• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଖୁବ ଶିଘ୍ର ଓଡ଼ିଶାରେ ଆରମ୍ଭ ହେବ 5ଜି ସେବା । 5Gର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାରେ ଏହି ସେବା ମିଳିବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଥମ ପର୍ଯ୍ୟାୟ ଅଗଷ୍ଟ-ସେପ୍ଟେମ୍ବରରୁ ଦେଶର ୨୦ରୁ ୨୫ଟି ସହରରେ 5G ସେବା ଆରମ୍ଭ ହେବ । ତେବେ ପ୍ରଥମ ପର୍ଯ୍ୟାୟରେ ଥିବା ସହରରେ ଓଡ଼ିଶାର କୌଣସି ସହର ନଥିବା ସେ ସୂଚନା ଦେଇଛନ୍ତି । ଏହାସହ ଅଗ୍ନିପଥ ଯୋଜାନାକୁ ନେଇ ରାଜନୀତି ନକରିବାକୁ ରେଳମନ୍ତ୍ରୀ ନିବେଦନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନ ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି । ପ୍ରସ୍ତାବିତ ନବକଳେବର ପାଇଁ ଆଜି ବୈଷ୍ଣବ ପୁରୀ ଷ୍ଟେସନରେ ପହଞ୍ଚି ବୁଲି ଦେଖିଛନ୍ତି । ବର୍ତ୍ତମାନର ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ପୁରୀ ସ୍ୱତନ୍ତ୍ର ପ୍ଲାନ ଓ ଡିଜାଇନକୁ ଦେଖିଛନ୍ତି । ଏହାସହ ଏଥିରେ କିଛି ପରିବର୍ତ୍ତନ ନେଇ ସେ ଆଲୋଚନା ମଧ୍ୟ କରିଛନ୍ତି । ଯାତ୍ରୀଙ୍କ ସୁରକ୍ଷା, ଶୃଙ୍ଖଳିତ ଗମନାଗମନ, ଆନୁଷଙ୍ଗିକ ବ୍ୟବସ୍ଥା ଓ ଟ୍ରେନ ଚଳାଚଳ ସମୟରେ ଯେମିତି କିଛି ବାଧା ନ ଉପୁଜିବ ତାହାକୁ ସେ ଗୁରୁତ୍ୱ ଦେଇଛନ୍ତି ।

ନବକଳେବର ପ୍ରୋଜେକ୍ଟରେ ଅତ୍ୟାଧୁନିକ ପ୍ଲାଟଫର୍ମ, ସ୍ୱତନ୍ତ୍ର ବସିବା ସ୍ଥାନ, ଏସ୍କାଲେଟର, ଡରମାଟାରୀ, ପୋଲିସ ଥାନା ଓ ଇଲେକ୍ଟ୍ରିକାଲ କାର, ଫୁଡ୍ ଜୋନ୍, ପର୍ଯ୍ୟଟକ ସୂଚନା କେନ୍ଦ୍ରଅଗ୍ନିଶମ ବ୍ୟବସ୍ଥା, ଡାକ୍ତରଖାନା ଓ ପ୍ରତୀକ୍ଷାଳୟ ଆଦି ରହିବ ।

ସେହିପରି ଖୁବଶୀଘ୍ର କୋଣାର୍କକୁ ରେଳ ଲାଇନ ସଂଯୋଗ କରାଯିବ । ପୁରୀରୁ କିମ୍ୱା ଅନ୍ୟ କେଉଁ ସ୍ଥାନରୁ ସଂଯୋଗ କରାଯିବ ସେ ନେଇ ସର୍ଭେ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।