Advertisment

World Suicide Prevention Day 2023: ଆତ୍ମହତ୍ୟା ଚିନ୍ତାରେ ସାରା ବିଶ୍ୱ; ଜାଣନ୍ତୁ କେଉଁଠି ସର୍ବାଧିକ

ଆତ୍ମହତ୍ୟା ହେଉଛି ଏମିତି ଏକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଜୀବନକୁ ଶେଷ କରିବାକୁ ଚେଷ୍ଟା କରେ। ଏହି କାରଣରୁ ଆଜି ସମାଜରେ ଆତ୍ମହତ୍ୟା ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା ବୃଦ୍ଧି ପାଇଛି। ଆସନ୍ତୁ ଜାଣିବା କିପରି ଚାଲିଛି ପ୍ରୟାସ ।

author-image
Pramod Behera
ଅଦ୍ୟତନ ହୋଇଛି
World Suicide Prevention Day 2023

World Suicide Prevention Day 2023

ସାରା ବିଶ୍ୱରେ ଆତ୍ମହତ୍ୟାର ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ଲୋକଙ୍କ ମଧ୍ୟରେ ଅବସାଦ କ୍ରମାଗତ ଭାବରେ ବୃଦ୍ଧି ପାଉଛି, ଯେଉଁ କାରଣରୁ କିଛି ଲୋକ ଆତ୍ମହତ୍ୟା ଭଳି ହୃଦୟ ବିଦାରକ ପଦକ୍ଷେପକୁ ଆପଣେଇ ନେଉଛନ୍ତି। ଏହି କାରଣରୁ ଆଜି ସମାଜରେ ଆତ୍ମହତ୍ୟା ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା ବୃଦ୍ଧି ପାଇଛି। ଏହିପରି ସାମାଜିକ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଏବଂ ଆତ୍ମହତ୍ୟା ବିଷୟରେ ସଚେତନତା ସୃଷ୍ଟି କରିବାକୁ ପ୍ରତି ବର୍ଷ ୧୦ ସେପ୍ଟେମ୍ବରରେ ‘ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ’ ପାଳନ କରାଯାଉଛି।

Advertisment

ଆତ୍ମହତ୍ୟା ହେଉଛି ଏମିତି ଏକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଜୀବନକୁ ଶେଷ କରିବାକୁ ଚେଷ୍ଟା କରେ। ଏହି ଦିନ ଲୋକମାନଙ୍କୁ ଆତ୍ମହତ୍ୟା ବିରୋଧରେ ସହଯୋଗ ଏବଂ ସମର୍ଥନ ଯୋଗାଇବା ପାଇଁ ସଚେତନ କରାଯାଏ ଏବଂ ସାମାଜିକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଧ୍ୟାନ ଦେବାର ବାର୍ତ୍ତା ଦିଆଯାଏ। ଏହି ଦିନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୁଏ।

‘ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ’ରେ ବିଶେଷ ଭାବେ ମାନସିକ ସ୍ୱାସ୍ଥ୍ୟ ସେବା, ଯେପରିକି ଆତ୍ମହତ୍ୟାର ବିଭିନ୍ନ ଲକ୍ଷଣକୁ ଜାଣିବା, ଏଥିରୁ ରକ୍ଷାପାଇବା ଉପରେ ସଚେତନ କରାଯାଏ। ଏହି ଦିନଟି ଆତ୍ମହତ୍ୟାର ପ୍ରଭାବକୁ ହ୍ରାସ କରିବା ପାଇଁ ସାମାଜିକ, ସାଂସ୍କୃତିକ ଏବଂ ଜନସାଧାରଣ ସ୍ତରରେ ଅନେକ ପ୍ରୟାସ ମଧ୍ୟ କରାଯାଏ। ଆସନ୍ତୁ ଏହାର ଉଦ୍ଦେଶ୍ୟ, ଇତିହାସ, କେତେକ ତଥ୍ୟ ଓ ଚଳିତ ବର୍ଷର ଥିମ ବିଷୟରେ ଜାଣିନେବା।

