/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663914570.jpg)
HSRP Deadline
ପୁରୁଣା ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନେଇ ଏବେ ଚିନ୍ତାରେ ଗାଡ଼ି ମାଲିକ । ଅନ୍ୟପଟେ ସ୍ୱଳ୍ପ ସମୟ, ପୂଜା ଛୁଟି ଯୋଗୁ ବଢ଼ୁଛି ୱେଟିଂ ପିରିୟଡ୍ । ନିର୍ଦ୍ଧାରିତ ସମୟ ପୂର୍ବରୁ ନମ୍ବର ପ୍ଲେଟ୍ ନ ବଦଳାଇଲେ ଗଣିବାକୁ ପଡ଼ିବ ମୋଟା ଜୋରିମାନା । ଯାହାକୁ ନେଇ ଗାଡ଼ି ମାଲିକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏପଟେ ଡେଡ୍ଲାଇନ୍ ଆଉ ବଢ଼ାଯିବ ନାହିଁ ବୋଲି ସଫା ସଫା କହିଦେଇଛି ପରିବହନ ବିଭାଗ ।
ତାରିଖ ପାଖଉଛି ହେଲେ ମିଳୁନି ଡେଟ୍ । ନୂଆ ନମ୍ବର ପ୍ଲେଟ୍ କେମିତି ଲାଗିବ, ତାକୁ ନେଇ ଏବେ ଚିନ୍ତାରେ ଗାଡ଼ି ମାଲିକ । କାରଣ ସମୟ ଯେତେ ବିତୁଛି ଡେଟ୍ ଲାଇନ୍ ସେତେ ପାଖଉଛି । ନମ୍ବର ପ୍ଲେଟ୍ ନ ବଦଳାଇଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା । ତେଣୁ ଟେନସନ୍ ଅଧିକ ବଢ଼ିଛି ।
ଅଧିକ ପଢ଼ନ୍ତୁ: ଏଣିକି ଚଳିବନି ପୁରୁଣା ନମ୍ବର ପ୍ଲେଟ୍ ! ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ
୧, ୨, ୩, ୪ରେ ଶେଷ ହେଉଥିବା ଗାଡ଼ି ନମ୍ବର ପାଇଁ ସେପ୍ଟେମ୍ବର ୩୦ ନୂଆ ନମ୍ବର ପ୍ଳେଟ୍ ଲଗାଇବାର ଶେଷ ଦିନ । ନମ୍ବର ପ୍ଲେଟ୍ ନ ଲଗାଇଥିଲେ ଅକ୍ଟୋବର ପହିଲାରୁ ୧୦ ହଜାର ଟଙ୍କା ଜୋରିମାନା ଲାଗିବ । ହେଲେ ନୂଆ ନମ୍ବର ପ୍ଲେଟ୍ ପାଇଁ ବୁକିଂ ହୋଇପାରୁନି । କେଉଁଠି ମାସେ ତ ପୁଣି କେଉଁଠି ଦୁଇ ମାସ ପରେ ଡେଟ୍ ମିଳୁଛି । ଯାହା ଏବେ ଅଧିକ ଚିନ୍ତା ବଢ଼ାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)