Advertisment

FCIରେ ଖାଲି ପଡ଼ିଛି ୩୮୦ଟି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଅଷ୍ଚମ ପାସ୍ କରିଛନ୍ତି କି ? ତାହେଲେ ଆପଣ ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆରେ ଚାକିରି କରିପାରିବେ । ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ (FCI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । FCIରେ ଖାଲି ପଡ଼ିଛି ୩୮୦ଟି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।

author-image
Pallipuspa Samal
ଅଦ୍ୟତନ ହୋଇଛି
fci recruitment

fci recruitment

 ନୂଆଦିଲ୍ଲୀ: ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ(FCI)ରେ ଖାଲି ପଡ଼ିଛି ଅନେକ ପଦ ପଦବୀ । FCI ପକ୍ଷରୁ ୩୮୦ ଟି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ପାଇଁ FCI ପକ୍ଷରୁ ୧୮ରୁ ୨୫ ବର୍ଷ ବୟସର ଯୁବକ ଯୁବତୀଙ୍କ ଠାରୁ ଆବେଦନ ଗ୍ରହଣ କରାଯାଉଛି। ଯୋଗ୍ୟ ତଥା ଆଶାୟୀ ପ୍ରାର୍ଥୀମାନେ FCI ର ଅଫିସିଆଲ ୱେବସାଇଟକୁ ଯାଇ ଏହି ପଦ ପାଇଁ ଅନଲାଇନରେ ଆବେଦନ କରିପାରିବେ ।

Advertisment

FCI ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ FCI ୱାଚ୍ ମ୍ୟାନ୍ ପଦ ପାଇଁ ଏହି ୩୮୦ଟି ପଦରେ ନିଯୁକ୍ତି ଦିଆଯିବ। ଏଥିପାଇଁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୮ମ ପାସ୍ ରହିଛି। ଅନ୍ୟପଟେ ଏହା ପୂର୍ବରୁ ଯେଉଁମାନେ ସିକ୍ୟୁରିଟି ଗାର୍ଡ ଚାକିରି କରୁଛନ୍ତି, ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ପାସ୍ ଥିବା ଜରୁରୀ। ଏହି ପଦବୀ ପାଇଁ ଆବେଦନର ଶେଷ ତାରିଖ ରହିଛି ନଭେମ୍ବର ୧୯ ୨୦୨୧ ଧାର୍ଯ୍ୟ କରାଯାଇଛି ।

ପଦବୀ ପାଇଁ କିପରି ଆବେଦନ:

  • ପ୍ରଥମେ ଫୁଡ କର୍ପୋରେସନ ଅଫ ଇଣ୍ଡିଆ(FCI)ର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
  • ହୋମ ପେଜରେ Register Here ଅପସନ୍ ଉପରେ କ୍ଲିକ କରି ଫର୍ମର ରେଜିଷ୍ଟ୍ରେସନ କରନ୍ତୁ ।
  • ଏହା ପରେ ରେଜିଷ୍ଟ୍ରେସନ ନମ୍ବର ଓ ପାସୱାର୍ଡ ସାହାଯ୍ୟରେ ଲଗଇନ୍ କରନ୍ତୁ ।
  • ଏବେ ନିଜର ଜରୁରୀ ବୀବରଣୀ ଗୁଡିକ ଭରି ସବମିଟ୍ ବା ଦକ୍ଷଲ କରନ୍ତୁ ।
Advertisment

ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଓ EWS ବର୍ଗର ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଫିସ୍ ଦେବାକୁ ପଡ଼ିବ। ଅନ୍ୟପଟେ ମହିଳା ପ୍ରାର୍ଥୀଙ୍କୁ କୈଣସୀ ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ। ଏହାଛଡ଼ା OBC ଓ SC ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ।

FCI Recruitment 2021
Advertisment
Advertisment