Advertisment

Vastu Principles for a Happy Life: ଏହି ନିୟମ ମାନି କଲେ ଘର; ଜୀବନ କଟିବ ହସଖୁସିରେ

ଏହି ଶାସ୍ତ୍ରକୁ ବର୍ତ୍ତମାନ ଯୁଗରେ ରିସର୍ଚ୍ଚ କରି କି ଆଉ ଭଙ୍ଗାରୁଜା ନକରି ବିଭିନ୍ନ ଉପାୟରେ ବାସ୍ତୁଦୋଷର ନିବାରଣ କରାଯାଇପାରୁଛି । କିନ୍ତୁ ସବୁଠାରୁ ଭଲ ହେବ ଯଦି ଗୃହ ନିର୍ମାଣ ପୂର୍ବରୁ ବାସ୍ତୁ ନିୟମକୁ ଜାଣି ଠିକ ଭାବରେ ପାଳନ କରାଯାଏ ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
vastu

vastu

ମଣିଷ ଜୀବନରେ ବାସ୍ତୁଶାସ୍ତ୍ରର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ । ବାସ୍ତୁ ଅନୁସାରେ ଗୃହ ନିର୍ମାଣ କଲେ ଜୀବନ ସୁଖମୟ ହେବ । ବାସ୍ତୁ ନିୟମ ଅନୁଯାୟୀ ନିର୍ମାଣ କାର୍ଯ୍ୟ ହୋଇନଥିଲେ ଲୋକେ ତାକୁ ଭାଙ୍ଗି ପୁନର୍ବାର ବାସ୍ତୁ ନିୟମ ଅନୁଯାୟୀ ଗୃହ ନିର୍ମାଣ କରି ଶୁଭଫଳ ପାଇବାର ଅନେକ ପ୍ରମାଣ ରହିଛି । ଏହି ଶାସ୍ତ୍ରକୁ ବର୍ତ୍ତମାନ ଯୁଗରେ ରିସର୍ଚ୍ଚ କରି କି ଆଉ ଭଙ୍ଗାରୁଜା ନକରି ବିଭିନ୍ନ ଉପାୟରେ ବାସ୍ତୁଦୋଷର ନିବାରଣ କରାଯାଇପାରୁଛି । କିନ୍ତୁ ସବୁଠାରୁ ଭଲ ହେବ ଯଦି ଗୃହ ନିର୍ମାଣ ପୂର୍ବରୁ ବାସ୍ତୁ ନିୟମକୁ ଜାଣି ଠିକ ଭାବରେ ପାଳନ କରାଯାଏ । ଏଣୁ ଆସନ୍ତୁ ଏହି ବାସ୍ତୁ ନିୟମ ବିଷୟରେ ଅଧିକ ଜାଣିବା ।

Advertisment

୧- ଗୃହର ଠିକ ମୁଖ୍ୟଦ୍ଵାର ସାମ୍ନାରେ ରୋଷେଇ ଘର ରହିବା ଅତ୍ୟନ୍ତ ଅଶୁଭ ।

୨- ରୋଷେଇଘର ,ପୂଜାଘର ଓ ଶୌଚାଳୟ ପରସ୍ପର ଗୋଟେ କାନ୍ଥରେ ଲଗାଇ ନିର୍ମାଣ କରିବା ଅଶୁଭ ।

୩- ବିଦ୍ୟୁତ ଉପକରଣ ଆଦି ଦକ୍ଷିଣ-ପୂର୍ବ ବା ଆଗ୍ନେୟ କୋଣ ଛଡା ଅନ୍ୟ ସ୍ଥାନରେ ବାସ୍ତୁଦୋଷ ସୃଷ୍ଟି କରେ ।

