• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରୋଷେଇ ଘରେ ମା’ଅନ୍ନପୂର୍ଣ୍ଣାଙ୍କ ଫଟୋ ଲଗାନ୍ତୁ

  • ଓଦା ଗୋଡ଼ରେ ଭୋଜନ ପ୍ରସ୍ତୁତ କରନ୍ତୁ

ଭୋଜନ ଭଗବାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଉପହାର ଓ ପ୍ରସାଦ। ଅନ୍ନ ଈଶ୍ୱରଙ୍କ ସହ ସମାନ ବୋଲି ମାନ୍ୟତା ରହିଛି। ଅଗ୍ନି ଦ୍ୱାରା ଭୋଜନ ପ୍ରସ୍ତୁତ କରାଯାଉଥିବାରୁ ଖାଦ୍ୟ ପ୍ରସ୍ତୁତ ହେବା ପରେ ଅଗ୍ନିଙ୍କ ନିକଟରେ ଏହାକୁ ରଖିବା ସହ କିଛି ଅର୍ପଣ କରିବା ଉଚିତ । ଭୋଜନକୁ ନେଇ ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ରହିଛି ଯାହା ପାଳନ କଲେ ଶୁଭପ୍ରଦ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଭୋଜନକୁ ନେଇ ବାସ୍ତୁଶାସ୍ତ୍ରରେ କଣ ରହିଛି ନିୟମ...

  • ଭୋଜନ ଗ୍ରହଣ କରିବା ପୂର୍ବରୁ ଅନ୍ନ ଦେବତା ଓ ମା’ଲକ୍ଷ୍ମୀଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଣାମ କରି ଖାଆନ୍ତୁ।
  • ସ୍ନାନ ବିନା ରୋଷେଇ ଘରେ ପ୍ରବେଶ କରି ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ।
  • ଭୋଜନ ପ୍ରସ୍ତୁତ କରିବା ସମୟରେ ପରିବାର ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ଉଚିତ। ହାତ, ଗୋଡ, ମୁହଁ ଭଲ ଭାବେ ଧୋଇ ଭୋଜନ ଗ୍ରହଣ କରନ୍ତୁ।
  • ଓଦା ଗୋଡରେ ଭୋଜନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।
  • ଚଟାଣରେ ବସି ଆସନ ପକାଇ ଭୋଜନ କରିବା ସବୁଠାରୁ ଉତ୍ତମ ବୋଲି କୁହାଯାଏ। ଖଟରେ ବସି ଆଦୌ ଭୋଜନ କରନ୍ତୁ ନାହିଁ।
  • ସ୍ୱାଦିଷ୍ଟ ନ ହେଲେ ମଧ୍ୟ ଭୋଜନର ତିରସ୍କାର କରିବା ଉଚିତ ନୁହେଁ ।
  • ରୋଷେଇ ଘରକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ।ରାତିରେ ଶୋଇବା ପୂର୍ବରୁ ରୋଷେଇ ପରିଷ୍କାର କରିବା ସହ ବାସନ ମାଜନ୍ତୁ।
  • ଅନାବଶ୍ୟକ ଜିନିଷ ରୋଷେଇ ଘରେ ଆଦୌ ରଖନ୍ତୁ ନାହିଁ। ରୋଷେଇ ଘରେ ଥିବା ଡବା ଗୁଡିକୁ ଆଦୌ ଖାଲି ରଖନ୍ତୁ ନାହିଁ।
  • ପ୍ରତିଦିନ ଗାଈ, କୁକୁର , ପିମ୍ପୁଡି, ପକ୍ଷୀଙ୍କୁ କିଛି ଖାଦ୍ୟ ନିଶ୍ଚୟ ଦିଅନ୍ତୁ। ଗାଈକୁ ପ୍ରତିଦିନ ଖାଦ୍ୟ ଖୁଆଇବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।
  • ଭୋଜନ କରିବା ସମୟରେ ଅନ୍ୟ କୌଣସି କାର୍ଯ୍ୟ, କଥାବାର୍ତ୍ତା ଆଦି କରିବା ଉଚିତ ନୁହେଁ। ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ରୋଷେଇ ଘର ତିଆରି କରନ୍ତୁ ନାହିଁ।
  • ଘରକୁ ଆସୁଥିବା ଅତିଥିଙ୍କୁ ସର୍ବଦା ଦକ୍ଷିଣ ଓ ପଶ୍ଚିମ ଦିଗରେ ବସାଇ ଭୋଜନ କରାନ୍ତୁ।
  • ରୋଷେଇ ଘରେ ନିଆଁ ପାଣି କଦାପି ଅତି ନିକଟରେ ରଖନ୍ତୁ ନାହିଁ ।
  • ଡଷ୍ଟବିନକୁ ରୋଷେଇ ଘରେ ରଖନ୍ତୁ ନାହିଁ। ରୋଷେଇ ଘର କାନ୍ଥର ରଙ୍ଗ ହଳଦିଆ, ନାରଙ୍ଗୀ ଆଦି ରଖନ୍ତୁ।
  • ରୋଷେଇ ଘରେ ଭଙ୍ଗା, ଫଟା ବାସନ ରଖନ୍ତୁ ନାହିଁ।
  • ରୋଷେଇ ଘରେ ମା’ଅନ୍ନପୂର୍ଣ୍ଣାଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଆଦୌ ଧନର ଅଭାବ ହେବ ନାହିଁ।
  • ଭୋଜନ କରିବା ପରେ ସେହି ଥାଳିରେ ହାତ ଧୁଅନ୍ତୁ ନାହିଁ। ଥାଳିରେ ବଳକା ଖାଦ୍ୟ ଛାଡନ୍ତୁ ନାହିଁ ।