ସ୍ଥଗିତ ହେଲା IPL । ଭାରତ ପାକିସ୍ତାନ ଉତ୍ତେଜନା ସ୍ଥିତିରେ ଥିବାରୁ IPL ସ୍ଥଗିତ ରଖାଯାଇଛି । BCCI ପକ୍ଷରୁ ଏହି ସୂଚନା ଦିଆଯାଇଛି । ବାକି ଥିଲା ଆହୁରି ୧୬ଟି ମ୍ୟାଚ୍ । ଗତକାଲି ଧର୍ମଶାଳା ମ୍ୟାଚ୍ ଅଧାରୁ ବନ୍ଦ ହୋଇଥିଲା । ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲା କ୍ୟାପିଟାଲସ ମଧ୍ୟରେ ଗତ କାଲି ମ୍ୟାଚ ଚାଲିଥିଲା । ତେବେ ଏୟାରଷ୍ଟ୍ରାଇକ କାରଣରୁ ଏହି ମ୍ୟାଚକୁ ଅଧାରୁ ବନ୍ଦ କରାଯାଇଥିଲା । ଅବଶିଷ୍ଟ ମ୍ୟାଚଗୁଡିକ ବର୍ତ୍ତମାନ ସମୟରେ ଖେଳାଯିବା ଠିକ୍ ନୁହେଁ । ତେଣୁ BCCI ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୫ ମେ’ରେ IPL ଫାଇନାଲ୍ ହେବାର ଥିଲା । ପରବର୍ତ୍ତୀ ମ୍ୟାଚଗୁଡିକ କେବେ ଖେଳାଯିବ, ତାହା ସ୍ପଷ୍ଟ ହୋଇନାହିଁ । ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହା ସ୍ଥଗିତ ଥିବା BCCI ପକ୍ଷରୁ କୁହାଯାଇଛି ।
ଭାରତ ଶତ୍ରୁ ଦେଶ ପାକିସ୍ତାନ ସହ ଲଢ଼ୁଥିବା ବେଳେ ଖେଳରୁ ଆନନ୍ଦ ନିଆଯିବା ଉଚିତ ନୁହେଁ ବୋଲି କ୍ରୀଡା ସମୀକ୍ଷକମାନେ କହିଛନ୍ତି । ଭାରତ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଲକ୍ଷ୍ୟ ରଖିଛି । ଦେଶର ସୁରକ୍ଷାକୁ ସବୁବେଳେ ପ୍ରାଥମିକତା ଦିଆଯିବା ଉଚିତ ବୋଲି କ୍ରୀଡା ସମୀକ୍ଷକ କହିଛନ୍ତି । ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣ ନିରୀହ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଏହା ପରେ ପାକିସ୍ତାନକୁ ଉଚିତ ଜବାବ ଦିଆଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Also Read
ଅଧିକ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ହାଇଆଲର୍ଟ ; ଡାକ୍ତର,ସବୁ କର୍ମଚାରୀଙ୍କ ଛୁଟି ବାତିଲ
ମ୍ମୁ କଶ୍ମୀରର ସାମ୍ବା ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ଭାରତୀୟ ଯବାନ । ପାକି ସେନାର ଗୁଳିବର୍ଷା ମଧ୍ୟରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ୭ ଆତଙ୍କବାଦୀ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏମାନଙ୍କୁ ଅଟକାଇଥିଲେ ବିଏସଏଫ ଯବାନ । ବିଏସଏଫ ଯବାନଙ୍କ କାଉଂଟର ଆଟାକରେ ୭ ଆତଙ୍କୀ ନିହତ ହୋଇଛନ୍ତି । ଏହା ପରେ ସୀମାନ୍ତବର୍ତୀ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ପାକସେନାର ଦୃଢ ଜବାବ ଦେଉଛି ଭାରତ । ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆଗରେ ଫେଲ ମାରୁଛି ପାକିସ୍ତାନର ମିସାଇଲ । ପାକିସ୍ତାନର ୫୦ ଡ୍ରୋନ ଓ ୮ ମିସାଇଲକୁ ଧ୍ୱଂସ କରି ସାରିଲାଣି ଭାରତ । ସେହିପରି ବାୟୁ ଓ ସ୍ଥଳ ପରେ ଏବେ ଜଳସୀମାରେ ମଧ୍ୟ ପାକିସ୍ତାନ ଉପରେ ପ୍ରହାର କରୁଛି ଭାରତ । ଭାରତର ୧୨ ସହରକୁ ଟାର୍ଗେଟ କରି ଆକ୍ରମଣ ଉଦ୍ୟମ କରିଥିବା ପାକିସ୍ତାନର ସବୁ ଯୋଜନା ଫେଲ ମାରୁଛି ।