Advertisment

ବଡ଼ ଯୋଜନା କରୁଛି କି ଋଷ୍‌ ? ଗ୍ୟାସ୍ କିଣୁଥିବା ବିଦେଶୀ ରାଷ୍ଟ୍ର ସମୂହଙ୍କୁ ଦେଲା ବଡ଼ ଚେତାବନୀ

ଜାରି ରହିଛି ଆଟାକ୍ ଓ କାଉଣ୍ଟର ଆଟାକ୍। ଋଷ୍‌ର ଯୁଦ୍ଧରେ ୟୁକ୍ରେନ୍ କ୍ଷତିଗ୍ରସ୍ତ ହେଉଥିବାବେଳେ ଏବେ ୟୁକ୍ରେନ୍ ଋଷ୍‌ରେ କରିଛି ପାଲଟା ଆକ୍ରମଣ। ଋଷ୍‌ର ବେଲଗୋରୋଡ ସହରରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନ ଆକ୍ରମଣ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Ukraine Russia War

Ukraine Russia War

ଜାରି ରହିଛି ଆଟାକ୍ ଓ କାଉଣ୍ଟର ଆଟାକ୍। ଋଷ୍‌ର ଯୁଦ୍ଧରେ ୟୁକ୍ରେନ୍ କ୍ଷତିଗ୍ରସ୍ତ ହେଉଥିବାବେଳେ ଏବେ ୟୁକ୍ରେନ୍ ଋଷ୍‌ରେ କରିଛି ପାଲଟା ଆକ୍ରମଣ। ଋଷ୍‌ର ବେଲଗୋରୋଡ ସହରରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନ ଆକ୍ରମଣ କରିଛି। ୟୁକ୍ରେନର ୨ଟି ମିଲିଟାରୀ ହେଲିକପ୍ଟର ଅଳ୍ପ ଉଚ୍ଚତାରେ ସୀମା ଅତିକ୍ରମ କରି ଶୁକ୍ରବାର ଋଷ୍‌ର ତୈଳ ଡିପୋ ଉପରେ ହମ୍‌ଲା କରିଛି। ଏଥିରେ କିଛି କର୍ମଚାରୀ ଆହତ ହୋଇଥିବା ବେଲଗୋରୋଡ୍ ଗଭର୍ଣ୍ଣର ଭ୍ୟାଚେସ୍ଲାଭ୍ ଭ୍ଲାଦିମିରୋଭିଚ୍ କହିଛନ୍ତି।

Advertisment

ୟୁକ୍ରେନର ତେଲ ଡିପୋ ଉପରେ ଏୟାର ଷ୍ଟ୍ରାଇକ୍ ଦୁଇ ଦେଶ ମଧ୍ୟରେ ହେଉଥିବା ଶାନ୍ତି ଆଲୋଚନାରେ ବାଧା ଆଣିବ ବୋଲି କ୍ରେମଲିନ୍ କହିଛି।ଋଷ୍‌ ଉତ୍ତର କିଭ୍‌ରୁ କିଛି ସୈନ୍ୟଙ୍କୁ ପ୍ରତ୍ୟାହାର କରି ବେଲାରୁଷକୁ ପଠାଉଥିବା କୁହାଯାଉଛି। ଅନ୍ୟପକ୍ଷେ, ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଆଶଙ୍କା କରିଛନ୍ତି ଯେ, ୟୁକ୍ରେନର ପୂର୍ବ ଏବଂ ଦକ୍ଷିଣ ଭାଗରେ ଜୋରଦାର ଆକ୍ରମଣ କରିବାକୁ ଯୋଜନା କରୁଛି ଋଷ୍‌।

ମାରିୟୁପୋଲ ସହରକୁ ପଠାଯାଉଥିବା ସହାୟତାକୁ ରୁଷିଆ ସେନା ଛାଡୁନଥିବା ଅଭିଯୋଗ କରିଛି ୟୁକ୍ରେନ୍। ଏଭଳି ପରିସ୍ଥିତିରେ ଯୁଦ୍ଧ ଜୋରଦାର ଚାଲିଛି। କ୍ଷତି ପରେ କ୍ଷତି ଘଟି ଚାଲିଛି। ମଙ୍ଗଳବାର ୟୁକ୍ରେନର ଦକ୍ଷିଣ ଭାଗରେ ଥିବା ମାଇକୋଲଭ୍ ସହରର ରିଜିଓନାଲ ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ବିଲ୍ଡିଂ ଉପରେ ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଋଷ ଏହି ବିଲ୍ଡିଂ ଉପରେ ରକେଟ୍ ମାଡ କରିଥିଲା।

Advertisment

ୟୁରୋପକୁ ଗ୍ୟାସ୍ ଯୋଗାଣ ବନ୍ଦ କରିବା ନେଇ ଚେତାବନୀ ଦେଇଛି ଋଷ୍‌। ା ଋଷ୍‌ ଠାରୁ ଗ୍ୟାସ୍ କିଣୁଥିବା ବିଦେଶୀ ରାଷ୍ଟ୍ର ସମୂହଙ୍କୁ ଋଷ୍‌ ରାଷ୍ଟ୍ରପତି କହିଛନ୍ତି ଯେ, ଯଦି ଗ୍ୟାସ୍ ନେବାର ଅଛି ତେବେ ଋଷ୍‌ କରେନ୍ସି ରୁବେଲ ଦେଇ କିଣ।

