• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଚାଇନାକୁ ନେଇ ବଢୁଛି ଚର୍ଚ୍ଚା

  • ମୃତ ଶରୀର ପାଇଁ ରଖାଯାଉଛି ଆବଶ୍ୟକୀୟ ସାମଗ୍ରୀ

ନୂଆଦିଲ୍ଲୀ: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଚୀନ ମଧ୍ୟ ପ୍ରାଚୀନ ମିଶ୍ର ଭଳି ପୁର୍ନଜନ୍ମରେ ବିଶ୍ୱାସ କରୁଥିଲା । ଯେଉଁ ପ୍ରକାରରେ ପ୍ରାଚୀନ ମିଶ୍ରରେ ମୃତ ଶରୀର ସହ ଆବଶ୍ୟକୀୟ ଜିନିଷପତ୍ର ମହଜୁଦ ତଥା ସଂରକ୍ଷଣ କରି ରଖାଯାଉଥିଲା । ଠିକ୍ ସେହିଭଳି କିଛି ପ୍ରମାଣ ଚୀନରେ ମଧ୍ୟ ମିଳିଛି । ଆଉ ବିଶ୍ୱ ପ୍ରସିଦ୍ଧ ଚୀନର ଟେରାକୋଟା ଆର୍ମି ଏହାର ସବୁଠାରୁ ବଡ ପ୍ରମାଣ ।

ପ୍ରାଚୀନ ମିଶ୍ର ସଭ୍ୟତାରେ ଲୋକମାନେ ପୂର୍ନଜନ୍ମରେ ବିଶ୍ୱାସ କରିଥାଆନ୍ତି । ତେଣୁ ସେମାନେ ମୃତଶରୀର ସହ ଅନେକ ଆବଶ୍ୟକୀୟ ଜିନିଷପତ୍ର ସଂରକ୍ଷଣ କରି ରଖାଯାଉଥିଲା । ଠିକ୍ ସେହିଭଳି କିଛି ପ୍ରମାଣ ମିଳିଛି ଚୀନରେ । ଆଉ ସେ ପ୍ରମାଣରୁ ହିଁ ସ୍ପଷ୍ଟ ଚୀନ ମଧ୍ୟ ପୁର୍ନଜନ୍ମରେ ବିଶ୍ୱାସ କରେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଚୀନର ପ୍ରଥମ ଶାସକ କ୍ୱିନ ସି ହୁଆଙ୍ଗ ମୃତ୍ୟୁ ପରେ ଜୀବନ ଉପରେ ବିଶ୍ୱାସ କରୁଥିଲେ । ଆଉ ଏହି କାରଣରୁ ସେ ଏକ ଅଦ୍ଭୁତ ନିର୍ମାଣ କରାଇଥିଲେ । ନିଜ ସାମ୍ରାଜ୍ୟରେ ସେ ନିର୍ମାଣ କରାଇଥିଲେ ଟେରାକୋଟା ଆର୍ମି ।

ସେ ମିଆନରେ ଏକ ସହର ଆକାର କ୍ଷେତ୍ରରେ ନିଜର କବର ନିର୍ମାଣ କରାଇଥିଲେ । ମୃତ୍ୟୁ ପରେ ତାଙ୍କୁ ଯାହା ସବୁ ଆବଶ୍ୟକ ହେବ ସେ ସବୁ ସେ ସେଠାରେ ରଖିବାକୁ କହିଥିଲେ । ମୃତ୍ୟୁପରେ ତାଙ୍କର ସୁରକ୍ଷା ପାଇଁ ଏକ ବିଶାଳ ଆର୍ମି ବା ସୈନ୍ୟ ମଧ୍ୟ ନିର୍ମାଣ କରାଇଥିଲେ । ସେହି ଆର୍ମିରେ କୌଣସି ଜୀବିତ ମଣିଷଙ୍କର ଆର୍ମି ନଥିଲା । ବରଂ ମାଟିରେ ନିର୍ମିତ ସୈନିକଗଣ ଥିଲେ ସେମାନେ । ମାଟି ନିର୍ମିତ ଯୋଦ୍ଧା ସହିତ କ୍ୱିନ ଶି ହୁଆଙ୍ଗ ମାଟିର ଘୋଡା, ଚାକର-ଚାକରାଣୀ ଓ ଅନ୍ୟାନ୍ୟ କିଛି ଆବଶ୍ୟକୀୟ ଜିନିଷପତ୍ର ନିର୍ମାଣ କରାଇଥିଲେ । ଦୀର୍ଘ ସମୟ ଧରି ଏଠାରେ ଖନନ କାର୍ଯ୍ୟ ଚାଲିଥିଲା । ଆଉ ପରବର୍ତ୍ତୀ ସମୟରେ ଏଠାରେ ୨୦୦୦ ମାଟିର ସୈନିକ ମିଳିଥିଲେ । ଗବେଷକମାନେ କୁହନ୍ତି ଯେ, ଏଠାରେ ଆହୁରି ୬ହଜାରରୁ ଅଧିକ ସୈନିକ ଭୂମି ତଳେ ରହିଛନ୍ତି । ଚୀନର ପ୍ରତ୍ନତତ୍ତ୍ୱବିତ୍ ସେନ ମାଓସେଙ୍ଗ ୨୦୦୯ ଓ ୨୦୧୯ ମଧ୍ୟରେ ସମ୍ରାଟ କ୍ୱିନ୍ ସି ହୁଆଙ୍ଗଙ୍କ କବର ଖନନର ନେତୃତ୍ୱ ନେଇଥିଲେ । ଇତିହାସ ଅନୁଯାୟୀ, ନିଜ ଶାସନ କାଳରେ ସେ ଅଧିର ସକ୍ଷମ ନଥିଲେ । ତାଙ୍କୁ ଭୟ ଥିଲା ଯେ, ତାଙ୍କ ମୃତ୍ୟୁ ପରେ ଶତୃ ରାଜ୍ୟର ସେନା ଆକ୍ରମଣ କରିଦେବେ ।

