• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଦ୍ୟପାନ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । ଏହି କଥା ପ୍ରାୟ ମମସ୍ତଙ୍କୁ ଜଣା । ହେଲେ ଏସବୁ ଜାଣିବା ପରେ ମଧ୍ୟ ପ୍ରାୟ ଲୋକ ମଦ୍ୟପାନ କରିଥା’ନ୍ତି । ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ବଦଳରେ ଅତ୍ୟଧିକ ମଦ୍ୟପାନ କରି ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ।

ଅନେକ ସମୟରେ ସେହି ମଦ୍ୟପାନ ଯୋଗୁ ବଡ଼ ବଡ଼ ଦୁର୍ଘଟଣା ହୋଇଥାଏ । ଅନେକ ଲୋକଙ୍କ ଜୀବନ ଚାଲିଯାଇଥାଏ । ହେଲେ ବର୍ତ୍ତମାନ ସେହି ମଦ୍ୟପାନକୁ ନେଇ ଆମେ ଏକ ବଡ଼ ତଥ୍ୟ ଆପଣଙ୍କ ପାଖରେ ରଖିବାକୁ ଯାଉଛୁ । ଯାହା  ଆପଣଙ୍କୁ ନିଶ୍ଚୟ ଚକିତ କରିବ ।

ଆପଣ କ’ଣ ଜାଣିଛନ୍ତି ? ଦୁନିଆର କେଉଁ ଦେଶର ଲୋକମାନେ ଅତ୍ୟଧିକ ମଦ୍ୟପାନ କରିଥା’ନ୍ତି ? ମଦକୁ କେଉଁ ଅଞ୍ଚଳର ଲୋକମାନେ ବହୁଳ ମାତ୍ରାରେ ବ୍ୟବହାର କରନ୍ତି ? ସବୁଠାର ଅଧିକ ମଦ କେଉଁ ଦେଶରେ ଉତ୍ପାଦନ ହୋଇଥାଏ ? ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ...

ଦୁନିଆରେ ସବୁଠାରୁ ଅଧିକ ମଦ୍ୟପାନ ୟୁରୋପୀୟ ଦେଶ ବେଲାରୁଶର ଲୋକମାନେ କରିଥା’ନ୍ତି ।  ସର୍ଭେ ଅନୁସାରେ, ବେଲାରୁଶରେ ପ୍ରତିବର୍ଷ ମୁଣ୍ଡପିଛା ଜଣେ ବ୍ୟକ୍ତି ୧୭.୫ ଲିଟର ମଦ୍ୟପନ କରନ୍ତି । ଯାହାକି ସବୁଠାରୁ ଅଧିକ ବୋଲି କୁହାଯାଇଛି ।

କେଉଁଠାରେ ଅଧିକ ମଦ ତିଆରି ହୁଏ ?

ସବୁଠାରୁ ମଦ ତିଆରି ହେଉଥିବା ସ୍ଥାନ କଥା କହିବାକୁଗଲେ, ଇଟାଲି ସବୁଠୁ ଆଗରେ ରହିଛି । କାରଣ ଇଟାଲିରେ ସବୁଠାରୁ ଅଧିକ ମଦ ଉତ୍ପାଦନ କରାଯାଉଥିବା ଜଣାପଡ଼ିଛି । ପରେ ପରେ ଇଟାଲି ବ୍ୟତୀତ ସ୍ପେନ୍‌ ଓ ଫ୍ରାନ୍ସରେ ଅଧିକ ମଦ ପ୍ରସ୍ତୁତ କରାଯାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ୨୦୧୮ରେ କରାଯାଇଥିବା ସର୍ଭେରେ କୁହାଯାଇଛି କି, ଭାରତରେ ହାରାହାରି ପ୍ରତିବର୍ଷ ଜଣେ ବ୍ୟକ୍ତି ୫.୭ ଲିଟର ମଦ୍ୟପାନ କରିଥା’ନ୍ତି ।