Advertisment

Security Measures Increased at Hirakud Dam ହୀରାକୁଦ ଡ୍ୟାମରେ ବଢ଼ିଲା ସୁରକ୍ଷା; ପର୍ଯ୍ୟଟକଙ୍କୁ ଡ୍ୟାମ୍‌ ମନା

ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ତୀବ୍ର ହେବାରେ ଲାଗିଛି। ଏଥିପାଇଁ ବିଭିନ୍ନ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଭାବରେ ହୀରାକୁଦ ଡ୍ୟାମରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଏଥିସହ ଆଜିଠାରୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍‌ ଯିବାକୁ ବାରଣ କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
hirakud dam

hirakud dam

ସାଂପ୍ରତିକ ପରିସ୍ଥିତିକୁ ନଜରରେ ରଖି ସମ୍ବଲପୁର ହୀରାକୁଦ ଡ୍ୟାମରେ ବଢ଼ିଲା ସୁରକ୍ଷା। ଡ୍ୟାମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିସହ ସୁରକ୍ଷାକୁ ନଜରରେ ରଖି ଆଜିଠୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍ ପ୍ରବେଶ ନିଷିଦ୍ଧ କରାଯାଇଛି। ଡ୍ୟାମର ବୁର୍ଲା ଓ ହୀରାକୁଦ ଉଭୟ ପାର୍ଶ୍ବରେ କଡାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା।  

Advertisment

ଅଧିକ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ହାଇଆଲର୍ଟ ; ଡାକ୍ତର,ସବୁ କର୍ମଚାରୀଙ୍କ ଛୁଟି ବାତିଲ

ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ତୀବ୍ର ହେବାରେ ଲାଗିଛି। ଏଥିପାଇଁ ବିଭିନ୍ନ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଭାବରେ ହୀରାକୁଦ ଡ୍ୟାମରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଏଥିସହ ଆଜିଠାରୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍‌ ଯିବାକୁ ବାରଣ କରାଯାଇଛି।

ଏଥିସହ ହୀରାକୁଦରେ ୩ ପ୍ରକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା କରାଯାଇଛି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲାଇଟ୍‌ ମେସିନ ଗନ ବ୍ୟବସ୍ଥା କରାଯାଇଛି। ସୁରକ୍ଷାକର୍ମୀମାନେ ଡ୍ୟାମକୁ ଜଗି ରହିଛନ୍ତି। ଜଳ ସମ୍ପଦ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଡ୍ୟାମ ଭିତରକୁ ଯିବାକୁ ବାରଣ କରାଯାଇଛି।

Advertisment

 ସେହିପରି କେନ୍ଦ୍ରାପଡ଼ା ଲାଇଟ୍‌ହାଉସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  ମହାକାଳପଡ଼ାରେ ଥିବା ଲାଇଟ୍‌ହାଉସ୍‌କୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। 

ପାରାଦୀପ ବନ୍ଦରରେ  ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ପାରାଦୀପ ବନ୍ଦରରେ  ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯାଇଛି। ସୁରକ୍ଷା ସ୍ତର ବୃଦ୍ଧି ସହ ସମସ୍ତ ଜାହାଜ ଉପରେ କଡ଼ା ନଜର କରାଯାଇଛି। ସୁରକ୍ଷାକର୍ମୀ ସଂଖ୍ୟା ବୃଦ୍ଧି ସହ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି। 

ଅଧିକ ପଢ଼ନ୍ତୁ: କିପରି ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା ପାକିସ୍ତାନର ମୁରିଦକେ ଅଞ୍ଚଳ; ସାମ୍ନାକୁ ଆସିଲା ସାଟେଲାଇଟ୍ ଇମେଜ୍

Pakistan Hirakud Dam Operation Sindoor
Advertisment
Advertisment