Advertisment

ଚୀନର ସାଂଘାତିକ ଠକେଇ; ବନ୍ଧୁକ ମୁନରେ ଭାରତୀୟଙ୍କୁ ବେନାମୀ ଆଇଟି କମ୍ପାନୀରେ ଖଟଉଛି

ସାମ୍ନାକୁ ଆସିଲା ଚୀନର ଆଉ ଏକ ସାଂଘାତିକ ଠକେଇ। ଭାରତୀୟ ଯୁବକଙ୍କ ଚାକିରୀ ନାଁରେ କିପରି ଶୋଷଣ କରୁଛି ତାହାର ଲୋମଟାଙ୍କୁରା କାହାଣୀ ଏବେ ପଦାକୁ ଆସିଛି। ଦାଦନ ଶ୍ରମିକଙ୍କ ପରି ନିର୍ଯାତନା ଦେଇ ଦେଶଦ୍ରୋହ କାମରେ ଲଗାଉଛି। ଭାରତୀୟ ଯୁବଗୋଷ୍ଠୀଙ୍କୁ ପ୍ରଲୋଭନ ଦେଖାଇ ଫସାଇବା ପାଇଁ ଚୀନର ଏକ ରାକେଟ କାମ କରୁଛି। ଏହି ରାକେଟ ବିଭିନ୍ନ ଦେଶରେ ବୁଲୁଛନ୍ତି। ଚାକିରୀ ନାଁରେ ଏମାନେ ବେକାର ଭାରତୀୟ ଯୁବକଙ୍କୁ ଏକ ପ୍ରକାର ବନ୍ଧକ ରଖୁଛନ୍ତି। ଏମାନଙ୍କ କବଳରୁ ଖସି ଆସିଥିବା ଜଣେ ଯୁବକ ବଖାଣିଛନ୍ତି ନିଜର ଅଙ୍ଗେନିଭା କାହାଣୀ ।

author-image
Minati Mishra
ଅଦ୍ୟତନ ହୋଇଛି
Fake job racket

Fake IT company trapped Indians

ସାମ୍ନାକୁ ଆସିଲା ଚୀନର ଆଉ ଏକ ସାଂଘାତିକ ଠକେଇ। ଭାରତୀୟ ଯୁବକଙ୍କ ଚାକିରୀ ନାଁରେ କିପରି ଶୋଷଣ କରୁଛି ତାହାର ଲୋମଟାଙ୍କୁରା କାହାଣୀ ଏବେ ପଦାକୁ ଆସିଛି। ଦାଦନ ଶ୍ରମିକଙ୍କ ପରି ନିର୍ଯାତନା ଦେଇ ଦେଶଦ୍ରୋହ କାମରେ ଲଗାଉଛି। ଭାରତୀୟ ଯୁବଗୋଷ୍ଠୀଙ୍କୁ ପ୍ରଲୋଭନ ଦେଖାଇ ଫସାଇବା ପାଇଁ ଚୀନର ଏକ ରାକେଟ କାମ କରୁଛି। ଏହି ରାକେଟ ବିଭିନ୍ନ ଦେଶରେ ବୁଲୁଛନ୍ତି। ଚାକିରୀ ନାଁରେ ଏମାନେ ବେକାର ଭାରତୀୟ ଯୁବକଙ୍କୁ ଏକ ପ୍ରକାର ବନ୍ଧକ ରଖୁଛନ୍ତି। ଏମାନଙ୍କ କବଳରୁ ଖସି ଆସିଥିବା ଜଣେ ଯୁବକ ବଖାଣିଛନ୍ତି ନିଜର ଅଙ୍ଗେନିଭା କାହାଣୀ ।

