Advertisment

Naveen-Pandian Targeted: ମୁଖ୍ୟ ପରାମର୍ଶଦାତାଙ୍କ ଦ୍ବାରା ନବୀନ ଏବେ ଗୃହବନ୍ଦୀ, ନବୀନ-ପାଣ୍ଡିଆନ୍ ଯୋଡ଼ିଙ୍କୁ ଟାର୍ଗେଟ୍

ରାଜ୍ୟସଭା 'ବିବେକ ଖେଳ'କୁ ନେଇ ବଳଶାଳୀ ହେବାରେ ଲାଗିଛି ବିଜେଡି ଝଡ଼। କାଲି ଦେବାଶିଷଙ୍କ ପରେ ଆଜି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ବରିଷ୍ଠ ନେତା ଭୂପିନ୍ଦିର ସିଂ ବି ନବୀନ-ପାଣ୍ଡିଆନ୍ ଯୋଡ଼ିକୁ ଜୋରଦାର ନିଶାନା କରିଛନ୍ତି।

author-image
Saroj Kumar Jena
naveen

naveen

ରାଜ୍ୟସଭା 'ବିବେକ ଖେଳ'କୁ ନେଇ ବଳଶାଳୀ ହେବାରେ ଲାଗିଛି ବିଜେଡି ଝଡ଼। କାଲି ଦେବାଶିଷଙ୍କ ପରେ ଆଜି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ବରିଷ୍ଠ ନେତା ଭୂପିନ୍ଦିର ସିଂ ବି ନବୀନ-ପାଣ୍ଡିଆନ୍ ଯୋଡ଼ିକୁ ଜୋରଦାର ନିଶାନା କରିଛନ୍ତି। ଏକଥା ଖାଲି ଉପର ନୁହେଁ ତୃଣମୂଳ ସ୍ଥିତିକୁ ବି ଦୋହଲାଇ ଦେଲାଣି। ଏତେ ପରେ ବି ନବୀନ ଚୁପ୍। ଏଭଳି ସ୍ଥିତିରେ ନବୀନ ବାବୁ ଏବେ ମୁଖ୍ୟ ପରାମର୍ଶଦାତାଙ୍କ ଦ୍ବାରା ଗୃହବନ୍ଦୀ ବୋଲି ଚାଞ୍ଚଲ୍ୟକରଣ ବୟାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।

Advertisment

ଅଧିକ ପଢ଼ନ୍ତୁ: ‘ବିଜେଡିରେ ବିରାଟ ଫାଙ୍କ, ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ’: ତାରା ବାହିନୀପତି

ଗତକାଲି ସାଂସଦ ଦେବାଶିଷ ସାମନ୍ତରାୟ ସସ୍ମିତଙ୍କୁ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିବା ନେଇ ଇଙ୍ଗିତ କରିବା ପରେ ଆଜି ବର୍ଷିଛନ୍ତି ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ପ୍ରସନ୍ନ କହିଛନ୍ତି, ବର୍ତ୍ତମାନ ନେତୃତ୍ବଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ଯେ ଦଳର ନିଷ୍ପତ୍ତି କୌଣସି ବାହ୍ୟ ଶକ୍ତି ନେଉଛି। ସସ୍ମିତ ବାବୁଙ୍କର ନିଷ୍ପତ୍ତି ନେବାର କ୍ଷମତା ନଥିବାରୁ ଦଳର ନେତା ଓ କର୍ମୀ ଏବେ ଦ୍ବନ୍ଦ୍ବରେ। ସେପଟେ ଦଳର ଆଉ ଜଣେ ବରିଷ୍ଠ ନେତା ଭୂପିନ୍ଦର ସିଂହ ମଧ୍ୟ ସସ୍ମିତଙ୍କ ପଛରେ କିଏ ଜଣେ ରହି ଗୋଟି ଚାଳନା କରୁଥିବା କହି ଶଙ୍କା ପ୍ରକଟ କରିଛନ୍ତି। ଇଣ୍ଟର ପାର୍ଲାମେଣ୍ଟାରୀ ମିଟିଂରେ ଯୋଗଦେବାକୁ ତାସକେଣ୍ଟ ଗସ୍ତରେ ଥିବା ସସ୍ମିତ ଏଯାଏଁ ଏବାବଦରେ ମୁହଁ ଖୋଲି ନଥିବାବେଳେ ଦଳ ଭିତରେ କିନ୍ତୁ ବିସ୍ଫୋରକ ସ୍ଥିତି।