Advertisment

୪- ଗୃହ ମଧ୍ୟରେ କି ଗୃହ ଛାତ ଉପରେ କଳଙ୍କି ଲାଗିଥିବା ଲୁହା ରଖିବା ଅଶୁଭ ।

୫- ଗୃହ ମଧ୍ୟରେ ଭଙ୍ଗାରୁଜା ଦର୍ପଣ ରଖନ୍ତୁ ନାହିଁ, ଏହା ମଧ୍ୟ ଅଶୁଭ ଫଳ ଦେଇଥାଏ ।

ଅଧିକ ପଢ଼ନ୍ତୁ: ଗୃହ ନିର୍ମାଣ ଆରମ୍ଭରୁ ବାସ୍ତୁପୂଜା ନ କଲେ ମିଳେ ଏହି ଅଶୁଭ ଫଳ

୬- ଗୃହର ମୁଖ୍ୟଦ୍ୱାର ସାମ୍ନାରେ ଅଳିଆ ଆବର୍ଜନା ରଖନ୍ତୁନାହିଁ, ଏହା କଲେ ଗୃହ ମଧ୍ୟକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

୭- କୌଣସି ବି ବିମ୍ ତଳେ ଅଧିକ ସମୟ ବସନ୍ତୁ ନାହିଁ କି ଶୁଅନ୍ତୁ ନାହିଁ ।

୮- ଗୃହର ଉତ୍ତର-ପୂର୍ବ ବା ଐଶାନ୍ୟ କୋଣକୁ ଅପରିଷ୍କାର ରଖନ୍ତୁ ନାହିଁ ।

୯- ଦକ୍ଷିଣ-ପଶ୍ଚିମ ବା ନୈଋତ କୋଣକୁ ଖାଲୁଆ କରିବା ଅତ୍ୟନ୍ତ କ୍ଷତିକାରକ ।

୧୦- ନୂତନ ଗୃହ ନିର୍ମାଣ କଲାବେଳେ ପୁରୁଣା ସାମଗ୍ରୀ ବ୍ୟବହାର କରିବା ଉଚିତ ନୁହେଁ ।

୧୧- ଗୃହର ସିଡି ତଳେ ପୂଜାଗୃହ କି ଶୌଚାଳୟ କରନ୍ତୁ ନାହିଁ ।

୧୨- ଗୃହର ମୁଖ୍ୟ ଦ୍ଵାର ଉପରେ ବଡ ଗଛର ଛାଇ ପଡିବା ଅଶୁଭ ।

୧୩- ଗୃହରେ ହିଂସ୍ରଜନ୍ତୁ କି ଯୁଦ୍ଧର ଫଟୋ ରଖନ୍ତୁ ନାହିଁ, ଏହା ଦ୍ୱାରା ଘରେ କଳି ଝଗଡା ହେଇଥାଏ ।

୧୪- ଖରାପ କି ବନ୍ଦ ହୋଇଥିବା ଘଣ୍ଟା ଗୃହରେ ରଖନ୍ତୁ ନାହିଁ ।

୧୫- ଗୃହର ଦକ୍ଷିଣ-ପଶ୍ଚିମ କୋଣ ବା ନୈଋତ କୋଣକୁ ଅନ୍ୟ କୋଣ ଅପେକ୍ଷା ବଡ କି ଛୋଟ କରିବା ମହାବିପଦ।

ଏହିପରି ଆହୁରି ଅନେକ ନିୟମ ବିଷୟରେ ଆଗକୁ ଜାଣିବା କିନ୍ତୁ ଗୃହ ଆରମ୍ଭ ପୂର୍ବରୁ ଏହିସବୁ ନିୟମ ଧ୍ୟାନରେ ରଖିଥିଲେ ଅନେକ ବାସ୍ତୁଦୋଷରୁ ନିଜକୁ ରକ୍ଷା କରିପାରିବେ ।

ଅଧିକ ପଢ଼ନ୍ତୁ: ଏମିତି ଭୁଲ୍ କରୁଛନ୍ତି କି...ମିତ୍ର ସହ କଳହ ହେବାର ସଂଭାବନା ଅଧିକ

Vastu Tips In Odia Vastu Shastra Vastu Tips For Home
Advertisment
Advertisment