/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687154622.jpg)
Husband Killed Wife
ସ୍ୱାମୀ ସାଜିଲା ସଇତାନ । ସ୍ତ୍ରୀକୁ ହତ୍ୟା କରିବା ପରେ ପୋଡି ଦେଲା ନୃଶଂସ ସ୍ୱାମୀ । ପ୍ରମାଣ ନଷ୍ଟ ପାଇଁ ସମ୍ପକୀୟଙ୍କ ସହିତ ମିଶି ଶବକୁ ପୋଡ଼ି ଦେଲା। ହତ୍ୟାକାଣ୍ଡର ୨ଦିନ ପରେ ସତ ସାମ୍ନାକୁ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁତୁଳାମହୁଲ ଗାଁରେ।
ଗତ ୬ ବର୍ଷ ତଳେ ଚି଼ଙ୍ଗିରିଟାଲ ଗାଁର ଚୁଳବତୀକୁ ବିବାହ କରିଥିଲେ ପୁତୁଳାମହୁଲ ଗାଁର ଦେବରାଜ ସାହୁ । ଏବେ ଏମାନଙ୍କର ଏକ ଚାରି ବର୍ଷର ଝିଅ ରହିଛି । ଗତ ୧୬ ତାରିଖରେ କୌଣସି କାରଣକୁ ନେଇ ଦେବରାଜ-ଚୁଳବତୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ସ୍ୱାମୀ ଦେବରାଜ ରାଗିଯାଇ ସ୍ତ୍ରୀ ଚୁଳବତୀକୁ ପିଟି ପିଟି ହତ୍ୟା କରିଥିଲା । ପରେ ପ୍ରମାଣ ନଷ୍ଟ ପାଇଁ ସମ୍ପର୍କୀୟଙ୍କ ସହ ମିଶି ସ୍ତ୍ରୀର ଶବକୁ ପେଟ୍ରୋଲ ପକାଇ ଟାୟାର ସାହାଯ୍ୟ ରେ ପୋଡି ଦେଇଥିଲେ ।
ଏନେଇ ଖପ୍ରାଖୋଲ ଥାନାରେ ମୃତ ଚୁଳବତୀଙ୍କ ବାପା ଅଭିଯୋଗ କରିବା ପରେ ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ ଦେବରାଜ ସାହୁ, ଦେବରାଜର ବଡ ଭାଇ ଟିକେଲାଲ ଏବଂ ଜଣେ ସମ୍ପର୍କିୟ ମଉସା ଗୁଣନିଧିଙ୍କୁ ଗିରଫ କରିଛି ।
ଚୁଳବତୀଙ୍କ ବାପା ରଜରେ ଝିଅ ଘରକୁ ଆସିଥିଲେ। ଝିଅ କୁଆଡ଼େ ଗଲା ବୋଲି ଜ୍ୱାଇଁ ଦେବରାଜଙ୍କୁ ପ୍ରଶ୍ନ କରିଥିଲେ। ହେଲେ ସେ କିଛି ଉତ୍ତର ଦେଇ ନଥିଲେ। ଦେବରାଜ ଯେଉଁ ଉତ୍ତର ଦେଇଥିଲେ ତାହା ସନ୍ତୋଷ ଜନକ ନଥିଲା। ଏନେଇ ଜ୍ୱାଇଁ ଉପରେ ଚୁଳବତୀଙ୍କ ବାପାଙ୍କର ସନ୍ଦେହ ହୋଇଥିଲା। ଝିଅ ନିଖୋଜ ଥିବା ନେଇ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବାପା। ପରେ ଖପ୍ରାଖୋଲ ପୋଲିସ ଦେବରାଜଙ୍କୁ ପଚରାଉଚରା କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)