ଯୁଦ୍ଧର ଘନଘଟା ମଧ୍ୟରେ ଋଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ଭାରତ ଗସ୍ତ କରି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି। ହାଇଦ୍ରାବାଦ୍ ହାଉସ୍‌ରେ ହୋଇଥିବା ଏହି ଆଲୋଚନାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଭାରତ ଯାହା ଚାହୁଁଛି ତାହା ଋଷ ଯୋଗାଇଦେବ ବୋଲି ଋଷ ବୈଦେଶିକ ମନ୍ତ୍ରୀ କହିଛନ୍ତି। ଭାରତ ଓ ଋଷ ମଧ୍ୟରେ ସମ୍ପର୍କ ଅତି ଭଲ ରହିଛି। ତେଣୁ ଯାହା ବି ସାମଗ୍ରୀ ଭାରତ ଚାହିଁବ ତାହା ଋଷ ପୂରଣ କରିବ ବୋଲି ସେ କହିଛନ୍ତି। 

ଏହାସହ ଋଷ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଭାରତ ନିରପେକ୍ଷ ରହିଥିବାରୁ ଭାରତକୁ ପ୍ରଶଂସା କରିଛନ୍ତି ଲାଭରୋଭ୍। ଋଷ୍‌ ଠାରୁ ରିହାତି ଦରରେ ତେଲ କିଣିବାକୁ ଆଶା ରଖିଛି ଭାରତ। ଋଷ୍‌-ୟୁକ୍ରେନ୍ ଯୁଦ୍ଧ ଯୋଗୁ ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ବଢିଯାଇଛି। ସେହି ଅନୁସାରେ, ଭାରତରେ ମଧ୍ୟ ତେଲ ଦର ହୁୂ ହୁ ହୋଇ ବଢୁଛି। ଏପରି ପରିସ୍ଥିତିରେ ଋଷ୍‌ ବୈଦେଶିକ ମନ୍ତ୍ରୀଙ୍କ ହୃଦୟ ଖୋଲା ମନ୍ତବ୍ୟ ଭାରତ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି।

ଅନେକ ବୈଦେଶିକ ବିଶେଷଜ୍ଞଙ୍କ ମତରେ ଋଷ୍‌ ବୈଦେଶିକ ମନ୍ତ୍ରୀଙ୍କ ଏପରି ସମୟରେ ଭାରତ ଗସ୍ତ ଭାରତ ପାଇଁ ଯେତିକି ଭଲ ସେତିକି ମନ୍ଦ ପାଲଟିପାରେ। ଭାରତ-ଋଷ୍‌ ମଧ୍ୟରେ ଏହି ଆଲୋଚନାକୁ ଆମେରିକା ଭିନ୍ନ ଦୃଷ୍ଟିରେ ଦେଖୁଛି। ଋଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭରୁ ଏପର୍ଯ୍ୟନ୍ତ ଭାରତ ନ୍ୟୁଟାଲ ରହିଆସିଛି। ଯାହା ଆମେରିକାକୁ ହଜମ ହୋଇନି। ଏବେ ପୁଣି ଋଷ୍‌ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ହ୍ୱାଇଟ୍ ହାଉସ୍‌କୁ ନାଖୁସ କରିଛି। ଭାରତ ଆସିବା ପୂର୍ବରୁ ଋଷ୍‌ ବୈଦେଶିକ ମନ୍ତ୍ରୀ ଦୁଇ ଦିନିଆ ଚୀନ ଗସ୍ତରେ ଯାଇଥିଲେ।

ଋଷ୍‌-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନ୍ ତ କ୍ଷତି ସହିଛି। ହେଲେ ଋଷ୍‌କୁ ବି କମ୍ କ୍ଷତି ସହିବାକୁ ପଡିନି। ଯୁଦ୍ଧରେ ଅନେକ ଅର୍ଥ ଖର୍ଚ୍ଚ କରିସାରିଲାଣି ଋଷ୍‌। ଅନେକ ସୈନ୍ୟ ମୃତାହତ ହେଲେଣି, ଅନେକ ଯୁଦ୍ଧାସ୍ତ୍ର ମଧ୍ୟ ଧ୍ୱଂସ ହେଲାଣି। କହିବାକୁ ଗଲେ ଆର୍ଥିକ ଭାବେ ବହୁ କ୍ଷତି ସହିଛି ଋଷ୍‌। ଏଭଳି ପରିସ୍ଥତିରେ ଋଷ୍‌ ନିଜ ସପକ୍ଷରେ ସମର୍ଥନ ଯୋଗାଡ କରିବାକୁ ଲାଗିଛି। ଏହି ଯୁଦ୍ଧରେ ଭାରତ କୌଣସି ଦେଶ ସପକ୍ଷରେ କି ବିପକ୍ଷରେ ମତ ରଖୁନଥିବାରୁ ଭାରତକୁ ଆସି ନିଜର ବନ୍ଧୁତ୍ୱ ବଜାୟ ରଖିବାକୁ ଋଷ୍‌ ଚାହୁଁଛି।  

Russia Ukraine Crisis Ukraine Russia War
Advertisment
Advertisment