Advertisment

ଉଦ୍ଦେଶ୍ୟ:

  • ଆତ୍ମହତ୍ୟା ରୋକିବା – ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଆତ୍ମହତ୍ୟାକୁ ରୋକିବା ପାଇଁ ଲୋକଙ୍କୁ ସହଯୋଗ ଏବଂ ଆତ୍ମହତ୍ୟାକୁ ରୋକିବା ପାଇଁ ବିଭିନ୍ନ ଉପାୟ ବିଷୟରେ ଅବଗତ କରାଇବା।
  • ମାନସିକ ସ୍ୱାସ୍ଥ୍ୟ ସଚେତନତା – ଏହି ଦିନ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ବିଷୟରେ ପ୍ରୋତ୍ସାହନ ଦିଆଯାଏ ଏବଂ ମାନସିକ ସ୍ୱାସ୍ଥ୍ୟର ସଠିକ ଯତ୍ନ ସମର୍ଥନ କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ କୁହାଯାଏ।
  • ସାମାଜିକ ସମର୍ଥନ – ଏହି ଦିନ ମାଧ୍ୟମରେ ଲୋକମାନେ ସାମାଜିକ ସହାୟତା ଏବଂ ମାନସିକ ସ୍ୱାସ୍ଥ୍ୟ ସେବାର ଉପଲବ୍ଧତା ବିଷୟରେ ଅବଗତ ହୁଅନ୍ତି, ଯାହା ଦ୍ୱାରା ସେମାନେ ଆତ୍ମହତ୍ୟା କରୁଥିବା ଲୋକଙ୍କୁ ଠିକ୍ ସମୟରେ ସାହାଯ୍ୟ କରିପାରିବେ।
  • ଆତ୍ମହତ୍ୟାର ପ୍ରଭାବ – ଏହି ଦିନ ମାଧ୍ୟମରେ ଆତ୍ମହତ୍ୟାର ପ୍ରଭାବ ବିଷୟରେ ବ୍ୟାଖ୍ୟା କରାଯାଇଥାଏ, ଯେପରିକି ଏହା ପରିବାର ଏବଂ ସମ୍ପ୍ରଦାୟ ଉପରେ କିପରି ନକରାତ୍ମକ ପ୍ରଭାବ ପକାଇଥାଏ।
  • ସାମାଜିକ ବାର୍ତ୍ତା – ଏହା ଏକ ମାନବିକ ଅଧିକାର ଏବଂ ସାମାଜିକ ବାର୍ତ୍ତାର ଏକ ମାଧ୍ୟମ, ଯେଉଁଥିରେ ଲୋକମାନେ ଆତ୍ମହତ୍ୟା ଏବଂ ମାନସିକ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ବାବଦରେ ସଚେତନତା ସୃଷ୍ଟି କରନ୍ତି।

ଇତିହାସ:

  • ୨୦୦୩ – ଯେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆତ୍ମହତ୍ୟାକୁ ରୋକିବା ପାଇଁ ଏନ୍‌ଜିଓ ଏବଂ ସାମାଜିକ ସଂଗଠନ ସହ ମିଳିତ ପଦକ୍ଷେପ ନେଲା ଏହି ଦିନ ପାଳନ କରିବା ଆରମ୍ଭ ହେଲା।
  • ୨୦୦୪ – ଆତ୍ମହତ୍ୟାକୁ ହ୍ରାସ କରିବା ନେଇ ଗୁରୁତ୍ୱାରୋପ ତଥା ସହଯୋଗକୁ ଲକ୍ଷ୍ୟ କରି ‘ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ’ ଆରମ୍ଭ କରାଯାଇଥିଲା।
  • ବର୍ତ୍ତମାନ – ୨୦୦୩ରୁ ଆଜି ପର୍ଯ୍ୟନ୍ତ, ପ୍ରତ୍ୟେକ ବର୍ଷ ୧୦ ସେପ୍ଟେମ୍ବରରେ ‘ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ’ ଆୟୋଜିତ ହୁଏ। ଏହି ଦିନ ମାଧ୍ୟମରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ, ସମର୍ଥନ ଅଭିଯାନ, ସାମାଜିକ ବାର୍ତ୍ତା ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମ ଆୟୋଜିତ ହୁଏ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ଆତ୍ମହତ୍ୟାକୁ ରୋକିବା ଏବଂ ଆତ୍ମହତ୍ୟା ଭଳି ମାନସିକ ସମସ୍ୟାରେ ପୀଡିତ ଲୋକଙ୍କୁ ସହାୟତା ଯୋଗାଇବା।