Advertisment

କେତେଗୁଡିଏ ବେନମୀ କମ୍ପାନୀ ଖୋଲି ଚୀନ ଭାରତୀୟଙ୍କ ଯୁବକଙ୍କୁ ପ୍ରଲୋଭିତ କରୁଛି। ହାଇ ସାଲେରୀ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଭାରତୀୟ ଯୁବକଙ୍କୁ ଫସାଉଛନ୍ତି ଏହି ଚୀନ କମ୍ପାନୀ। ଥରେ ରାଜି ହୋଇଗଲେ କଥା ସରିଲା। ଯୁବକମାନଙ୍କୁ ବନ୍ଧକ ରଖି  ଜବରଦସ୍ତ ମ୍ୟାମାଁର, ଲାଓସ ଏକା କାମ୍ବୋଡିଆ ଆଦି ଦେଶକୁ ପଠାଇ ଦେଉଛନ୍ତି। ସେଠାରେ ବେଆଇନ ଆଇଟି କାମ କରାଉଛନ୍ତି। ଚୀନର ଏପରି ଠକେଇ ସମ୍ପର୍କରେ ସୂଚନା ପାଇବା ପରେ ଭାରତ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଏପରି ଠକେଇର ଶିକାର ହୋଇଥିବା ୧୭ ଜଣ ଯୁବକଙ୍କ ଭାରତ ସରକାର ଉଦ୍ଧାର କରିଛନ୍ତି। ଆହୁରି ଅନେକ ଫସି ରହିଥବା ଆଶଙ୍କା କରାଯାଉଛି।

ଏମିତି ମୃତ୍ୟୁଜନ୍ତାରୁ ନିଜ ଜୀବନ ବଞ୍ଚାଇ ଫେରିଛନ୍ତି ଜଣେ ୪୩ ବର୍ଷୀୟ ଯୁବକ ହରୀଶ କୁମାର। ମ୍ୟାଁମାରରୁ ଫେରିଥିବା ଏହି ବ୍ୟକ୍ତି ଜଣକ ଏକ ନୂଆ ଜନ୍ମ ପାଇଥିବା କହିଛନ୍ତି। ଚୀନ ଯନ୍ତାରୁ ମୁକୁଳି ସେ ଯେ ଘରକୁ ଫେରିବେ ଏ ବିଶ୍ୱାସ ନା ତାଙ୍କର ଥିଲା ନା ତାଙ୍କ ପରିବାରର। ଯାହା ବି ହେଉ, କୌଶଳ ଖଟାଇ ସେ ସେଠାରୁ ମୁକୁଳି ଆସିବା ପରେ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଚୀନର କର୍ମଚାରୀମାନେ କେତେ ବର୍ବର ଥିଲେ, କେତେ ନିର୍ଦ୍ଦୟ ଭାବେ ତାଙ୍କୁ କାମ କରାଉଥିଲେ ତାହାର ଟିକିନିଖି ବିବରଣୀ ଦେଇଛନ୍ତି।

Advertisment

୨୦୨୨ ମେ’ ମାସରେ ଚାକିରୀ ଅନ୍ୱେଷଣରେ ହରୀଶ ଦୁବାଇ ଯାଇଥିଲେ। ସେଠାରେ ଏପରି ବେନାମୀ ଚୀନ କମ୍ପାନୀର ପ୍ରଲୋଭନରେ ଫସି ଯାଇଥିଲେ। କମ୍ପାନୀ ପକ୍ଷରୁ ପ୍ରଥମେ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ତାଙ୍କୁ ମୋଟା ଅଙ୍କର ଦରମା ଦିଆଯିବ। ରହିବା ପାଇଁ ଘର ବି ମିଳିବ। ହେଲେ ନିଯୁକ୍ତି ପରେ ତାଙ୍କୁ ଯେତେବେଳେ ଥାଇଲାଣ୍ଡ ନିଆଗଲା ତାଙ୍କର ହୋଶ ଉଡିଗଲା। ହରୀଶ ଜାଣିପାରିଲେ ସେ ଫସି ଯାଇଛନ୍ତି। ସେଠାରେ ସେ ଏକ ଭିଡିଓ କରି ଭାରତୀୟମାନଙ୍କୁ କିପରି ଗାଈଗୋରୁ ପରି ରଖାଯାଉଛି ତାହା ଦେଖାଇଥିଲେ।

