/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690632809.jpg)
Andhra Pradesh farmer
ବଜାରରେ ହୁହୁହୋଇ ବଢ଼ୁଛି ଟମାଟୋ ଦର । କେତେକ ସ୍ଥାନରେ ଟମାଟୋ କିଲୋ ପ୍ରତି ୨୦୦ ଟଙ୍କା ବିକ୍ରି କରାଯାଉଛି । ବଜାରରେ ଟାମାଟୋର ଅଭାବ ଏବଂ ବର୍ଷା ଯୋଗୁ ଚାଷୀଙ୍କ ନିକଟରେ ଟମାଟୋ ନଥିବାରୁ ଏହି ଦର ବୃଦ୍ଧି ପାଉଛି । ଆଉ ଏଥିପାଇଁ ଉଭୟ ଚାଷୀ ଓ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଟମାଟୋର ଚଢ଼ାଦର ଥିବାରୁ ୧ କେଜି ବଦଳରେ ୨୫୦ ଗ୍ରାମ କିଣୁଛନ୍ତି ଗ୍ରାହକ । ହେଲେ ଏହାରି ଭିତରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚିକତ କରିଦେବ । ଜଣେ ବ୍ୟବସାୟୀ ଟମାଟୋ ବିକ୍ରି କରି ରୋଜଗାର କରିଛନ୍ତି ୪ କୋଟି ଟଙ୍କା । ତାହା ପୁଣି ମାତ୍ର ୪୫ ଦିନରେ ।
ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ଜଣେ କୃଷକ ଟମାଟୋ ବ୍ୟବସାୟ କରି ପାଇଛନ୍ତି ବଡ଼ ସଫଳତା । ଟମାଟୋ ବିକ୍ରି କରି ୪୫ ଦିନରେ ରୋଜଗାର କରିଛନ୍ତି ୪ କୋଟି ଟଙ୍କା । ଯାହା ଜଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ମୁତାବକ ଚାଷୀ ଜଣକଙ୍କ ନାଁ ହେଉଛି ମୁରଲୀ । ତାଙ୍କ ପରିବାର ୪୮ ବର୍ଷ ଧରି ଚାଷ କାମକରି ଆସୁଛନ୍ତି । ହେଲେ ସେ କେବେ ବି ଚାଷରୁ ଏତେ ଲାଭ ପାଇପାରିନାହାନ୍ତି । ଯାହା ବର୍ତ୍ତମାନ ଟମାଟୋ ଚାଷ ତାଙ୍କୁ ଦେଇଛି ।
ମୁରଲୀଙ୍କ କହିବା ଅନୁସାରେ ବଜାରରେ ଟମାଟୋ ଦର ଅଧିକ ରହିଛି ଏବଂ ଟମାଟୋରୁ ଭଲ ଲାଭ ପାଇବା ପାଇଁ ସେ ଘରଠାରୁ ୧୩୦ କିଲୋମିଟର ଯାଇ ବ୍ୟବସାୟ କରିଥିଲେ । ଯାହା ତାଙ୍କୁ ଲାଭ ଦେଇଛି । ହେଲେ ଗତ ୮ ବର୍ଷ ଧରି ସେ ଟମାଟୋ ଚାଷ କରିଥିଲେ ମଧ୍ୟ ଏପରି କେବେ ହୋଇନଥିଲା । ମୁରଲୀଙ୍କ ପରିବାରର ପୂର୍ବରୁ ୧୨ ଏକର ଜାଗା ରହିଥିଲା । ପରେ ପରେ ସେ ଆଉ ୧୦ ଏକର ଜମି କିଣିଥିଲେ । ହେଲେ ଚାଷରୁ ସେ ଗତ ବର୍ଷ କ୍ଷତି ସହିଛନ୍ତି ।
ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି । ପୁଅ ଇଞ୍ଜିନିୟରିଂ ପଢ଼ୁଛନ୍ତି । ଝିଅ ମଧ୍ୟ ପାଠ ପଢ଼ୁଛନ୍ତି । ଏବେ ସେ କିଛି ଋଣ ପରିଶୋଧ କରିବା ସହ ଆଉ କିଛି ସଞ୍ଚୟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)