Advertisment

ଓଡ଼ିଶାର ଏହି ରେଳପଥରେ ରହିଛି ବାହାନଗା ଟ୍ରାଜେଡି ଭୟ ! କେତେବେଳେ ବି କିଛି ଘଟିପାରେ...

୧୬୪ କି.ମି. ଲମ୍ବ କୋରାପୁଟ-ରାୟଗଡ଼ା ରେଳପଥ। ପ୍ରକୃତି କୋଳରେ ରେଳଯାତ୍ରା ଯେତିକି ରୋମାଞ୍ଚକର ଅନୁଭୂତି ଦେଇଥାଏ, ସେତିକି ପାଦେ ପାଦେ ବିପଦ ମଧ୍ୟ ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dangerous Koraput Rayagada Railway Track

Dangerous Koraput Rayagada Railway Track

୧୬୪ କି.ମି. ଲମ୍ବ କୋରାପୁଟ-ରାୟଗଡ଼ା ରେଳପଥ। କେଉଁଠି ପାହାଡ଼ ଚିରି ତ ଆଉ କେଉଁଠି ଜଙ୍ଗଲର ଛାତିରେ ଲମ୍ବିଛି ଅଙ୍କାବଙ୍କା ରେଳ ଲାଇନ୍‌। ପ୍ରକୃତି କୋଳରେ ରେଳଯାତ୍ରା ଯେତିକି ରୋମାଞ୍ଚକର ଅନୁଭୂତି ଦେଇଥାଏ, ସେତିକି ପାଦେ ପାଦେ ବିପଦ ମଧ୍ୟ ରହିଛି। କେତେବେଳେ ପାହାଡରୁ ଅତଡ଼ା ଖସୁଛି ତ ଆଉ କେତେବେଳେ ଜଳାର୍ଣ୍ଣବ ହୋଇଯାଏ ରେଳପଥ। ସାଧାରଣତଃ ବର୍ଷା ଦିନରେ ଏଭଳି ସ୍ଥିତି ଉପୁଜୁଥିବା ବେଳେ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଏହି ଟ୍ରାକରେ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି ଉଠୁଛି। 

Advertisment

କେଆର୍ ରେଳପଥରେ ବାହାନଗା ଟ୍ରାଜେଡି ଭୟ। ରୋମାଞ୍ଚକର ଯାତ୍ରାର ଅନୁଭୂତି ଭିତରେ ପାଦେ ପାଦେ ବିପଦ। କେତେବେଳେ ଅତଡ଼ା ଖସିବ ତ ଆଉ କେତେବେଳେ ଟ୍ରାକ୍‌ରେ ପାଣି ଚାଲିବ, ତାହା କହିବା ମୁସ୍କିଲ୍‌। ଏହାରି ଭିତରେ ନିଇତି କୋରାପୁଟ-ରାୟଗଡ଼ା ରୁଟ୍‌ରେ ଗଡ଼େ ଆନ୍ଧ୍ର-ଛତିଶଗଡ଼କୁ ଟ୍ରେନ୍। ମୁଣ୍ଡ ଉପରେ ବର୍ଷା ଦିନ ଥିବାବେଳେ, ଏବେଠୁ ଯାତ୍ରୀଙ୍କୁ ଘାରିଲାଣି ସୁରକ୍ଷା ଚିନ୍ତା। କାହିକିଁ ନା ଅତୀତରେ ଅଧା ରାସ୍ତାରେ କେତେଥର ଅଟକିଛି ଟ୍ରେନ୍। ଅତଡ଼ା, ପାଣି, ଟ୍ରାକ୍‌ରେ ପଡିଥିବା ଗଛ ବାଟ ଓଗାଳିଛି । ଏବେ ବାହାନଗା ଟ୍ରାଜେଡି ଯାତ୍ରୀଙ୍କ ମନରୁ ଲିଭିନଥିବା ବେଳେ ରୋମାଞ୍ଚପୂର୍ଣ୍ଣ ଏ ଯାତ୍ରାକୁ ବିପଦପୂର୍ଣ୍ଣ  କହିଲେଣି ଯାତ୍ରୀ।

Advertisment

କେ.ଆର୍ ରେଳପଥ ନିର୍ମାଣ ୮୦ ଦଶକ ମଧ୍ୟରେ ଆରମ୍ଭ ହୋଇଥିଲା। ଜାପାନୀ ଜ୍ଞାନକୌଶଳ ପାହାଡ଼ ଚିରି କୋରାପୁଟ-ରାୟଗଡ଼ା ରେଳପଥକୁକୁ ସୁଗମ କରିଥିଲା। ଏହି ରେଳ ଲାଇନ୍‌ରେ ବାଟରେ ୩୬ ଟନେଲ୍‌, ୧୨ ଷ୍ଟେସନ ବି ରହିଛି। ଯଦିଓ ରେଳପଥର ଦୋହରୀକରଣ ହୋଇସାରିଛି, ତଥାପି ବର୍ଷା ଆସିଲେ ବିପଦ ବି ଡାକିଆଣେ। ଏପରିକି ଟ୍ରେନ୍‌ରେ ନିଆଁ ଓ ଲାଇନ୍‌ଚ୍ୟୁତ ହେବା ଭଳି ଘଟଣା ଅତୀତରେ ନଜିର ରହିଛି।

ପରିବେଶବିତ୍‌ କୁହନ୍ତି, ପୋଡୁଚାଷ ପାଇଁ ପାହାଡ଼ ଲଣ୍ଡା ହୋଇଯିବାରୁ ଭୂସ୍ଖଳନ ବଢୁଛି। ତେଣୁ ରେଳ ବିଭାଗ, ବନ ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗ ସୁରକ୍ଷା ପ୍ରତି ଧ୍ୟାନ ଦେବା କଥା। କୋରାପୁଟ ସାଂସଦ ମଧ୍ୟ ସୁରକ୍ଷା ପ୍ରସଙ୍ଗ ଉଠାଇଛନ୍ତି। ତେବେ ବର୍ଷା ଦିନ ପୂର୍ବରୁ ଯାହା ସୁରକ୍ଷା ବ୍ୟବସ୍ଥା କରାଯାଏ ହୋଇଛି, କୌଣସି ଅଘଟଣ ଏଡାଇବାକୁ ରେଳବାଇ ସତର୍କ ରହିଛି।

Advertisment
Advertisment