• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଯୋଗକୁ ଲୋକାଭିମୁଖୀ କରିବାକୁ ଶାଢ଼ୀରେ ଯୋଗ । ଯୋଗକୁ ଆହୁରି ଲୋକାଭିମୁଖୀ କରିବା ଲକ୍ଷ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବାନ୍ଧଶିଳ୍ପୀ ବାନ୍ଧକଳାରେ ଯୋଗକୁ ସ୍ଥାନିତ କରିଛନ୍ତି । ପ୍ରାୟ ୩ ମାସ ଧରି ଅକ୍ଳାନ୍ତ ପରିଶ୍ରମ କରି ସେ ଏକ ସୁନ୍ଦର ପାଟ ଶାଢୀ ପ୍ରସ୍ତୁତ କରିଛନ୍ତି ।

ଏହି ନିଆରା ଶାଢ଼ୀରେ ୧୨ ପ୍ରକାରର ଯୋଗମୁଦ୍ରା ରହିଥିବାବେଳେ ୧୦ଟି ଭାଷାରେ ଯୋଗ ହିଁ ଜୀବନ ବୋଲି ଲେଖା ରହିଛି । ତାଙ୍କର ଏହି ବାନ୍ଧକଳା ପାଇଁ ତାଙ୍କୁ ଓଡିଶା ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସେହିପରି ୨୦୧୫-୧୬ ମସିହାରେ ବାନ୍ଧ ଶିଳ୍ପୀ ତ୍ରିପୁରାରୀ ମେହେର ରାଜ୍ୟ ହସ୍ତତନ୍ତ ଡିଜାଇନର ପ୍ରଥମ ପୁରସ୍କାର ପାଇଥିଲେ ।

ଅନ୍ୟପକ୍ଷେ ଆଜି ଆନ୍ତର୍ଜାତିକ ଯୋଗ ଦିବସ । ସାରା ବିଶ୍ୱରେ ଆଜି ଯୋଗଦିବସ ପାଳନ ହୋଇଛି । ନିୟମିତ ଯୋଗ ଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ହେବା ସହ ଦୈନିକ ଦିନଚର୍ଯ୍ୟାକୁ ଶୃଙ୍ଖଳିତ କରିଥାଏ । ଯୋଗ ମନ ଏବଂ ଶରୀରରେ ଏକାଗ୍ରତା ଭରିଥାଏ। ବିଶ୍ୱରେ କରୋନା ମହାମାରୀକୁ ମୁକାବିଲା କରିବାକୁ ଯୋଗ ବେଶ ଉପଯୋଗୀ ହୋଇପାରିଛି ।