/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746769432.jpg)
CA final exam postponed
ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ପ୍ରକାଶ ପାଉଥିବା ବେଳେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଚାଟାର୍ଡ ଆକାଉଣ୍ଟାଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ । ଦେଶର ୧୨ ସହରରେ ସୁରକ୍ଷା ଦୃଷ୍ଟିରୁ ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଛି ।
ମେ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ପରୀକ୍ଷା ସ୍ଥଗିତ ନେଇ ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ (ଆଇସିଏଆଇ) ଘୋଷଣା କରିଛି । ଗତ ୮ ତାରିଖରେ ଆଇସିଏଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରିସ୍ଥିତିକୁ ନଜରରେ ରଖି ଆଗାମୀ ଦିନରେ ପରୀକ୍ଷା ତାରିଖ ଘୋଷଣା କରାଯିବ । ଆଗାମୀ ସୂଚନା ପାଇଁ ପ୍ରାର୍ଥୀମାନେ ଆଇସିଏଆଇ ର ଅଫିସିଆଲ ୱେବସାଇଟ www.icai.org ରେ ଭିଜିଟ କରି ପାରିବେ ।
ଅଧିକ ପଢ଼ନ୍ତୁ: ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ପାକିସ୍ତାନର ଆକ୍ରମଣ; ସାଇରନ୍ ବଜାଇ ସତର୍କ କଲା ସେନା
ସୂଚନାଯୋଗ୍ୟ, ଭାରତ ପାକିସ୍ତାନର ଆତଙ୍କବାଦୀଙ୍କ ଉପରେ ଅପରେସନ ସିନ୍ଦୂର ଅଧିନରେ ଆକ୍ରମଣ କରିବା ପରେ ଭାରତ ଉପରେ ପାଲଟା ଜବାବ ଦେଉଛି ପାକିସ୍ତାନ । ସୁରକ୍ଷା ଦୃଷ୍ଟିରୁ ଦେଶରେ ବିଭିନ୍ନ ଏୟାରପୋର୍ଟ ବନ୍ଦ ହେବା ସହ ବିମାନ ସେବା ମଧ୍ୟ ବାତିଲ୍ କରାଯାଇଛି । ଗତ କାଲି ଧର୍ମଶାଳାରେ ଚାଲୁଥିବା ଆଇପିଏଲ ମ୍ୟାଚକୁ ଅଧାରୁ ବନ୍ଦ କରିବାକୁ ପଡିଥିଲା । ଯେହେତୁ ଭାରତୀୟ ନାଗରିକଙ୍କ ସୁରକ୍ଷା ସର୍ବୋପରି, ତେଣୁ ସିଏ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)