'ଜାଟ୍' ହେଉଛି ଏକ ଆକ୍ସନ୍-ପ୍ୟାକ୍ ଫିଲ୍ମ, ଯେଉଁଥିରେ ସନ୍ନି ଦେଓଲ୍ ତାଙ୍କର 'ଢାଇ କିଲୋ କା ହାଥ୍'ର କରାମତି ଦେଖାଉଥିବାର ନଜର ଆସିଛନ୍ତି। ସୋମବାର ମୁକ୍ତିଲାଭ କରିଥିବା ଏହି ଟ୍ରେଲର୍ ୧୫ ମିଲିୟନରୁ ଅଧିକ ଭିୟୁ ପାଇସାରିଛି ଏବଂ ଶୀର୍ଷ ଟ୍ରେଣ୍ଡିଂ ତାଲିକାରେ ପ୍ରଥମ ସ୍ଥାନରେ ରହିଛି।
ସନ୍ନି ଦେଓଲଙ୍କ ଆକ୍ସନ୍ ଫିଲ୍ମ 'ଜାଟ୍'ର ଟ୍ରେଲର୍ ରିଲିଜ ହୋଇଛି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୁଣି ଥରେ ସନ୍ନି ଦେଓଲଙ୍କ ଦମଦାର ଡାଏଲଗ ଶୁଣିବାକୁ ମିଳିଛି।
ଏମିତିରେ ବଲିଉଡ ଦୀର୍ଘ ଦିନ ଧରି ସଂଘର୍ଷ କରି ଆସୁଛି ଆଉ ସିନେମା ଲଢେଇକୁ ଅପେକ୍ଷା କରିଛି। ଏଭଳି ପରିସ୍ଥିତିରେ ସଲମାନ ଖାନ ଏବଂ ସନ୍ନି ଦେଓଲ ବକ୍ସ ଅଫିସରେ ଟଙ୍କାର ସୁନାମି ଆଣି ପାରିବେ କି ନାହିଁ ତାହା ଦେଖିବା ମଜାଦାର ହେବ।
‘ଜାଟ୍’ରେ ସନ୍ନି ଦେଓଲଙ୍କ ନିଦ ହଜାଇବାକୁ ଯାଉଥିବା ରଣଦୀପ ହୁଡାଙ୍କ ଲୁକ୍କୁ ବହୁତ ପ୍ରଶଂସା କରାଯାଉଛି। ଏହି ଚଳଚ୍ଚିତ୍ରରେ ସେ ଏକ ଭୟଙ୍କର ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରୁଛନ୍ତି ଏବଂ ଏହି ଚରିତ୍ରକୁ ପ୍ରକୃତ ରୂପ ଦେବା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଛନ୍ତି।
ପୁଣି ଥରେ ରିଲିଜ୍ ହେବ ସନ୍ନି ଦେଓଲ୍ଙ୍କ ୨୮ ବର୍ଷର ପୁରୁଣା ଫିଲ୍ମ। ଲୋକେ ପୁଣି ସେ ଅଢେଇ କିଲିଆ ହାତର ମାଡ ଦେଖିବେ। ଜାଣନ୍ତୁ କେବେ ହେବ ରିଲିଜ୍।
ନାନା ପାଟେକର ନିକଟରେ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ସହ 'ଗଦର ୩' ର ଭିଲେନ୍ ବିଷୟରେ କଥା ହୋଇଛନ୍ତି। ଏହି ବରିଷ୍ଠ ଅଭିନେତା ଇଶାରା ଦେଇଛନ୍ତି ଯେ ତାଙ୍କୁ 'ଗଦର ୩'ରେ ଜଣେ ଭିଲେନ ଭୂମିକାରେ ଦେଖିବାକୁ ମିଳିବ।
ଜନ୍ମଦିନ ଅବସରରେ ସନ୍ନି ଦେଓଲ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ପୋଷ୍ଟରକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଶକ୍ତିଶାଳୀ ଅବତାରରେ ଦେଖିବାକୁ ମିଳିଛି।
‘ସ୍ତ୍ରୀ ୨’ କେବଳ ଗୋଟିଏ ସପ୍ତାହ ମଧ୍ୟରେ ଅନେକ ଫିଲ୍ମର ରୋଜଗାର ରେକର୍ଡ ଭାଙ୍ଗିଛି। ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ପ୍ରଥମ ସପ୍ତାହରେ ‘ଫାଇଟର’କୁ ପଛରେ ପକାଇ ଦେଇଛି। କେବଳ ଏତିକି ନୁହେଁ, ‘ସ୍ତ୍ରୀ ୨’ ସନ୍ନି ଦେଓଲଙ୍କ ‘ଗଦର ୨’କୁ ମଧ୍ୟ ଛାଡିନି।
ବଲିଉଡ୍ ଅଭିନେତା ସନ୍ନି ଦେଓଲ ଆଜି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏକ ଭିଡିଓ ଶେୟାର୍ କରି ସେ କୌଣସି ଏକ ରୋମାଞ୍ଚକର ଖବରର ଦେବେ ବୋଲି କହିଛନ୍ତି। ଏହା ନେଇ ତଙ୍କ ପ୍ରଶଂସକ ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି।
