• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

କିଏ ବା ଶକ୍ତିଶାଳୀ ହେବାକୁ ପସନ୍ଦ କରେ ନାହିଁ। କିନ୍ତୁ ଏନେଇ ଦରକାର କଠିନ ପରିଶ୍ରମ। ଯିଏ ଏ ଦିଗରେ ଯେ ଦିନ ରାତିକୁ ଏକାଠି କରି ପ୍ରତିଦିନ କଠିନ ପରିଶ୍ରମ କରି ନିଜକୁ ଫିଟ୍ କରିବାକୁ ଚେଷ୍ଟା କରେ। ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଚାରିପାଖରେ ଅନେକ ଶକ୍ତିଶାଳୀ ଲୋକଙ୍କୁ ଦେଖିଥିବେ, ଯାହାଙ୍କର ଫିଟ୍‌ନେସ୍ ଦେଖିବାକୁ ଆଶ୍ଚର୍ଯ୍ୟଜନକ।

ଯଦି କେହି ଆପଣଙ୍କୁ କୁହନ୍ତି ଯେ ଏକ ଛୋଟ ଝିଅ ଯିଏକି ଦୁନିଆକୁ ଠିକରେ ଜାଣି ନଥିବ ସିଏ ମୁଖାମାରି ଉଚ୍ଚା ଉଚ୍ଚା ଗଛକୁ ତଳେ ଗଡେଇ ଦେଉଛି ତେବେ ଆପଣ ନିଶ୍ଚୟ ଏହାକୁ ଗୁଜବ ବୋଲି ଭାବିବେ। କିନ୍ତୁ ଏହା ମିଛ ନୁହେଁ ବରଂ ସତ। ବର୍ତ୍ତମାନ ଏହି କୁନି ଝିଅଟି ସମଗ୍ର ବିଶ୍ୱରେ ଚର୍ଚ୍ଚାରେ ରହିଛି।

ଏବନିକା ନାମକ ଜଣେ ଋଷିଆ ଝିଅ, ଦୁନିଆର ସବୁଠାରୁ ଶକ୍ତିଶାଳୀ ପିଲାଙ୍କ ତାଲିକାରେ ଗଣା ହୁଅନ୍ତି। ଏବନିକା ସାଦଭାକାସ୍ ଖୁବ କମ ବୟସରୁ ବକ୍ସିଂ ଅଭ୍ୟାସ କରୁଛନ୍ତି। ତାଙ୍କ ବାପା ରଷ୍ଟ୍ରମ୍‌ ସାଦଭାକାସ) ନିଜେ ଜଣେ ବକ୍ସିଂ କୋଚ୍ ଏବଂ ତାଙ୍କ ତତ୍ତ୍ୱାବଧାନରେ ଏବନିକା ଏତେ ଆଶ୍ଚର୍ଯ୍ୟଜନକ ବକ୍ସର ହୋଇପାରିଛନ୍ତି ଯେ ଏକ ଗଛ ମଧ୍ୟ ତାଙ୍କ ସାମ୍ନାରେ ଠିଆ ହୋଇପାରିବ ନାହିଁ। ସୋସିଆଲ୍ ବିଡିଆରେ ଭାଇରାଲ ହେଉଥିବା ତାଙ୍କର ଏକ ଭିଡିଓରେ ଆପଣ ଦେଖିପାରିବେ ଯେ ଝିଅଟି କିପରି ଗଛକୁ ମୁଖି ମାରି ଚାଲିଛି।

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଏବନିକା ପ୍ରଥମେ ଗଛକୁ ମୁଖା ମାରି ମାରି କମଜୋର କରିପକଉଛନ୍ତି। ଏହା ପରେ ଧୀରେ ଧୀରେ ଗଛଟି ଭାଙ୍ଗିବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଲୋକମାନେ ଏବନିକାଙ୍କ ବକ୍ସିଂର ପ୍ରଶଂସକ ହୋଇଯାଉଛନ୍ତି। ଅନେକ ଲୋକ ମଧ୍ୟ ଏହି ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହେଉଛନ୍ତି।

ଏଭଳି ଆଶ୍ଚର୍ଯ୍ୟଜନକ କରି ଲୋକଙ୍କ ହୃଦୟ ଜିତୁଥିବା ଏବନିକାଙ୍କ ବୟସ ମାତ୍ର ୧୨। ସେ ଏକ ମିନିଟ୍‌ରେ ୬୫ଟି ପଞ୍ଚ୍ ମାରି ବିଶ୍ୱ ରେକର୍ଡ କରିଛନ୍ତି। ଏବନିକା ତାଙ୍କ ମୁଖା ଦ୍ୱାରା କବାଟ ପରି ଅନେକ ଶକ୍ତିଶାଳୀ ଜିନିଷ ଭାଙ୍ଗିବାର କ୍ଷମତା ରଖିଛନ୍ତି।

ଏବନିକା ୪ ବର୍ଷ ବୟସରୁ ତାଙ୍କ ଷ୍ଟାମିନାକୁ ନେଇ କାମ କରିଆସୁଛନ୍ତି। ଋଷ୍‌ର ଏହି ଝିଅର ଗଛକୁ ମୁଖାମାରି ଭାଙ୍ଗିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ଯାଇଛି। ତାଙ୍କ ବାପା ରଷ୍ଟ୍ରମ୍ ବ୍ୟତୀତ ତାଙ୍କ ୭ ଭାଇଭଉଣୀ ମଧ୍ୟ ବକ୍ସିଂକୁ ଭଲ ପାଆନ୍ତି। ଏହା ସହିତ ତାଙ୍କ ମା’ ଆନିୟା ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ଜଣେ ଚମତ୍କାର ଜିମ୍ନାଷ୍ଟ ଥିଲେ। ଏହି କାରଣରୁ ତାଙ୍କର ସମସ୍ତ ପିଲାମାନଙ୍କର ପ୍ରତିଭା ମଧ୍ୟ ଅତୁଳନୀୟ।