Advertisment

Dalit Girl Forced to Sit Outside: ପିରିୟଡ୍ସ ପାଇଁ ପରୀକ୍ଷା ଗୃହ ବାହାରେ ବସିଲେ ଦଳିତ ଛାତ୍ରୀ

ତାମିଲନାଡୁର କୋଏମ୍ବାଟୁରର ଏକ ସ୍କୁଲରେ ଏକ ଦଳିତ ଛାତ୍ରୀଙ୍କୁ ମାସିକ ଋତୁସ୍ରାବ ସମୟରେ ବାହାରେ ବସିବାକୁ ବାଧ୍ୟ କରାଯାଇଥିଲା। ପରୀକ୍ଷା ସମୟରେ ତାଙ୍କୁ ବାହାରେ ବସିବାକୁ କୁହାଯାଇଥିଲା। ଏହି ଘଟଣା ଭିଡିଓ ଭାଇରାଲ ହେଇଥିବାରୁ ସରକାରୀ ତଦନ୍ତ ଆରମ୍ଭ ହୋଇଛି। ଏହା ପୂର୍ବରୁ ଉତ୍ତର ପ୍ରଦେଶରେ ମଧ୍ୟ ଏପରି ଘଟଣା ଘଟିଥିଲା।

author-image
Saroj Kumar Jena
tamilnadu

tamilnadu

ଭାରତ ଓ ବିଶ୍ବ ବିଂଶ ଶତାବ୍ଦୀରେ ପ୍ରବେଶ କରିଛି। ଗୋଟିଏ ପଟେ ଆମେ ଡିଜିଟାଲ ଇଣ୍ଡିଆରେ ପ୍ରବେଶ କରିବାର ଦାବି କରୁଥିବା ବେଳେ ଅନ୍ୟ ପଟେ ମାସିକ ଋତୁସ୍ରାବକୁ ନେଇ ଏବେ ମଧ୍ୟ ଅନ୍ଧବିଶ୍ବାସ ରହିଛି। ଏପରିକି ଶିକ୍ଷାନୁଷ୍ଠାନ ଓ ଶିକ୍ଷକ ମାନେ ମଧ୍ୟ ଏହି ଧାରାରୁ ବାଦ ପଡି ନାହାନ୍ତି। ଏଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା ସମଗ୍ର ଦେଶକୁ ଲଜ୍ଜିତ କରିଛି। ଦେଶର ଅନ୍ୟତମ ପ୍ରଗତିଶୀଳ ରାଜ୍ୟ ତାମିଲନାଡୁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ପରୀକ୍ଷା ସମୟରେ ଋତୁସ୍ରାବ ହେବା କାରଣରୁ ଜଣେ ଦଳିତ ଛାତ୍ରୀଙ୍କୁ ପରୀକ୍ଷାଗୃହରୁ ବାହାରକୁ କଢା ଯାଇଥିଲା। ଦଳିତ ଛାତ୍ରୀ ଜଣଙ୍କ ବାହାରେ ବସି ପରୀକ୍ଷା ଦେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଦିଲ୍ଲୀ ମେଟ୍ରୋ ଭିତରେ ମଦ ପିଇଲେ ଯାତ୍ରୀ, ଜାଣନ୍ତୁ ଭାଇରାଲ ଭିଡିଓ ପଛର ସତ୍ୟତା

ତାମିଲନାଡୁ କୋଏମ୍ବାଟୁରରେ ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କ ମାସିକ ଋତୁସ୍ରାବ ହେଉଥିବାରୁ ତାଙ୍କୁ ଶ୍ରେଣୀଗୃହ ବାହାରେ ବିଜ୍ଞାନ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିବା ଜଣାପଡିଛି। ଏହି ଘଟଣା ସେଙ୍ଗୁଟ୍ଟାଇର ଏକ ଘରୋଇ ସ୍କୁଲରେ ଘଟିଛି।ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଦେଖା ଦେଇଛି। ଭାଇରାଲ ହୋଇଥିବା ଏକ ଭିଡିଓରେ ପିଲାଟିର ମାଆ ତାଙ୍କ ପାଖକୁ ଦୌଡ଼ି ଆସି କ’ଣ ହୋଇଛି ବୋଲି ପଚାରୁଥିବା ଦେଖାଯାଇଛି। କ୍ଲିପରେ, ଛାତ୍ରୀ ଜଣକ ତାଙ୍କ ମାଆଙ୍କୁ କହୁଛନ୍ତି ଯେ ପ୍ରିନ୍ସିପାଲ୍ ତାଙ୍କୁ ବାହାରେ ବସାଇଥିଲେ। ସ୍ପଷ୍ଟ ଭାବରେ ନାବାଳିକାଙ୍କର ମା’ ପ୍ରଶ୍ନ କରୁଥିବା ଶୁଣାଯାଉଛି ଯେ, ମାସିକ ଋତୁସ୍ରାବ ସମୟରେ ଜଣେ ଛାତ୍ରୀଙ୍କୁ କିପରି ବାହାରେ ବସାଇ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇପାରିବ।

Advertisment

ଚଳିତ ବର୍ଷ ଜାନୁଆରୀରେ, ଉତ୍ତର ପ୍ରଦେଶର ଏକ ବାଳିକା ବିଦ୍ୟାଳୟର ଜଣେ ଏକାଦଶ ଶ୍ରେଣୀ ଛାତ୍ରୀ ଶନିବାର ପରୀକ୍ଷା ଦେବା ସମୟରେ ସାନିଟାରୀ ନାପକିନ୍ ମାଗିବା ପରେ ତାଙ୍କୁ ଏକ ଘଣ୍ଟା ପାଇଁ ଶ୍ରେଣୀଗୃହ ବସିବାକୁ କୁହାଯାଇଥିଲା। ଝିଅଟିର ବାପା ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅ ପରୀକ୍ଷା ପାଇଁ ସ୍କୁଲରେ ଥିବା ସମୟରେ ତାଙ୍କର ମାସିକ ଋତୁସ୍ରାବ ଆରମ୍ଭ ହୋଇଯାଇଥିଲା।

ଅଭିଯୋଗକାରୀ କହିଥିଲେ ଯେ ପ୍ରଧାନଶିକ୍ଷକଙ୍କୁ ସାନିଟାରୀ ପ୍ୟାଡ୍ ମାଗିବା ପରେ, ତାଙ୍କୁ ଶ୍ରେଣୀଗୃହ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ପ୍ରାୟ ଏକ ଘଣ୍ଟା ପାଇଁ ବାହାରେ ଠିଆ ହେବାକୁ ବାଧ୍ୟ କରାଯାଇଥିଲା। ସେ ମହିଳା କଲ୍ୟାଣ ବିଭାଗ, ରାଜ୍ୟ ମହିଳା କମିଶନ, ଜିଲା ମାଜିଷ୍ଟ୍ରେଟ୍ ଏବଂ ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକଙ୍କ ନିକଟରେ ମଧ୍ୟ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଥିଲେ। ଏହି ମାମଲାର ତଦନ୍ତ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଭାରତ ଆସିବ ୨୬/୧୧ ମାଷ୍ଟର ମାଇଣ୍ଡ; ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଡୋଭାଲ

Tamilnadu Menstrual Health
Advertisment
Advertisment