• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗୋଟିଏ ଗଛରେ ଦୁଇଟି ମୃତଦେହ । ଗୋଟିଏ ମୃତଦେହ ମହିଳାଙ୍କର, ଆଉ ଗୋଟିଏ ଜଣେ ପୁରୁଷଙ୍କର । ମୃତକ ହେଲେ ଲିଟିମଝିଆ ଗାଁର ରାମଧର ଭାତରା ଓ ଯୁବତୀ ଜଣକ ବଡ଼ ମଝିଆ ଗାଁର । ରାସ୍ତାକଡ଼ର ଏକ ଗଛରେ ଏହି ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା ।

ଏହି ଘଟଣା ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁର । ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଛନ୍ତି ସ୍ଥାନୀୟ ଲୋକେ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ଉଭୟେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଏସ୍‌ଡିପିଓ କହିଛନ୍ତି, ଦୁହେଁ ବିବାହିତ ଥିଲେ। ସେମାନଙ୍କର ନିଜ ନିଜର ପରିବାର ଅଛନ୍ତି । ମୃତ ମହିଳା କୁଲି କାମ କରୁଥିଲେ । ଆଉ ପୁରୁଷ ଜଣଙ୍କ ମିସ୍ତ୍ରୀ ଭାବେ କାମ କରୁଥିଲେ । ନବରଙ୍ଗପୁରକୁ ସେମାନେ କାମ କରିବାକୁ ଯାଉଥିଲେ। କିନ୍ତୁ ସେମାନଙ୍କ ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡ଼ିବ।

ମୃତ ମିସ୍ତ୍ରୀଙ୍କ ନାଁ ରାମଧର ଭତରା । ତାଙ୍କ ଘର ଲିଟିମଝିଆ ଗାଁରେ । ସେହିଭଳି ମୃତ ମହିଳା ଜଣଙ୍କ ବଡ଼ମଝିଆ ଗାଁର ବାସିନ୍ଦା ଥିଲେ। ରାମଧର ବିବାହିତ ଥିଲେ । ତାଙ୍କର ଦୁଇଟି ଛୁଆ ଅଛନ୍ତି । ସେହିପରି ମୃତ ମହିଳା ମଧ୍ୟ ବିବାହ କରିଥିଲେ ଓ ତାଙ୍କର ୪ଟି ଛୁଆ ଅଛନ୍ତି । ତେବେ ତାଙ୍କ ସ୍ୱାମୀ କିଛି ବର୍ଷ ହେଲା ତାଙ୍କଠାରୁ ଦୂରେଇ ରହୁଥିଲେ। ରାମଧରଙ୍କ ସହିତ ମୃତ ମହିଳାଙ୍କ ପ୍ରେମ ସଂପର୍କ ଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ତେବେ ମୃତ ମହିଳାଙ୍କ ବାପା ଏ ବିଷୟରେ କିଛି ଜାଣି ନଥିବା କହିଛନ୍ତି। ସେହିପରି ରାମଧରଙ୍କ ବାପା ମଧ୍ୟ କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା କି ନାହିଁ, ସେ ଜାଣି ନାହାନ୍ତି।