• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗୀତ ଗାଇ ପୁଣି ଚର୍ଚ୍ଚାରେ କୁନି ବାଳକ । ଗତ କିଛି ବର୍ଷ ପୂର୍ବରୁ ଏକ କୁନି ବାଳକ ଗୀତ ଗାଉଥିବା ଭିଡ଼ିଓ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । ଏହାକୁ ୟୁଜର୍ସମାନେ ମଧ୍ୟ ବେଶ୍ ପସନ୍ଦ କରିଥିଲେ । ଏମିତିକି ଗୀତଟିକୁ ୟୁଜର୍ସମାନେ ବେଶ୍ ଉପଭୋଗ ମଧ୍ୟ କରିଥିଲେ । ସ୍କୁଲ୍‌ ୟୁନିଫର୍ମରେ ଥିବା ବାଳକଟି ‘ଗୁଲାବୀ ଆଖେ’ ଗୀତ ଗାଇ ବେଶ୍‌ ପ୍ରଶଂସା ସାଉଁଟିଥିଲା । ସେହି ବାଳକ ଏବେ ପୁଣି ଆଉ ଏକ ଗୀତ ଗାଇ ଚର୍ଚ୍ଚାକୁ ଆସିଛି ।

ବାଳକଟି ବିଶିଷ ସଙ୍ଗୀତକାର କିଶୋର କୁମାରଙ୍କ ସୁପରହିଟ୍ ମେରେ ମେହବୁବ୍‌ ଗୀତ ଗାଉଥିବାର ଦେଖିବାକୁ ମିଳିଛି । ଭିଡ଼ିଓଟି IAS ଅଫିସର ଅଶ୍ୱିନୀ ସରନ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଭିଡ଼ିଓଟି ଏତେ ରୋମାଞ୍ଚକର ହୋଇଛି ଯେ ଆପଣ ମଧ୍ୟ ମୋହିତ ହୋଇଯିବେ । ଭିଡ଼ିଓଟି ସୋସିଆଲ୍ ମିଡ଼ିଆର ୟୁଜର୍ସଙ୍କ ମନ କିଣିପାରିଛି ।

ତେବେ କିଛି ବର୍ଷ ପୂର୍ବରୁ ଗୀତ ଗାଇ ଫେମସ ହୋଇଥିବା ବେଳକଟି ଏବେ ଟିକେ ବଡ଼ ହୋଇଯାଇଛି । ହେଲେ ସେ ପୂର୍ବଭଳି ସୁମଧୁର ସ୍ୱରରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଛି ।

IAS ଅଫିସର ଏହି ଭିଡ଼ିଓଟିକୁ ଶେୟାର କରିବା ସହ କ୍ୟାପସନ୍‌ରେ ଲେଖଛନ୍ତି ଯେ, ‘‘Made My Day’’ । ଏହାସହ ସେ ଏକ ରେଡ୍‌ ହାର୍ଟର ଇମୋଜି ମଧ୍ୟ ଦେଇଛନ୍ତି । ତେବେ ଏହି ଭିଡ଼ିଓରେ ବାଳକଟି କେବଳ ଗୀତ ଗାଇଛି ତାହା ନୁହେଁ ବରଂ ସେ ଗୀତ ଗାଇବା ସହ ଅତି ସୁନ୍ଦର ଭାବେ ପିଆନୋ ମଧ୍ୟ ବଜାଉଛି । ଯାହା ଏବେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡିଂରେ ଚାଲିଛି ।

ବାଳକଟି ଛୋଟବେଳେ ନିଜ କ୍ୟୁଟ୍ ସ୍ୱରରେ ଗୀତ ଗାଇ ଚର୍ଚ୍ଚା ସାଉଁଟିଥିବାବେଳେ ଏବେ ତାର ଗୀତ ବେଶ୍ ଆକର୍ଷଣୀୟ ପାଲଟିଛି । ଭିଡ଼ିଓଟିରେ ଅନେକ ୟୁଜର୍ସ କମେଣ୍ଟ ଦେଇଥିବାବେଳେ ଜଣେ ୟୁଜର୍ ବାଳକର ପୂର୍ବ ଭିଡ଼ିଓ ମଧ୍ୟ କମେଣ୍ଟ ମାଧ୍ୟମରେ ଶେୟାର କରିଛନ୍ତି ।