/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744960707.jpg)
New Ration Card
ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର । ରାଜ୍ୟରେ ବଣ୍ଟନ ହେବ ନୂଆ ରାସନ କାର୍ଡ । ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆ ରାସନ କାର୍ଡ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୨ ତାରିଖ ସୁଦ୍ଧା ନୂଆ ରାସନ କାର୍ଡ ପ୍ରିଣ୍ଟ ସହିତ ଲାମିନେସନ କରି ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହାପରେ ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାସନ କାର୍ଡ ବଣ୍ଟନ କରାଯିବ ।
Advertisment
ଅଧିକ ପଢ଼ନ୍ତୁ: ବିପର୍ଯ୍ୟୟ ପରେ ଭୁଶୁଡୁଛି ବିଜେଡି ଗଡ଼ ! ସାଙ୍ଗଠନିକ ନିର୍ବାଚନ ପରେ ନୂଆ ଟିମ୍ ଗଢିବେ ନବୀନ
ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି । e-KYC ମାଧ୍ୟମରେ ରାଜ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ହେଉଛି । ୨୨ ସୁଦ୍ଧା ରାସନ କାର୍ଡ ପ୍ରସ୍ତୁତ କାର୍ଯ୍ୟ ଶେଷ ହେବା ପରେ ଖୁବ୍ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ କାର୍ଡ ବଣ୍ଟନ କରାଯିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)