• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚନ୍ଦ୍ରଗ୍ରହଣରେ ପାକତ୍ୟାଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ସୂର୍ଯ୍ୟୋପରାଗ ଭଳି ଚନ୍ଦ୍ରଗ୍ରହଣରେ ବି ଖୋଲାଖୋଲି ବିରୋଧ କରାଯାଇଛି । ପାକ ଛାଡ଼କୁ ବିରୋଧ କରି ଆଜି ଖାଇବାକୁ ନିଷ୍ପତ୍ତି ନେଇଥିବା ହେତୁବାଦୀଙ୍କୁ ପ୍ରବଳ ବିରୋଧ କରିଛନ୍ତି ପରମ୍ପରାବାଦୀ । ଭୁବନେଶ୍ୱର ଓ ବ୍ରହ୍ମପୁରରେ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ ଓ ପରମ୍ପରାବାଦୀ ।

ଭୁବନେଶ୍ୱର ଲୋହିଆ ଏକାଡେମୀ ଭିତରକୁ ଧସେଇ ଆସିଛନ୍ତି ବ୍ରାହ୍ମଣ ନିଯୋଗ ସମେତ ପରମ୍ପରାବାଦୀ  । ଏପରିକି ପୋଲିସ୍ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି ।  ହେତୁବାଦୀଙ୍କ ମିଟିଂକୁ ପ୍ରଥମେ ଘଣ୍ଟ ବାଡ଼େଇ ବିରୋଧ କରିବା ପରେ  ହେତୁବାଦୀଙ୍କୁ ପଥର ମାଡ଼ କରିଛନ୍ତି । ଫଳରେ ଲୋହିୟା ଏକାଡେମୀର କାଚ ସବୁ ଭାଙ୍ଗି ଯାଇଛି । ପଥର ମାଡ଼ରେ କିଛି ହେତୁବାଦୀ ଆହତ ହୋଇଥିବା ବେଳେ ଜଣଙ୍କର ମୁଣ୍ଡ ଫାଟିଯାଇଛି । ପୋଲିସ୍‌ ଉପସ୍ଥିତିରେ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି । 

ସେପଟେ ବ୍ରହ୍ମପୁରରେ ଦେଖିବା ପାଇଁ ମିଳିଛି ସମାନ ଚିତ୍ର ଦେଖିବାକୁ ମିଳିଛି । ହେତୁବାଦୀଙ୍କ ସମ୍ମିଳନୀ ସ୍ଥଳରେ ଧଶେଇ ପଶିଛନ୍ତି ପରମ୍ପରାବାଦୀ । ବ୍ରହ୍ନପୁରରେ ହେତୁବାଦୀଙ୍କ ସାମୂହିକ ଭୋଜନ ସ୍ଥଳରେ ପରମ୍ପରାବାଦୀ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଛନ୍ତି । ହେତୁବାଦୀ ଲଗାଇଥିବା ବ୍ୟାନରକୁ ଚିରିବା ସହ ଗୋବର ଫୋପାଡ଼ି ଦେଇଛନ୍ତି ।  ପରେ ଉଭୟ ପକ୍ଷ ମଧ୍ୟରେ ଧସ୍ତଧସ୍ତା ହୋଇଛି । ଆଉ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ ପହଞ୍ଚି ଲାଠି ମାଡ଼ କରିଛି ପୋଲିସ ।

ତେବେ ଏଇଠି ପ୍ରଶ୍ନ ଉଠୁଛି ପାକତ୍ୟାଗ ନାଁରେ ଏପରି ହିଂସାକାଣ୍ଡ ଯୁକ୍ତଯୁକ୍ତ କି ? ଚନ୍ଦ୍ରଗ୍ରହଣରେ ପାକ ନିଷେଧ ଓ ଖାଦ୍ୟ ବର୍ଜନ ପରମ୍ପରା ରହିଛି । ହେଲେ ଏଥିପାଇଁ ଗଣ୍ଡଗୋଳ କରିବା ତଥା ମାରପିଟ୍‌ କରିବା ଆଦୌ ଶୋଭନୀୟ ନୁହେଁ ।