ସୁପର ହିଟ୍ ହୋଇଥିଲା ବଲିଉଡ ଫିଲ୍ମ ପ୍ୟାଡ୍ ମ୍ୟାନ୍ । ଏଥିରେ ଅଭିନୟ କରିଥିଲେ ଅକ୍ଷୟ କୁମାର । ରିଲ୍ର ଏହି କାହାଣୀ ଏବେ ପାଲଟିଛି ରିୟଲ୍। ଚଳଚ୍ଚିତ୍ରର କାହାଣୀ ଭଳି ଏହି ହିରୋଙ୍କ କାହାଣୀ ବି ରୋଚକ ।
ସାନିଟାରୀ ନାପକିନ୍ ତିଆରି କରି ଚର୍ଚ୍ଚାରେ ସତ୍ୟ ନାରାୟଣ ନାୟକ । ପ୍ରଥମେ ପ୍ୟାଡ୍ ବନାଇ ପରୀକ୍ଷା ମୂଳକ ଭାବେ ନିଜ ସ୍ତ୍ରୀଙ୍କୁ ବ୍ୟବହାର ପାଇଁ ଦେଲେ ଆଉ ଆଜି ସେ ପାଲଟି ଯାଇଛନ୍ତି ଉଦ୍ୟୋଗପତି । ୨୦୦୦ ମସିହାରେ ଏକ ଡାକ୍ତର ଖାନାରେ କାମ କରୁଥିଲେ ସତ୍ୟ ନାରାୟଣ । ସେତେବେଳେ ତାଙ୍କୁ ବିଚଳିତ କରିଥିଲା ମହିଳାଙ୍କ ଋତୁ ସ୍ରାବ ସମସ୍ୟା ।
Also Read
ସତ୍ୟ ନାରାୟଣ ଡ଼ାକ୍ତର ଖାନାରେ ଚାକିରି କରିବା ବେଳେ ଋତୁ ସ୍ରାବ ସମୟରେ ଅପରିଷ୍କାର କପଡା ବ୍ୟବାହର କରି ଅନେକ ମହିଳା ରୋଗରେ ପଡୁଥିବା ବିଷୟରେ ଜାଣିବାକୁ ପାଇଥିଲେ । ତାଙ୍କ ସ୍ତ୍ରୀ ମଧ୍ୟ ସମାନ ଭାବେ କପଡା ବ୍ୟବାହର କରୁଥିଲେ । ଆଉ ଲଜ୍ୟା ଭୟରେ ନା କପଡା ସଫା ସ୍ଥାନରେ ଧୋଉ ଥିଲେ ନା ବାହାରେ ସୁଖାଉ ଥିଲେ । ବାରମ୍ବାର ଗୋଟିଏ କପଡା ବ୍ୟବାହର କରି ରୋଗରେ ମଧ୍ୟ ପଡୁଥିଲେ ।
ଅଧିକ ପଢ଼ନ୍ତୁ: ବାରିକ୍ ସାର୍ଙ୍କ ଯବାନ ତିଆରି କାରଖାନା, ପାଦ ପଡ଼ିଲେ ଚାକିରି ଥୁଆ !
ଏହି ସମସ୍ୟାର ସମାଧାନ ପାଇଁ ସତ୍ୟ ଚାକିରି ଛାଡି ଉପାୟ ସନ୍ଧାନରେ ବାହାରି ପଡିଥିଲେ । ଏ ରାଜ୍ୟରୁ ସେ ରାଜ୍ୟକୁ ବୁଲି ସାନିଟାରୀ ନାପ୍କିନ୍ ତିଆରି ଶିଖିଥିଲେ । ପରେ ବାଲେଶ୍ଵର ଆସି ଖୋଲିଥିଲେ ନିଜର ସାନିଟାରୀ ନାପକିନ କାରଖାନା । ପ୍ରଥମେ ପରୀକ୍ଷା ମୂଳକ ଭାବେ ନିଜ ସ୍ତ୍ରୀଙ୍କୁ ବ୍ୟବାହର କରିବା ପାଇଁ ଦେଇଥିଲେ ।
ଏଥିରେ ସଫଳହେବା ପରେ ଅନ୍ୟ ମହିଳାଙ୍କୁ ଦେବା ଆରମ୍ଭ କରିଥିଲେ । ଗତ ୨୫ ବର୍ଷ ଧରି ଏମିତି ଚାଲିଛି ତାଙ୍କ କାରଖାନା । ସେ ଏବେ କେବଳ ଗର୍ଭବତୀ ମହିଳାଙ୍କ ପାଇଁ ସାନିଟାରୀ ନାପକିନ ପ୍ରସ୍ତୁତ କରୁଛନ୍ତି । ଏହା ମାଧ୍ୟମରେ ନିଜେ ଉଦ୍ୟୋଗପତି ପାଲଟିଛନ୍ତି ଆଉ ୧୮ ଜଣ ମହିଳାଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି ।
ସଂପୂର୍ଣ୍ଣ ସ୍ୱଦେଶୀ ଓ ସହଜ ଉପାୟରେ ସେ ପ୍ରସ୍ତୁତ କରୁଛନ୍ତି ଗର୍ଭବତୀ ମହିଳାଙ୍କ ପାଇଁ ନାପକିନ । ମାଇଣ୍ଡ ଫ୍ରି ନାପକିନ୍ସ୍ ନାମରେ ବ୍ରାଣ୍ଡିଂ କରି ସେ ଵଜାରରେ ବିକ୍ରି କରୁଛନ୍ତି ଏହି ପ୍ୟାଡ୍ । ଏଭଳି କରି ବର୍ଷକୁ ପ୍ରାୟ ୭୦ ରୁ ୮୦ ଲକ୍ଷ୍ୟ ରୋଜଗାର ହେଉଥିବା କହିଛନ୍ତି ଏଠାରେ କାମ କରୁଥିବା କର୍ମଚାରୀ ।