• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ । ମଧ୍ୟପ୍ରଦେଶର ଦତିଆ ଜିଲ୍ଲାର ସେବରା ଠାରେ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଭିଣ୍ଡ୍‌ ଜିଲ୍ଲାରୁ ତୀର୍ଥଯାତ୍ରୀଙ୍କୁ ନେଇ ଏକ ଟ୍ରାକ୍ଟର ଯାଉଥିବା ବେଳେ ପୋଲ୍‌ ଉପରୁ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଥିବା କୁହାଯାଉଛି । ସୂଚନା ପାଇବା ପରେ ଦତିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଏବେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାରେ ବ୍ୟସ୍ତ ଅଛି ।

ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟରର ଟ୍ରଲିରେ ବସିରେ କିଛି ତୀର୍ଥଯାତ୍ରୀ ଭିଣ୍ଡ ଜିଲ୍ଲାରୁ ବାହାରିଥିଲେ । ହେଲେ ଗାଡ଼ିଟି କିଛି ଦତିଆ ଜିଲ୍ଲାରେ ପ୍ରବେଶ କରିବା ପରେ ଏକ ପୋଲ ଯିବାପରେ ନିକଟରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ତଳକୁ ଖସି ଯାଇଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦତିଆ ଓ ଗ୍ୱାଲିୟର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି । ଦୁର୍ଘଟଣାରେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି।

ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଏହି ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଟ୍ୱିଟ୍ କରି ଲେଖିଛନ୍ତି, "ଦତିଆରେ ଟ୍ରାକ୍ଟର ଓଲଟି ପଡିବା ପରେ ଦୁର୍ଘଟଣାରେ ବହୁମୂଲ୍ୟ ଜୀବନ ଚାଲିଯାଇଛି । ସେମାନଙ୍କ ଅମର ଆତ୍ମାଙ୍କୁ ଭଗବାନ୍‌ ଶାନ୍ତି ଦିଅନ୍ତୁ । ସେହିପରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।