• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାହିଁକି ଉତ୍କଟ ମରୁଡ଼ିର ଶିକାର ହୋଇଛି ଚୀନ୍ ? ଏହାର ୨ଟି ମୁଖ୍ୟ କାରଣ ଥିବା କୁହାଯାଉଛି । ବହୁଳ ମାତ୍ରାରେ ଶିଳ୍ପାୟନ ଓ ଜଳବାୟୁ ପରିବର୍ତ୍ତନ ମରୁଡ଼ିର କାରଣ । ବିଗତ ୬୧ ବର୍ଷ ମଧ୍ୟରେ ଗତ ଦୁଇ ମାସରେ ସବୁ ଅଞ୍ଚଳରେ କମ୍ ବର୍ଷା ରେକର୍ଡ ହୋଇଛି । ଏଥିସହ ଗତ ଅଗଷ୍ଟରେ ଚୀନରେ ହାରାହାରି ତାପମାତ୍ରା ୨୨.୪ ଡିଗ୍ରୀ ସେଲସିୟସ ରହିଥିଲା, ଯାହାକି ସ୍ୱାଭାବିକ ଠାରୁ ୧.୨ ଡିଗ୍ରୀ ସେଲସିୟସ ଅଧିକ ।

ଚୀନର ସମୁଦାୟ ପାଣିପାଗ କେନ୍ଦ୍ରରୁ କେବଳ ଅଗଷ୍ଟରେ ହିଁ ୨୬୭ଟି ପାଣିପାଗ କେନ୍ଦ୍ରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଜୁନ ମଧ୍ୟ ଭାଗରୁ ଅଗଷ୍ଟ ଶେଷ ସୁଦ୍ଧା ହିଟୱେଭ୍ ମାତ୍ରା ଅଧିକ ରହିଥିଲା । ଫଳରେ ଉତ୍ତର ଓ ଦକ୍ଷିଣ ଚୀନ ସର୍ବାଧିକ ପ୍ରଭାବିତ ହୋଇଛି ଏବଂ ମରୁଡି ସ୍ଥିତି ଉପୁଜିଛି । କେତେକ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ମଧ୍ୟ ସୂଚନା ମିଳିଛି ।

ଚୀନ୍ ନ୍ୟାସନାଲ ଅବଜର୍ଭେଟୋରୀ କିଛି ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି କରିଛି । ଜିଆଙ୍ଗସୁ, ଆନୁହି, ହୁବେଇ, ଫୁଜିଆନ, ହୁନାନ, ଚୋଙ୍ଗକିଙ୍ଗ, ସିଚୁଆନ ଆଦି ଅଞ୍ଚଳକୁ ୟେଲୋ ଅଆଲର୍ଟ ଜାରି କରାଯାଇଛି । ମରୁଡ଼ି ପାଇଁ ଉତ୍ତର ଚୀନର ଜିଆଙ୍ଗସି ପ୍ରଦେଶ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୬୦ରୁ ଅଧିକ ଦିନ ହେଲାଣି ଏଠାରେ ଜଳ ପାଇଁ ହାହାକାର ସ୍ଥିତି ଉପୁଜିଛି । ଜୀବନ ଜୀବିକା ଏକପ୍ରକାର ଠପ୍ ହୋଇଯାଇଛି ।

ଅନ୍ୟ ଉପାୟ ନପାଇ ସ୍ଥିତି ଗମ୍ଭୀର ଥିବା ଅଞ୍ଚଳ ଗୁଡ଼ିକରେ କୃତ୍ରିମ ଉପାୟରେ ବର୍ଷା କରାଯାଇଛି । ଦକ୍ଷିଣ ଚୀନର ୧.୪୫ ବର୍ଗ କିଲୋମିଟର ଅଞ୍ଚଳରେ କ୍ଲାଉଡ୍ ସିଡିଂ ପଦ୍ଧତିରେ କୃତ୍ରିମ ବର୍ଷା କରାଇବା ଲାଗି ୭୫ଟି ଡ୍ରୋନ୍ ମୁତୟନ କରାଯାଇଥିଲା ।