'ବର୍ଡର ୨'କୁ ନେଇ ଏକ ବଡ ଅପଡେଟ୍ ଆସିଛି। କୁହାଯାଉଛି ଯେ ଆୟୁଷ୍ମାନ ଖୁରାନାଙ୍କୁ 'ବର୍ଡର ୨'ରେ ସନ୍ନି ଦେଓଲଙ୍କ ସହ ଦେଖିବାକୁ ମିଳିବ। ଏହାର ରିଲିଜ୍ ତାରିଖ ମଧ୍ୟ କୁହାଯାଇଛି। ଆସନ୍ତୁ ଜାଣିବା କେବେ ହେବ ରିଲିଜ୍।
ଭାଇରାଲ୍ ହେଉଛନ୍ତି ହେମା-ଧର୍ମେନ୍ଦ୍ର। ୪୪ ତମ ବିବାହ ବାର୍ଷିକୀରେ ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ପୁଣି ଥରେ ବରଣମାଳ ପିନ୍ଧିଛନ୍ତି ଆଉ ବିବାହ କରିଛନ୍ତି। ଏନେଇ ଏହି ଗୋଲ୍ଡେନ୍ ଦମ୍ପତିଙ୍କ ଫଟୋ ଇଣ୍ଟରନେଟ୍ରେ ଭାଇରାଲ ହେଉଛି।
'ଗଦର ୨'ର ଅପାର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର 'ଲାହୋର ୧୯୪୭'ସହିତ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିବାକୁ ଯାଉଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଏକ ଆକ୍ସନ୍ ଡ୍ରାମା ଫିଲ୍ମ ହେବ। ଏହି ଚଳଚ୍ଚିତ୍ରରେ VFX ବହୁତ କମ୍ ବ୍ୟବହୃତ ହେବ।
ଦେଓଲ ପରିବାରରେ ପୁଣି ଥରେ ବାଜିଛି ଶେହନାଇ। ଧର୍ମେନ୍ଦ୍ରଙ୍କ ନାତୁଣୀ ନିକିତା ଚୌଧୁରୀ ଉଦୟପୁରରେ ଖୁବ ଧୂମଧାମ୍ରେ ବିବାହ କରିଛନ୍ତି। ଧର୍ମେନ୍ଦ୍ର 'ଜଟ ୟମଲା ପଗଲା ଦୀୱାନା'ରେ ନାଚିଥିବା ବେଳେ "ଜମାଲ କୁଡୁ..."ରେ ବବି ଆଉ 'ମେ ନିକ୍ଲା ଓ ଗଡି ଲେ କେ' ସନ୍ନି।
‘ଗଦର’ର ଐତିହାସିକ ସଫଳତାର ୨୨ ବର୍ଷ ପରେ ସନ୍ନି ଦେଓଲ, ଅନିଲ ଶର୍ମା, ଅମିଶା ପଟେଲ ଏବଂ ଉତ୍କର୍ଷ ଶର୍ମା ‘ଗଦର ୨’ ସହିତ କାହାଣୀ ଜାରି ରଖିଥିଲେ। ବର୍ତ୍ତମାନ ଏହି ଟିମ୍ 'ଗଦର ୩' ପାଇଁ ଅଣ୍ଟା ଭିଡିଲେଣି।
ବୟକଟ୍ ଧାରା ମଧ୍ୟରେ ୨୦୨୩ ଆରମ୍ଭ ପର୍ଯ୍ୟନ୍ତ ବଲିଉଡ ଜଗତ ସଂଘର୍ଷ କରୁଥିଲା। ଏହାରି ମଧ୍ୟରେ ବର୍ଷ ଶେଷ ସୁଦ୍ଧା ରିଲିଜ୍ ହୋଇଥିବା ୫ଟି ଫିଲ୍ମ ଅଛି ଯାହା ବଲିଉଡର ରୋଜଗାରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଆସନ୍ତୁ ୨୦୨୩ର ଏହି ଟପ୍ ୫ଟି ଫିଲ୍ମ ଉପରେ ନଜର ପକେଇବା।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସନ୍ନି ଦେଓଲ ନିଶାଶକ୍ତ ଅବସ୍ଥାରେ ମୁମ୍ବାଇ ରାଜରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ସେ ମଦ୍ୟପାନ କରି ରାସ୍ତା ପାର ହେଉଥିବାବେଳେ ଜଣେ ଅଟୋ ଚାଳକ ସନ୍ନିଙ୍କୁ ସମ୍ଭାଳିବା ସହ ତାଙ୍କୁ ଅଟୋରେ ବସାଇଥିଲେ।
