ରକ୍ଷଣାବେକ୍ଷଣ ଏବଂ ଖାଇବାରେ ମଧ୍ୟ ବହୁତ କମ୍ ଖର୍ଚ୍ଚ ହୁଏ। ଅନେକ ଲାଭ ସତ୍ତ୍ୱେ ଗା‌ଈର ଏହି ପ୍ରଜାପ୍ତି ବିଲୁପ୍ତ ହେବାକୁ ଯାଉଥିଲା।

ଏଭଳି ପରିସ୍ଥିତିରେ ୧୯୮୦ରେ ଡାକ୍ତର ସୋସମ୍ମା ଗାଈର ଏହି ପ୍ରଜାତିଙ୍କୁ ରକ୍ଷା କରିବା ନେଇ ସେ ଆଗକୁ ଆସିଥିଲେ। ଅଶୀ ଦଶକରେ ଏହି ପ୍ରଜାତିର ଗାଈ ପ୍ରାୟ ଲୋପ ହୋଇଯାଇଥିଲେ। ଏଭଳି ପରିସ୍ଥିତିରେ ସୋସମ୍ମା ଏହି ଗାଈମାନଙ୍କୁ ରକ୍ଷା କରିବା ପାଇଁ ତାଙ୍କର ମିଶନ ଆରମ୍ଭ କରିଥିଲେ। ତିରିଶ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ସେ ଏହି ଗାଈମାନଙ୍କ ସଂଖ୍ୟାକୁ ଯଥେଷ୍ଟ ବୃଦ୍ଧି କରିପାରିଛନ୍ତି। ତାଙ୍କର ଏହି ମହାନ କାମ ପାଇଁ ସୋସମ୍ମା ଇୟେପେଙ୍କୁ ମଧ୍ୟ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।

Advertisment

ସୋସମ୍ମା କହିଛନ୍ତି ଯେ ୧୯୬୦ ଦଶକରେ କେରଳର ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଗୋରୁ ପ୍ରଜନନ ନୀତିରେ ପରିବର୍ତ୍ତନ କରିଥିଲେ। ଯାହା ପରେ ବିଦେଶୀ କିସମ ସହିତ ସ୍ୱଦେଶୀ ଗୋରୁମାନଙ୍କର କ୍ରସ୍ ପ୍ରଜନନକୁ ଏକ ବଡ଼ ଆକାରରେ ଆରମ୍ଭ କରାଗଲା। ଏଥିପାଇଁ ସ୍ୱଦେଶୀ ଗାଈ ଭେଚୁରର ସଂଖ୍ୟା କମିବା ଆରମ୍ଭ କଲା। ସେହି ସମୟରେ ସୋସମ୍ମା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହିତ ମିଶି ଏହି ପ୍ରଜାତିର ସଂରକ୍ଷଣ କରିବାର କାର୍ଯ୍ୟ ଆରମ୍ଭ କଲେ।

Sosamma Iype found Padma Shri for saving vechur breed cowsବିଲୁପ୍ତ ଗାଈଙ୍କ ରକ୍ଷକ ସୋସମ୍ମା

ବହୁ ଗବେଷଣା ପରେ ସେ ପ୍ରଥମ ଭେଚୁର ଗାଈ ପାଇଲେ। ଏହା ପରେ ସେ ଧୀରେ ଧୀରେ ଏହି ପ୍ରଜାତିର ଅନେକ ଗାଈ ପାଇଲେ। ଏହି ଗାଈମାନଙ୍କର ଯତ୍ନ ନେବା ପାଇଁ ବିଶ୍ୱବିଦ୍ୟାଳୟରୁ ୬୫ ହଜାର ଟଙ୍କା ମଧ୍ୟ ମିଳିଥିଲା। ଗୋଟିଏ ବର୍ଷରେ ସୋସମ୍ମାଙ୍କ ଟିମ୍ ପ୍ରାୟ ଏହି ପ୍ରଜାତିର ୨୪ଟି ଗାଈ ସଂଗ୍ରହ କରିଥିଲେ। ସେମାନଙ୍କର ମୂଖ୍ୟ କାମ ଥିଲା ଏହି ଗାଈଗୁଡ଼ିକୁ ସଂରକ୍ଷଣ ଏବଂ ପ୍ରଜନନ କରିବା। ଏହି ଯାତ୍ରାର ଆହ୍ୱାନର ସମ୍ମୁଖୀନ ହେବା ପରେ ସୋସମ୍ମା ଭେଚୁର ପ୍ରୋଟେକ୍ସନ୍ ଟ୍ରଷ୍ଟ ମଧ୍ୟ ଗଠନ କରିଥିଲେ।

Inspirational Story
Advertisment
Advertisment