Advertisment

ଆଦିବାସୀ ଇଲାକାର ଚର୍ଚ୍ଚିତ ବ୍ୟକ୍ତିତ୍ୱ ବିଚିତ୍ରାନନ୍ଦ,ବୟସର ଅପରାହ୍ନରେ ନିଶାମୁକ୍ତ ସମାଜ ଗଠନ ପଣ

ବୟସ ୭୦ ପାର ହେଲାଣି, ହେଲେ ଭାରି ଚଳଚଞ୍ଚଳ ଉଭୟ କାମରେ ଓ କଲମରେ। ନିଇତି ରାତି ୩ଟାରୁ ଆରମ୍ଭ ହୁଏ ବିଚିତ୍ରାନନ୍ଦଙ୍କ ଦୈନ୍ୟଦିନ ଜୀବନଚର୍ଯ୍ୟା।

author-image
Prangyan Parimita
ଅଦ୍ୟତନ ହୋଇଛି
special story

special story

ଜନ୍ମମାଟି ଠାରୁ କାହିଁ କେତେ ଦୂର କର୍ମମାଟି । ବୟସ ବାଧକ ସାଜିବା ବେଳରେ ମନ କିନ୍ତୁ ଚଳଚଞ୍ଚଳ । ସମାଜରୁ କୁସଂସ୍କାର ଦୂର ସହ ନିଶାମୁକ୍ତ ଗାଁ ଗଢ଼ିବାର ପଣ ଯେମିତି ନିଶା ପାଲଟିଛି । ଆଦିବାସୀ ଇଲାକାରେ ଅନେକ ସଂସ୍କାରବାଦୀ କୃତୀ ପାଇଁ ପୁଳା ପୁଳା ପ୍ରଶଂସା ଓ ସମ୍ମାନର ଅଧିକାରୀ ହୋଇଥିବା ଏମିତି ଜଣେ ମଣିଷ ହେଲେ ବିଚିତ୍ରାନନ୍ଦ ପଣ୍ଡା ।

Advertisment

ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ପାଡୁଆରେ ବେଶ୍ ଜଣାଶୁଣା ମଣିଷ ବିଚିତ୍ରାନନ୍ଦ ପଣ୍ଡା । ବୟସ ୭୦ ପାର ହେଲାଣି, ହେଲେ ଭାରି ଚଳଚଞ୍ଚଳ ଉଭୟ କାମରେ ଓ କଲମରେ। ନିଇତି ରାତି ୩ଟାରୁ ଆରମ୍ଭ ହୁଏ ବିଚିତ୍ରାନନ୍ଦଙ୍କ ଦୈନ୍ୟଦିନ ଜୀବନଚର୍ଯ୍ୟା। ଜଳଖିଆ ଦୋକାନରେ ନିଜେ ଲାଗନ୍ତି, ସୁଆଦିଆ ଖାଦ୍ୟରେ ଗ୍ରାହକଙ୍କ ମନ କିଣିନିଅନ୍ତି। ବଡ଼ କଥା ହେଲା ଦୋକାନରେ ବିଚିତ୍ରାନନ୍ଦ ଯେଉଁ ମହିଳା କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଛନ୍ତି ସେମାନେ ସମସ୍ତେ ବିଧବା। ରାହା ମିଳୁନଥିବାବେଳେ ରୋଜଗାରର ପନ୍ଥା ଦେଇ ସତେ ଯେମିତି ସେ ମହିଳା କର୍ମଚାରୀଙ୍କ ପାଇଁ ପାଲଟିଛନ୍ତି ଜଣେ ମସିହା ।

ତାଙ୍କ ସାମ୍ନାରେ ବୟସ ଯେମିତି ହାର ମାନିଛି । ଜଞ୍ଜାଳମୟ ଜୀବନ ଭିଡ଼ରେ କଲମ ବି ତାଙ୍କ ହାତରେ ଥକି ପଡ଼ିନି । ପେଶା ସିନା ବ୍ୟବସାୟ ହେଲେ ନିଶା କିନ୍ତୁ ସମାଜସେବା । ଏକାଧାରାରେ ସେ ଜଣେ ଲେଖକ, ଗାଳ୍ପିକ ଓ ନାଟ୍ୟକାର ସହ ନିଶା ନିବାରଣ ବାନା ଉଡ଼ାଉଥିବା ବହୁବିଧ ପ୍ରତିଭାର ଅଧିକାରୀ।

Advertisment

ପେଶା ଭଳି ନିଶାରେ ବି ବେଶ୍ ତତ୍ପର ବିଚିତ୍ରାନନ୍ଦ। ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା ଲକ୍ଷ୍ୟରେ ସେ ଅନେକ ଅଭିଜ୍ଞତା ଓ ଉଦାହରଣ ଦେଇ ବହି ଲେଖିଛନ୍ତି। ଯାହା ମଧ୍ୟରେ ଗାଁ ଅବଧାନ ଓ ବୈଶାଖୀ ବେଶ୍ ଲୋକପ୍ରିୟ। ଦିନସାରା ବ୍ୟବସାୟରେ ମଜ୍ଜିବା ପରେ ରାତି ୯ରୁ ଆରମ୍ଭ ହୁଏ ବିଚିତ୍ରାନନ୍ଦଙ୍କ କଲମ ଚାଳନା। ଅନେକ ସମାଜିକ କଥାବସ୍ତୁକୁ ନେଇ ନାଟକ, ଗଳ୍ପ ଓ କବିତା ମାନ ରଚନା କରିଥାନ୍ତି। ଯାହାକି ଅନେକ ପତ୍ରପତ୍ରିକା ଓ ସମ୍ବାଦପତ୍ରରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ସେଥିପାଇଁ ବିଚିତ୍ରାନନ୍ଦଙ୍କୁ ଅନେକ ସମ୍ମାନ ଓ ପୁରସ୍କାର ବି ମିଳିଛି।...

ତେବେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଦୁର୍ଗମ ଇଲାକା ଲମତାପୁଟ ଓ ନନ୍ଦପୁର ବ୍ଲକର ତିନିଟି ଗାଁକୁ ବିଚିତ୍ରାନନ୍ଦ ନିଶାମୁକ୍ତ କରି ସେଠି ବେଶ୍ ଲୋକପ୍ରିୟ ହୋଇଛନ୍ତି। ଯାହାଙ୍କୁ ସବୁଆଡୁ ମିଳୁଛି ସାଧୁବାଦ। ନିଶା ନିବାରଣ ଭଳି ମହତ୍ କାମରେ ପତ୍ନୀ ଓ ୪ ପୁଅ ସବୁବେଳେ ବିଚିତ୍ରାନନ୍ଦଙ୍କୁ ଦେଇଛନ୍ତି ଅକୁଣ୍ଠ ସହଯୋଗ।...

କର୍ମ ମାଟି ସିନା କୋରାପୁଟ୍ , ହେଲେ ବିଚିତ୍ରାନନ୍ଦଙ୍କ ଜନ୍ମମାଟି କିନ୍ତୁ ଯାଜପୁର। ହେଲେ ଆଦିବାସୀ ଇଲାକାରେ ନିଶା ନିବାରଣ ଓ ସମାଜରୁ କୁସଂସ୍କାର ଦୂର ପାଇଁ ବୟସର ଅପରାହ୍ନରେ ବି ବିଚିତ୍ରାନନ୍ଦଙ୍କ ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ ।...

Special Story
Advertisment
Advertisment