ଖୁବ୍ ଶୀଘ୍ର ଆସିବ 'ଗଦର ୩'। ଏହି ଫିଲ୍ମ କରିବାକୁ ସନ୍ନି ମଧ୍ୟ ବହୁତ ଉତ୍ସାହିତ ଥିବା ପରି ମନେହୁଏ। ଏହି ସମୟରେ ଖବର ଆସିଛି ଯେ ଅନିଲ ଶର୍ମା ଏହାକୁ ଦର୍ଶକଙ୍କ ପାଖରେ ପହଞ୍ଚେଇବା ନେଇ ଅଧିକ ବିଳମ୍ବ କରିବେ ନାହିଁ।
ୱେବ୍ ସିରିଜ୍ 'ଆଶ୍ରମ'ରେ ବବି ଦେଓଲଙ୍କୁ ଜବରଦସ୍ତ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରି ଅନେକ ବିବାଦ ସୃଷ୍ଟି କରିଥିଲେ। ବର୍ତ୍ତମାନ ସେ ତାଙ୍କ ଫିଲ୍ମ ‘ଅପ୍ନେ ୨’ ପାଇଁ ଚର୍ଚ୍ଚାରେ ଅଛନ୍ତି।
'ରାମାୟଣ'ରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବାକୁ ରଣବୀର ସମସ୍ତ ପ୍ରକାର ଜପ-ତପ କରିବେ, ଯାହା ତାଙ୍କୁ ରାମଙ୍କ ଚରିତ୍ରରେ ପ୍ରବେଶ କରିବାରେ ସାହାଯ୍ୟ କରିବ। ଏହି ଭୂମିକା ପାଇଁ ସେ ସବୁପ୍ରକାର ଚ୍ୟାନେଞ୍ଜ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ମଦ୍ୟ ଏବଂ ମାଂସ ଛୁଇଁବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।
ଆସୁଛି 'ଲାହୋର, ୧୯୪୭'। ସନ୍ନି, ଆମିର ଏବଂ ସନ୍ତୋଷୀଙ୍କ ଏହି ବିଶାଳ ପ୍ରୋଜେକ୍ଟ ସିନେମା ପ୍ରେମୀ ଏବଂ ଭାରତର ଲୋକଙ୍କ ପାଇଁ ଏକ ବ୍ଲକବଷ୍ଟର ହେବାକୁ ଯାଉଛି।
‘ଗଦର ୨’ ରିଲିଜ୍ ହେବାର ଏକ ସପ୍ତାହ ପରେ ଖବର ଆସିଥିଲା ଯେ ସନ୍ନି ତାଙ୍କ ଅଭିନୟ ଫି’କୁ ୫୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସନ୍ନି ଦେଓଲ୍ ଏହି ପ୍ରସଙ୍ଗରେ ତାଙ୍କ ନୀରବତା ଭାଙ୍ଗିଛନ୍ତି ଏବଂ ତାଙ୍କର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।
ବର୍ତ୍ତମାନ ‘ଗଦର ୨’ ଯାହା କରିଛି ତାହା ଇତିହାସ ହୋଇଯାଇଛି। ଏହା ପୂର୍ବରୁ କୌଣସି ଫିଲ୍ମ ଏହା କରିନି କି ଆଗକୁ କରିବ ବୋଲି ଆଶା ନାହିଁ। ଏହି ଇତିହାସଟି ହେଲା ଲୋକସଭା ସଦସ୍ୟଙ୍କ ପାଇଁ ନୂଆ ସଂସଦ ଗୃହରେ ଏହାର ସ୍କ୍ରିନିଂ ହୋଇଛି।
ଲଣ୍ଡନର ଭ୍ୟୁ ସିନେମା ହଲରେ ‘ଗଦର ୨’ ର ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଛି। ସିନେମା ହଲରେ ଉପସ୍ଥିତ ଦର୍ଶକମାନେ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସନ୍ନି ଦେଓଲ ତାଙ୍କ ଉଚ୍ଚ ସ୍ୱରରେ କହିଥିଲେ- 'ହିନ୍ଦୁସ୍ତାନ ଜିନ୍ଦବାଦ୍ ଥା, ଜିନ୍ଦାବାଦ ହୈ ଔର୍ ଜିନ୍ଦାବାଦ ରହେଗା'
‘ଗଦର ୨’ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଫିଲ୍ମ ରିଲିଜ୍ର ଦ୍ୱିତୀୟ ଶନିବାର ଗଦର ୨ ବକ୍ସ ଅଫିସରେ ୩୧.୦୭ କୋଟି ବ୍ୟବସାୟ କରି ‘ବାହୁବଲୀ ୨’ କୁ ପଛରେ ପକେଇଦେଇଥିଲା। ଦ୍ୱିତୀୟ ରବିବାରରେ ମଧ୍ୟ ଗଦର ୨ ର ଝଡ ଜାରି ରହିଥିଲା।
ବୈଷୟିକ ତ୍ରୁଟିଜନିତ କାରଣରୁ ପୂର୍ବରୁ ଜାରି ହୋଇଥିବା ନୋଟିସକୁ ରଦ୍ଦ କରାଯାଇଛି ।