• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅଷ୍ଟ୍ରେଲିଆର ଚାଲିଥିବା ବିଶ୍ୱକପ୍‌ରେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କ ଚର୍ଚ୍ଚା ଏବେ ଚାରିଆଡ଼େ । ୟୁନିକ୍‌ ସଟ୍‌ ଖେଳିବାରେ ମାହିର ସୂର୍ଯ୍ୟକୁମାର ଯାଦବ ଏବେ ସବୁ ବୋଲର୍‌ଙ୍କ ଟେନସନ୍‌ର କାରଣ ପାଲଟିଛନ୍ତି । ବଲ୍‌ ଯେଉଁଥି ପଡ଼ୁ ନା କାହିଁକି ତାକୁ ବାଉଣ୍ତ୍ରୀ ବାହାରକୁ ପଠାଇବାରେ ସୂର୍ଯ୍ୟଙ୍କ ଦକ୍ଷତା ଏହି ବିଶ୍ୱକପ୍‌ରେ ସମସ୍ତେ ଦେଖିସାରିଛନ୍ତି । ଆଇସିସି ଟି-ଟ୍ୱେଣ୍ଟି ବ୍ୟାଟିଂ ତାଲିକାରେ ସେ ଶୀର୍ଷରେ ରହିଛନ୍ତି ।

ସୂର୍ଯ୍ୟକୁମାର ଯାଦବ ଯେପରି ବ୍ୟାଟିଂରେ ଜଲୱା ଦେଖାଉଛନ୍ତି ସେହିପରି ତାଙ୍କର ଆୟ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଇପିଏଲ୍‌ରେ ଦମଦାର ପ୍ରଦର୍ଶନ କରିବା ପରେ ଚର୍ଚ୍ଚାକୁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ । ୨୦୧୩ ରେ ତାଙ୍କୁ ପ୍ରଥମେ ଆଇପିଏଲ୍‌ ଅକ୍ସନ୍‌ରେ ୧୦ ଲକ୍ଷ ଟଙ୍କାରେ କିଣାଯାଇଥିଲା । ଯାହା ବର୍ତ୍ତମମାନ ୮ କୋଟି ଟଙ୍କାରେ ପହଞ୍ଚିଲାଣି । ୧୦ ଲକ୍ଷ ଟଙ୍କାରୁ କ୍ୟାରିଅର ଆରମ୍ଭ କରିଥିବା ସୂର୍ଯ୍ୟକୁମାର ଯାଦବ ଏବେ ମୋଟ୍‌ ୪ ମିଲିୟନ୍‌ ଡଲାର ଅର୍ଥାତ ୩୨ କୋଟି ଟଙ୍କାର ମାଲିକ । ତେବେ ମାସିକ କଥା କୁହାଯାଏ ତ ସେ ବର୍ତ୍ତମାନ ୭୦ରୁ ୮୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ତାଙ୍କର ବର୍ତ୍ତମାନ ବାର୍ଷିକ ଆୟ ହେଉଛି ୮ କୋଟି ଟଙ୍କା ।

କେବଳ କ୍ରିକେଟ୍‌ ନୁହେଁ ସେ ଅନେକ ସ୍ଫୋର୍ଟ୍ସ ଆପ୍‌ର ବ୍ରାଣ୍ତ ଆମ୍ବାସଡର୍‌ ରହିଛନ୍ତି । ଏହାଛଡ଼ା ବିଜ୍ଞାପନରୁ ମଧ୍ୟ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି । ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନେ ମୁମ୍ବାଇର ଏକ ଅଲିସାନ୍‌ ଆପାର୍ଟମେଣ୍ଟରେ ରହୁଛନ୍ତି । ତାଙ୍କର ପତ୍ନୀଙ୍କ ନାମ ହେଉଛି ଦେବିଶା ସେଟ୍ଟୀ । ସୂର୍ଯ୍ୟକୁମାରଙ୍କ ପାଖରେ ମର୍ସିଡିଜ୍‌ ଭଳି ଦାମୀ କାର୍‌ ବି ରହିଛି । ଯାହାର ମୂଲ୍ୟ ୨.୧୫ କୋଟି ଟଙ୍କା ।

Suryakumar Jadavମର୍ସିଡିଜ୍‌ ବେନ୍ଜ ସହ ସୂର୍ଯ୍ୟକୁମାର ଯାଦବ