ଆତ୍ମହତ୍ୟା ସହ ଜଡିତ କିଛି ପରିସଂଖ୍ୟାନ:

  • ବର୍ତ୍ତମାନ ବିଶ୍ୱର ଯେକୌଣସି ଦେଶର ତୁଳନାରେ ଦକ୍ଷିଣ କୋରିଆରେ ଆତ୍ମହତ୍ୟା ହାର ସର୍ବାଧିକ। ଦକ୍ଷିଣ କୋରିଆରେ ମହିଳାଙ୍କ ଆତ୍ମହତ୍ୟା ହାର ଅନ୍ୟ ଦେଶର ମହିଳାଙ୍କ ତୁଳନାରେ ବହୁତ ଅଧିକ। ଦେଶରେ ସାଧାରଣତଃ ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖାଯାଏ।
  • ଯୁବ ଆତ୍ମହତ୍ୟା ସର୍ବଦା ଏକ ଗମ୍ଭୀର ଏବଂ କଷ୍ଟଦାୟକ ବିଷୟ। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ୧ଲକ୍ଷ ଜନସଂଖ୍ୟାରେ ହାରାହାରି ୧୧ ଜଣ ଯୁବକ ଆତ୍ମହତ୍ୟା କରୁଛନ୍ତି। ଯୁବ ଆତ୍ମହତ୍ୟା ହାର ସର୍ବାଧିକ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଇଡାହୋ, କୋଲୋରାଡୋ ଏବଂ ୟୁଟା ଅନ୍ତର୍ଭୁକ୍ତ।
  • ଯଦି ଆପଣ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ପରିସଂଖ୍ୟାନକୁ ଦେଖିବେ, ତେବେ ୨୦୨୦ରେ ଦେଶରେ ସମୁଦାୟ ୧୨,୫୨୬ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୧୩,୦୮୯ କୁ ବୃଦ୍ଧି ପାଇଥିଲା।
  • ଆତ୍ମହତ୍ୟା କରିଥିବା ଛାତ୍ରମାନଙ୍କ ମଧ୍ୟରେ ୫୬.୫୪ ପ୍ରତିଶତ ପୁଅ ଏବଂ ୪୩.୪୯ ପ୍ରତିଶତ ଝିଅ ଥିଲେ।
  • ଅଠର ବର୍ଷରୁ କମ୍ ୧୦,୭୩୨ ନାବାଳକଙ୍କ ମଧ୍ୟରୁ ୮୬୪ ଜଣ ପରୀକ୍ଷାରେ ବିଫଳ ହେତୁ ଆତ୍ମହତ୍ୟା କରିଛନ୍ତି।

ଥିମ୍:

ପ୍ରତିବର୍ଷ ‘ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ’ ଏକ ବିଶେଷ ଥିମ୍ ଉପରେ ଆଧାରିତ ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚଳିତ ବର୍ଷର ଥିମ୍‌ ରହିଛି “କାର୍ଯ୍ୟ ମାଧ୍ୟମରେ ଆଶା ସୃଷ୍ଟି କରିବା”। ତେଣୁ, ଚଳିତ ବର୍ଷ ଏହି ଥିମ୍‌କୁ ନେଇ ‘ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ’ ପାଳନ ହେଉଛି।

Girl Suicide Suicide Prevention Special Story
Advertisment
Advertisment