• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶାରଦୀୟ ପୂଜାରେ ଦ୍ୱୀଭୁଜା ଦୁର୍ଗା ଭାବରେ ପୂଜା ପାଇବେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜା । ଷୋଡଷ ଉପଚାର ପୂଜାରେ ବିଜୟାରଥ ବା ସିହଂଧ୍ୱଜ ରଥରେ ରଥାଋଢ ହୋଇ ୯ ଦିନ ଧରି ମନ୍ଦିର ଚାରିପାଖେ ବୁଲିବେ ମାଆ ବିରଜା । ଆଉ ଶେଷରେ ମହିଷାସୁରକୁ କରିବେ ନିଧନ ।

ମାଆଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଯାଜପୁର ସହର । ମାଆଙ୍କ ଆଗମନ ପାଇଁ ଚଳଚଂଚଳ ହେଲାଣି ରଥଦାଣ୍ଡ । ପୂଜା ପାଖେଇ ଆସୁଥିବାରୁ ଜୋରସୋରରେ ଚାଲିଛି ରଥକାମ । ଦିନରାତି ଏକ କରି ରଥ ନିର୍ମାଣ କାମରେ ବ୍ୟସ୍ତ ବିଶ୍ୱକର୍ମା ସେବାୟତ। । ସୁର୍ଯ୍ୟଙ୍କ ପ୍ରତିକ ଥିବା ୧୨ ଚକ ବିଶିଷ୍ଟ ଏଇ ରଥରେ ୮୯୮ ଖଣ୍ଡର ବ୍ୟବହାର ହୁଏ ।

ସିଂହଧ୍ୱଜ ରଥର ସାରଥୀ ସ୍ୱୟଂ ବ୍ରହ୍ମା ହୋଇଥିବା ବେଳେ ନବ ଗ୍ରହ, ଦଶ ଦିଗପାଳ ଓ ଦଶାବତାର ରଥରେ ପ୍ରତିଷ୍ଠା ବି ହୁଅନ୍ତି । ୫୧ ଗୋଟି ଶକ୍ତି ପୀଠ ମଧ୍ୟରୁ ଦେବୀ ବିରଜା ଅନ୍ୟତମ ହୋଇଥିବାରୁ କେବଳ ବିରଜାଙ୍କ ଛଡା ଆଉ କୌଣସି ପୀଠରେ ଶାରଦୀୟ ପୂଜା ସମୟରେ ରଥଯାତ୍ରା ହୁଏନାହିଁ । କେବଳ ଯାଜପୁରରେ ହିଁ ଦଶହରା ସମୟରେ ରଥଯାତ୍ରା ହେଉଥିବା ପୁରୁଣାରୁ ଜଣାଯାଏ । ଆଷାଢ ମାସରେ ପୁରୀରେ ରଥଯାତ୍ରା ହେଉଥିବା ବେଳେ ଆଶ୍ୱିନରେ ବିରଜା କ୍ଷେତ୍ରରେ ହୁଏ ନବଦିନ ବ୍ୟାପି ରଥଯାତ୍ରା ।

ବର୍ଷକରେ ଥରେ ସିଂହଧ୍ୱଜ ରଥରେ ବିରାଜନ୍ତି ମାଆ ବିରଜା । ଆଉ ଏହି ସମୟରେ ମହାସ୍ନାନର ରହିଛି ପରମ୍ପରା । ପାର୍ବଣ ବେଳେ ମାଆଙ୍କ ଦର୍ଶନ କଲେ ମାଆର କରୁଣା ମିଳେ ବୋଲି ବିଶ୍ୱାସ ରହିଛି । ଶୁଭ ସୁନିଆଠାରୁ ରଥ ନିର୍ମାଣ ଆରମ୍ଭ ହୋଇଥାଏ । 

ଦ୍ୱିତୀୟାରେ ଷୋଡଶ ଉପଚାର ପୂଜା ଆରମ୍ଭ ପୁର୍ବରୁ ମାଙ୍କ ଜନ୍ମସ୍ଥାନ ବ୍ରହ୍ମାକୁଣ୍ଡରେ ଏମିତି ସ୍ୱତନ୍ତ୍ର ପୁଜାର୍ଚ୍ଚନା ପରେ ଆରମ୍ଭ ହୁଏ ଷୋଡଶ ଉପଚାର ପୂଜା । ଆଉ ପ୍ରତିପଦାଠାରୁ ରଥ ଟଣା ଆରମ୍ଭ ହେଉଥିବା ବେଳେ ନବମୀ ରାତିରେ ଲାକ୍ଷବିନ୍ଧା କାର୍ଯ୍ୟକ୍ରମ ହୁଏ । ପରେ ରାସ୍ତା ପଣାର ବ୍ୟବସ୍ଥା ବି ହୁଏ । ତେବେ ଶହଶହ ବର୍ଷର ପରମ୍ପରାକୁ ଏବେ ବି ବେଶ୍‌ ଆଡମ୍ବରର ସହକାରେ କରୁଛନ୍ତି ଯାଜପୁରବାସୀ ।

 

(ରିପୋର୍ଟ- ସଂଜୀବ ନାୟକ, ଯାଜପୁର)