ଏଠାରେ ଯେତେ ମୂର୍ତ୍ତୀ ମିଳିଛି, ସେ ସବୁ ମୂର୍ତ୍ତୀ ପରସ୍ପର ଠାରୁ ଭିନ୍ନ । ମୂର୍ତ୍ତି ଗୁଡିକର ଉଚ୍ଚତା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା । ଏଠାରେ ଥିବା ଘୋଡାର ମୂର୍ତ୍ତି ମଧ୍ୟ ଆକର୍ଷିତ କରେ । ସେଠାରେ ମାଟି ନିର୍ମିତ ସୈନିକଙ୍କ ସହ ୧୩୦ଟି ରଥ ମିଳିଛି । ଯେଉଁଠରେ ୫୨୦ଟି ଘୋଡା ରହିଛି ଓ ୧୫୦ ଘୋଡା ଚାଳକ । ଏହି ନିର୍ଦ୍ଧିଷ୍ଟ ମୂର୍ତ୍ତି ଗୁଡିକୁ ସାମ୍ରାଟଙ୍କ କବର ପାଖରେ ହି ନିର୍ମିତ କରାଯାଇଥିଲା । ଗବେଷକଙ୍କ ମତରେ ଏହି ଟେରାକୋଟା ଆର୍ମି ୨୨୦୦ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ଲୁକ୍କାୟିତ ହୋଇ ରହିଆସିଥିଲା । କିଛି କୃଷକ ଶିଆନରେ କୂଅ ଖୋଳୁଥିବା ସମୟରେ ଏହି ସ୍ଥାନ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ସେଠାକାର ସରକାର ଏହି କ୍ଷେତ୍ରକୁ ଆର୍କିଓଲୋଜିକାଲ୍ ସାଇଟ୍ ଘୋଷଣା କରି ଦେଇଥିଲେ ।

ଖନନ ସମୟରେ ୪୦ ହଜାର ଅସ୍ତ୍ରଶସ୍ତ୍ର ମିଳିଛି । ଆଉ ଏସବୁ ଏକଦମ ଭଲ ଅବସ୍ଥାରେ ରହିଛି । ଏପରିକି ଜଙ୍କ ମଧ୍ୟ ଲାଗିନାହିଁ । ମୂର୍ତ୍ତୀ ଗୁଡିକୁ ରଙ୍ଗ ମଧ୍ୟ ଦିଆଯାଇଥିଲା । କିନ୍ତୁ ଏବେ ଏହାର ରଙ୍ଗ ଫିକା ପଡିଯାଇଛି । କୁହାଯାଏ ସମ୍ରାଟ କ୍ୱିନ୍ ଶି ହୁଆଙ୍ଗ ବିଶ୍ୱାସ କରୁଥିଲେ ଯେ, ଲିକ୍ୱୁଡ୍ ମରକ୍ୟୁରୀ ମାଧ୍ୟମରେ ଅମରତା ପ୍ରାପ୍ତ କରାଯାଇପାରିବ । ତେଣୁ ବିଶ୍ୱାସ ଅନୁଯାୟୀ ଏହି ସ୍ଥାନକୁ ସମ୍ପୂର୍ଣ୍ଣ ଭାବେ ଲିକ୍ୱୁଡ ମରକ୍ୟୁରୀ ନଦୀ ଦ୍ୱାରା ସଂରକ୍ଷିତ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ମାତ୍ର ୧ ପ୍ରତିଶତ ହି ଖନନ କରାଯାଇଛି ଏହି ସ୍ଥାନର । ସୁରକ୍ଷାକୁ ଧ୍ୟାନରେ ରଖି ଧୀରେ ଧୀରେ ଖନନ କାର୍ଯ୍ୟ କରାଯାଉଛି ।