Advertisment

ଏପଟେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ନବୀନବାବୁ ବର୍ତ୍ତମାନ ଗୃହବନ୍ଦୀ। ମୁଖ୍ୟପରାମର୍ଶଦାତା ହିଁ ତାଙ୍କୁ ଗୃହବନ୍ଦୀ କରି ରଖିଛନ୍ତି। ବିଜେପି କହିଛି, ୱାର୍ଡମେମ୍ବର ହୋଇନଥିବା ଜଣେ ବ୍ୟକ୍ତି ବିଜେଡିରେ ସର୍ବେସର୍ବା। ଯେଉଁଥିପାଇଁ ଦଳ ଖୁବ ଶୀଘ୍ର ସଫା ହୋଇଯିବ। ସେପଟେ ପ୍ରଶ୍ନ ଉଠୁଛି, ୱକ୍ଫ ବିଲ୍ ପାରିତ ପାଇଁ ଏନ୍ଡିଏ ପାଖରେ ଆବଶ୍ୟକୀୟ ସଂଖ୍ୟା ଥିଲା। ଏହାବାଦ୍ ବି ଅଯାଚିତ ଭାବେ ବିଜେଡି ସାଂସଦ ସସ୍ମିତ କାହିଁକି ୱାକ୍ଫ ସମର୍ଥନରେ ଭୋଟ୍ ଦେଲେ ? ଚର୍ଚ୍ଚା ହେଉଛି ବିଜେଡି ପକ୍ଷରୁ ଦୁଇ ଜଣ ସାଂସଦ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି। ଏକଥା ଖୋଦ୍ ଦଳ ଭିତରେ ଆଲୋଚନା ହେଉଥିବାବେଳେ ଅସନ୍ତୋଷ ତୀବ୍ରରୂପ ଧାରଣ କରିଛି। ବିଜେଡିର ୱକ୍ଫ ବିଲ ନେଇ ବିବେକ ଆଭିମୁଖ୍ୟର ବିରୋଧ ତୃଣମୂଳସ୍ତରରେ ବି ଦେଖିବାକୁ ମିଳିଲାଣି। ଭଦ୍ରକରେ ଆଜି ରାମନବମୀ ଅବସରରେ ଲାଗିଥିବା ବିଜେଡି ବ୍ୟାନରରୁ ଖୋଦ୍ ସଭାପତି ନବୀନଙ୍କ ଫଟୋ ଉଭାନ୍ ହୋଇଯାଇଛି। କେବଳ ପୌରାଧ୍ୟକ୍ଷା ଗୁଲମକ୍କୀ ଓ ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଚିଠି ଲେଖିଥିବା ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଫଟୋ ରହିଥିବାବେଳେ ନବୀନଙ୍କ ଫଟୋ ଗାଏବ ହୋଇଯାଇଛି। ଏବେ ଦେଖିବାର କଥା, ଚର୍ଚ୍ଚା ଅନୁଯାୟୀ ପାଣ୍ଡିଆନଙ୍କ କଥାରେ ଚାଲୁଥିବା ନବୀନ ଦଳକୁ ବଞ୍ଚାଇବା ଲାଗି କିଛି ପଦକ୍ଷେପ ନେଉଛନ୍ତି ନା ଦଳ ବିଭାଜିତ ହୋଇଯିବ।

ଅଧିକ ପଢ଼ନ୍ତୁ: ସସ୍ମିତ ଭିଲେନ୍‌ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ନାଟର ଗୋବର୍ଦ୍ଧନ !’

Naveen Patnaik VK Pandian
Advertisment
Advertisment