ହରୀଶଙ୍କ କହିବା ଅନୁଯାୟୀ, ପୂରା ଫିଲ୍ମ ଷ୍ଟାଇଲର ଥିଲା ଏ ନିର୍ଯାତନା। ତାଙ୍କୁ ବନ୍ଧୁକ ମୁନରେ ମ୍ୟାଁମାର ନିଆଯାଇଥିଲା। ସେଠାରେ ପହଞ୍ଚି ଦେଖିଲେ ତାଙ୍କ ପରି ଅନେକ ଭାରତୀୟ ସେଠାରେ ଅଛନ୍ତି। ସେଠାରେ ସେମାନଙ୍କୁ ୧୬-୧୭ ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଉଥିଲା। ସେଠାରେ ସେ ଫେସବୁକ୍‌ରେ ଚାଟ୍‌ କରି ଲୋକଙ୍କଠାରୁ ଡାଟା ଆଣିବା କାମ କରୁଥିଲେ। ସେ ଯେତେବେଳେ ଭାରତ ଯିବା କଥା କହିଲେ ସେତେବେଳେ ତାଙ୍କୁ ଖୁବ୍‌ ପିଟିଲେ। ଏପରିକି ବିଦ୍ୟୁତ କରେଣ୍ଟ ବି ଦିଆଗଲା। ସେଠାରେ ରହୁଥିବା ଅନ୍ୟ ଭାରତୀୟଙ୍କ ସହ ପଶୁଙ୍କ ପରି ବ୍ୟବହାର କରାଯାଉଥିବା ହରୀଶ କହିଛନ୍ତି। କିଛି ବ୍ୟକ୍ତିଙ୍କୁ ତ ହାତକଡି ପକାଇ ରୁମ ଭିତରେ ବନ୍ଦ କରି ରଖାଯାଇଥିବା ହରୀଶ କହିଛନ୍ତି।

ହରୀଶ ଏପରି ନିର୍ଯାତନାର ଶିକାର ହେଉଥବା ପରିବାର ଲୋକେ ଜାଣିବା ତାଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ବିଦେଶ ମନ୍ତ୍ରାଳୟ ସହ ଯୋଗାଯୋଗ କରି ନିବେଦନ କରିଥିଲେ। ତଥାପି କିଛି ଫାଇଦା ମିଳି ନ ଥିଲା। ଏପଟେ ମ୍ୟାଁମାର ସେନା ହରୀଶଙ୍କ ପରି ୧୭ ଜଣ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟତା କରିଥିଲେ ଏବଂ ସେମାନଙ୍କୁ ଆଣି ଥାଇଲାଣ୍ଡରେ ଛାଡ଼ି ଦେଇଥିଲେ। ଏପରିକି ଥାଇଲାଣ୍ଡ ପୋଲିସ ତାଙ୍କୁ ବେଆଇନ ଭାବେ ସୀମା ପାର କରିଥିବା ଅଭିଯୋଗରେ ଏକ ମାସ ଧରି ଜେଲ୍‌ରେ ରଖିଥିଲେ। ହରୀଶ ସେଠାରେ ଜରିମାନା ଦେଇ ଜେଲ୍‌ରୁ ବାହାରିଥିଲେ । ସେଠାରୁ ଜଣେ ଭାରତୀୟ ଏଜେଣ୍ଟଙ୍କ ସହାୟତାରେ ସେପ୍ଟେମ୍ବର ୨୯ ତାରିଖରେ ଭାରତ ଫେରିବାରେ ସଫଳ ହୋଇଥିଲେ।

ଯାହା ବି ହେଉ, ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏବେ ତତ୍ପରତା ପ୍ରକାଶ ପାଇଛି। ଏଥିସହିତ ଅନଲାଇନରେ ମିଳୁଥିବା ବିଦେଶରେ ଚାକିରୀ ପାଇଁ ଆବେଦନ କରିବା ପୂର୍ବରୁ ଭଲ କରି ଯାଞ୍ଚ କରିବାକୁ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷେ ଏଥିରୁ ସ୍ପଷ୍ଟ ହେଉଛି,ଏପରି କମ୍ପାନୀ ପଛରେ ଚୀନ ସରକାରଙ୍କ ସହଯୋଗ ରହିଛି। କାରଣ ସରକାରଙ୍କ ବିନା ସହଯୋଗରେ ଏପରି କମ୍ପାନୀ ଚଲାଇବା ସମ୍ଭବ ନୁହେଁ।

Job Fraud China
Advertisment
Advertisment