Advertisment

ସାଧାରଣଜନତାଙ୍କୁ ଝଟ୍‌କା ! ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦାମ୍‌

କେବଳ ଭାରତ ନୁହେଁ, ବିଶ୍ୱ ସ୍ତରରେ ପେଟ୍ରୋଲିୟମଜାତ ସାମଗ୍ରୀର ଦର ବୃଦ୍ଧି ହୋଇପାରେ। ତୈଳ ରପ୍ତାନୀକାରୀ ଦେଶଙ୍କୁ ନେଇ ଗଠିତ ସଂଗଠନ OPEC ପ୍ଲସ୍ ପକ୍ଷରୁ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Petrol Diesel Price Hike

Petrol And Diesel Prices May Hike

ପୁଣି ବଢ଼ିପାରେ ତୈଳ ଦର।  ପେଟ୍ରୋଲ ଓ ଡିଜେଲ୍ ଦର ପୁଣିଥରେ ବଢ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। କେବଳ ଭାରତ ନୁହେଁ, ବିଶ୍ୱ ସ୍ତରରେ ପେଟ୍ରୋଲିୟମଜାତ ସାମଗ୍ରୀର ଦର ବୃଦ୍ଧି ହୋଇପାରେ। ତୈଳ ରପ୍ତାନୀକାରୀ ଦେଶଙ୍କୁ ନେଇ ଗଠିତ ସଂଗଠନ OPEC(Organization of the Petroleum Exporting Countries) ପ୍ଲସ୍ ପକ୍ଷରୁ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି ତୈଳ ଦର ବୃଦ୍ଧି ପାଏ ତା’ହେଲେ ସାଧାରଣଜନତାଙ୍କୁ ଏକ ପ୍ରକାର ଝଟ୍‌କା ଲାଗିପାରେ ବୋଲି କୁହାଯାଉଛି।

Advertisment

ଆସନ୍ତା ମାସ ଅର୍ଥାତ୍ ନଭେମ୍ବରରେ ଦୈନିକ ୨୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରାଯିବ। କୋଭିଡ୍ ପରେ ଏତେ ବଡ଼ ଉତ୍ପାଦନ କାଟ୍ କେବେ ଦେଖିବାକୁ ମିଳିନଥିଲା।ତେଣୁ ଉତ୍ପାଦନ କମିଲେ ବିଶ୍ୱ ସ୍ତରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ତୈଳ ଦର ବଢ଼ାଇଲେ ମାନ୍ଦାବସ୍ଥା ସହ ଯୁଝୁଥିବା ବିଶ୍ୱ ଅର୍ଥନୀତିକୁ ଗତି ମିଳିବ ବୋଲି ଓପେକ୍ ପ୍ଲସ୍ ଯୁକ୍ତି ଦର୍ଶାଇଛି।

ଅଧିକ ପଢ଼ନ୍ତୁ: ଆକାଶଛୁଆଁ ତୈଳଦର ବେଳେ ଆଗୁଆ ଆଶ୍ୱସ୍ତି; ହାଇଡ୍ରୋଜେନ୍ କାର୍‌ରେ କିଲୋମିଟର ପିଛା ଖର୍ଚ୍ଚ ହେବ ୨ ଟଙ୍କା

Advertisment

ଅନ୍ୟପକ୍ଷେ, ସାଉଦି ଆରବ ଓ ରୁଷ୍‌ ନେତୃତ୍ୱାଧୀନ ଓପେକ୍‌ର ଏଭଳି ପଦକ୍ଷେପକୁ ନେଇ ଆମେରିକା ଓ ୟୁରୋପୀୟ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ୟୁକ୍ରେନ୍ ଯୁଦ୍ଧ ଏବଂ ପରବର୍ତ୍ତୀ ବିଭିନ୍ନ କଟକଣାକୁ ଦେଖି ରୁଷ ଜାଣିଶୁଣି ଏଭଳି ପଦକ୍ଷେପ ନେଇଥିବା ହ୍ୱାଇଟ୍‌ ହାଉସ୍‌ ଅଭିଯୋଗ କରିଛି। ତେଣୁ ଏଭଳି ନିଷ୍ପତ୍ତିକୁ ଅପରିଣାମଦର୍ଶିତା ବୋଲି କୁହାଯାଇଛି।

ସୂଚନାଥାଉ କି, ନଭେମ୍ବର ୮ରେ ଆମେରିକାରେ ମିଡ୍ ଟର୍ମ ଇଲେକ୍ସନ ବା ୪୩୫ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ଓ ୩୫ ସିନେଟ୍ ଆସନ ପାଇଁ ନିର୍ବାଚନ ହେବାକୁ ଥିବାରୁ ତୈଳ ଦର ବୃଦ୍ଧି ପ୍ରସଙ୍ଗ ଲୋକଙ୍କ ମତକୁ ନିଶ୍ଚିତ ପ୍ରଭାବିତ କରିବ। ସେପଟେ ରୁଷ୍‌ ଉପରେ କଟକଣା ଲଗାଇ ତୈଳ ପାଇଁ ମଧ୍ୟପ୍ରାଚ୍ୟ ଉପରେ ନିର୍ଭର କରୁଥିବା ୟୁରୋପୀୟ ସଂଘକୁ ଅଧିକ ଅର୍ଥବ୍ୟୟ କରିବାକୁ ପଡ଼ିବ ବୋଲି କୁହାଯାଉଛି। 

Petrol Diesel Price Hike Petrol Price Diesel Price Petrol Diesel Prices
Advertisment
Advertisment