Advertisment

Fake News India-Pakistan: ବଡ଼ ଚ୍ୟାନେଲ୍‌ରେ ମିଛ ଖବର; ଏଭଳି ସମ୍ବେଦନଶୀଳ ସମୟରେ କେତେ ଠିକ୍‌ ?

ଏଭଳି ସମ୍ବେଦନଶୀଳ ସମୟରେ ମିସାଇଲ ଛାଡିଲା ଭାରତ କହି ଲୋକଙ୍କୁ ଭୁଆଁ ବୁଲାଇ ମିଛ ଥମ୍ବନେଲ କରିଛି ଏକ ବଡ଼ ଚ୍ୟାନେଲ୍‌ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Fake News India-Pakistan

Fake News India-Pakistan

ଫେକ୍‌ ନ୍ୟୁଜ୍‌ ନିଶା ଛାଡ଼ିନି ? ପୁଣି ଥରେ ନ୍ୟୁଜ୍‌ ଚ୍ୟାନେଲ୍‌ରେ ମିଛ । ଏଭଳି ସମ୍ବେଦନଶୀଳ ସମୟରେ ମିସାଇଲ ଛାଡିଲା ଭାରତ କହି ଲୋକଙ୍କୁ ଭୁଆଁ ବୁଲାଇ ମିଛ ଥମ୍ବନେଲ କରିଛି ଏକ ବଡ଼ ଚ୍ୟାନେଲ୍‌ । ପ୍ରକୃତ ଘଟଣା ହେଲା ପାକିସ୍ତାନ ଉପରେ ବଡ଼ ହମଲା ପାଇଁ ଭାରତ ତୟାରି କରୁଛି। ଯୁଦ୍ଧାଭ୍ୟାସ କରିଛନ୍ତି ବାୟୁସେନାର ରାଫେଲ, ସୁଖୋଇ-୩୦। ଆରମ୍ଭ ହୋଇଛି ବାୟୁସେନାର ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ ଆକ୍ରମଣ। ଅମ୍ବାଲା ଓ ହସିମରା ଏୟାରବେସରୁ ରାଫେଲର ଯୁଦ୍ଧାଭ୍ୟାସ କରାଯାଇଛି। ପୂର୍ବ ଭାଗରେ ଥିବା ଏୟାରବେସରୁ ବାୟୁସେନାକୁ ଯୁଦ୍ଧ ବିମାନ ସବୁର ସ୍ଥାନାନ୍ତର ପ୍ରକ୍ରିୟା ବି ଆରମ୍ଭ ହୋଇଛି। ସ୍ଥଳଭାଗରେ ଆକ୍ରମଣ ପାଇଁ ହୋଇପାରେ ଫାଇଟର୍ ଜେଟର ବ୍ୟବହାର। ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ପହଞ୍ଚିବାକୁ ସମରାଭ୍ୟାସ କରାଯାଉଛି। ଏଥିରେ ବାୟୁସେନାର ଦକ୍ଷ ଗନ୍ ପାଇଲଟ୍ ବି ସାମିଲ ହୋଇଛନ୍ତି। ଯାହାକି ଯୁଦ୍ଧ ଆଶଙ୍କା ସୃଷ୍ଟି କରିଛି। ସେପଟେ ଆଜି ପହଲଗାମ୍ ଆକ୍ରମଣସ୍ଥଳରେ ପହଞ୍ଚିଛନ୍ତି ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ । ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ମିସାଇଲ ଏ ପର୍ଯ୍ୟନ୍ତ ଛଡା ଯାଇନାହିଁ। ମିଛ ଖବର ଦେଇ ଲୋକଙ୍କୁ ବିଭ୍ରାନ୍ତି କରାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ସେନା ଗୁଳିରେ ଟପ୍‌ ଆତଙ୍କୀ କମାଣ୍ଡର ଅଲତାଫ୍‌ ନିହତ

ସେହିଭଳି ଆଉ ଏକ ‘ଆରମ୍ଭ ହେଲା ଷ୍ଟ୍ରାଇକ ଚିତ୍କାର କରୁଛି ପାକିସ୍ତାନ’ କହି ମିଛ ଥମ୍ବନେଲ ଦେଇ ଲାଇଭ ଷ୍ଟ୍ରିମ କରିଛି । ଯାହାର କଣ୍ଟେଣ୍ଟ ସମ୍ପୂର୍ଣ୍ଣ ଭିନ୍ନ। ଆଉ ଏକ ମିଛ ଥମ୍ବନେଲ କାଶ୍ମୀର ଉପରେ ଆଉ ଏକ ଆଟାକ ଲାଇଭଷ୍ଟ୍ରିମ କରିଛି। ଯାହା ସମ୍ପୂର୍ଣ୍ଣ ଭୁଲ ତଥ୍ୟ।

ପ୍ରକୃତ ଘଟଣା ହେଉଛି LOCରେ ଆରମ୍ଭ ହୋଇଛି ଘନଘନ ଗୁଳିମାଡ଼ । ସକାଳୁ ସକାଳୁ ପ୍ରଥମେ ବିଭିନ୍ନ ସ୍ଥାନରେ ଫାୟାରିଂ ଆରମ୍ଭ କରିଥିଲା ପାକିସ୍ତାନ । ଯାହାର କଡ଼ା ଜବାବ ଦେଇଥିଲେ ଭାରତୀୟ ସେନା । ପାକିସ୍ତାନର ପ୍ରତିଟି ଗୁଳିର ଦେଇଥିଲେ ଦୃଢ ଜବାବ । ଏବେ ବି ବିଭିନ୍ନ ସ୍ଥାନରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି । 

Advertisment

ସେପଟେ ଜାମ୍ମୁ-କାଶ୍ମୀରର ବନ୍ଦିପୁରାରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ସୁରକ୍ଷା କର୍ମୀ । ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଯବାନ ଓ ଆତଙ୍କୀ । ପ୍ରତିପକ୍ଷ ମଧ୍ୟରେ ଗୁଳିବିନିମୟରେ ୨ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ଏବେ ବି ଉଭୟ ପକ୍ଷ ମଧ୍ୟରେ ଜାରି ରହିଛି ପ୍ରବଳ ଗୁଳି ବିନିମୟ । ଏଭଳି ବାରମ୍ବାର କହିବାର କାରଣ ଦେଶର ସୁରକ୍ଷାକୁ ନେଇ ସାଧାରଣ ସରଳ ଲୋକଙ୍କୁ ମିଛ କହି ଦିଗହରା କରିବା ଦେଶ ଦ୍ରୋହ ଅପରାଧ। ସମ୍ବେଦନଶୀଳ ସମୟରେ ଭାରତ ପାକିସ୍ତାନକୁ ନେଇ ବିଭ୍ରାନ୍ତି କରୁଥିବା ଥମ୍ବନେଲ୍‌ କେତେ ଗ୍ରହଣଯୋଗ୍ୟ ଆପଣମାନେ ଚିନ୍ତା କରନ୍ତୁ।

ଅଧିକ ପଢ଼ନ୍ତୁ: ଯୁଦ୍ଧ ହେଲେ କିଏ ଜିତିବ, ଜାଣନ୍ତୁ କାହାର କେତେ ସୈନ୍ୟବଳ...

Fake News Military Drills
Advertisment
Advertisment