Advertisment

Teacher’s Day 2023: ଜାଣନ୍ତୁ, କାହିଁକି ସେପ୍ଟେମ୍ବର ୫ରେ ପାଳନ ହୁଏ ଗୁରୁ ଦିବସ ?

ପ୍ରତିବର୍ଷ ସେପ୍ଟେମ୍ବର ୫କୁ ସାରାଦେଶ ଗୁରୁ ଦିବସ ଭାବେ ପାଳନ କରେ। ଗୁରୁ ହିଁ ଜଣେ ବ୍ୟକ୍ତିଙ୍କୁ ଜୀବନର ସଫଳତାର ଶିଖରକୁ ନେଇ ଯାଆନ୍ତି। ଜଣେ ଗୁରୁଙ୍କ ଆଶୀର୍ବାଦରେ ହିଁ ଆମେ ଅଜ୍ଞତାର ଅନ୍ଧକାରରୁ ଜ୍ଞାନର ଆଲୋକକୁ ଯାଇଥାଉ।

author-image
Pramod Behera
ଅଦ୍ୟତନ ହୋଇଛି
Teacher’s Day 2023

Teacher’s Day 2023

ପ୍ରତିବର୍ଷ ସେପ୍ଟେମ୍ବର ୫କୁ ସାରାଦେଶ ଗୁରୁ ଦିବସ ଭାବେ ପାଳନ କରେ। ଗୁରୁ ହିଁ ଜଣେ ବ୍ୟକ୍ତିଙ୍କୁ ଜୀବନର ସଫଳତାର ଶିଖରକୁ ନେଇ ଯାଆନ୍ତି। ଜଣେ ଗୁରୁଙ୍କ ଆଶୀର୍ବାଦରେ ହିଁ ଆମେ ଅଜ୍ଞତାର ଅନ୍ଧକାରରୁ ଜ୍ଞାନର ଆଲୋକକୁ ଯାଇଥାଉ।

Advertisment

ଏନେଇ ପ୍ରତିବର୍ଷ ଗୁରୁ ଦିବସରେ ଛାତ୍ରମାନେ ସେମାନଙ୍କ ଶିକ୍ଷକମାନଙ୍କ ପ୍ରତି କୃତଜ୍ଞତା ଜଣାଇଥାନ୍ତି। ଏହି ଦିନ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ ଭାବରେ ମଧ୍ୟ ପାଳନ କରାଯାଏ। ତେବେ ଆସନ୍ତୁ ଆସନ୍ତୁ ଆଜିର ଏହି ପବିତ୍ର ଦିନରେ ଗୁରୁ ଦିବସର ଇତିହାସ ଏବଂ ଗୁରୁତ୍ୱ ବିଷୟରେ ଜାଣିନେବା।

ଅଧିକ ପଢ଼ନ୍ତୁ: ଦିବ୍ୟାଙ୍ଗ ଗୁରୁ; ବିନା ଅର୍ଥରେ କରୁଛନ୍ତି ଶିକ୍ଷାଦାନ, ଭବିଷ୍ୟତ ଗଢ଼ିବା ଏକ ମାତ୍ର ଲକ୍ଷ୍ୟ

Advertisment

ଇତିହାସ:

ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ୫ ସେପ୍ଟେମ୍ବର ୧୮୮୮ରେ ଜନ୍ମଗ୍ରହଣ କରିଥିଲେ। ଭାରତ ରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ନିଜେ ଜଣେ ମହାନ ଶିକ୍ଷକ ଥିଲେ। ଥରେ ଯେତେବେଳେ ଶିଷ୍ୟମାନେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଚିନ୍ତାକଲେ, ସେ କହିଥିଲେ, “ମୋର ଜନ୍ମଦିନକୁ ପୃଥକ ଭାବରେ ପାଳନ କରିବା ପରିବର୍ତ୍ତେ ଯଦି ଏହାକୁ ଶିକ୍ଷକ ଦିବସ ଭାବରେ ପାଳନ କରାଯାଏ ତେବେ ମୁଁ ଗର୍ବିତ ହେବି। ୧୯୬୨ମସିହାରେ ପ୍ରଥମ ଥର ପାଇଁ ଗୁରୁ ଦିବସ ପାଳନ କରାଯାଇଥିଲା।

ମହତ୍ତ୍ୱ:

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ଜଣେ ଶିକ୍ଷକ ଭାବରେ ଦେଶକୁ ଜୀବନର ୪୦ ବର୍ଷ ଦେଇଥିଲେ। ସେ ସର୍ବଦା ଶିକ୍ଷକଙ୍କ ସମ୍ମାନ ଉପରେ ଗୁରୁତ୍ୱାରୋପ କରୁଥିଲେ। ତାଙ୍କ ମତରେ ଜଣେ ପ୍ରକୃତ ଶିକ୍ଷକ ସମାଜକୁ ସଠିକ୍ ଦିଗରେ ନେବା ପାଇଁ କାର୍ଯ୍ୟ କରନ୍ତି। ଜଣେ ବ୍ୟକ୍ତିଙ୍କୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ଶିଖାନ୍ତି। ତାଙ୍କ ଜୀବନକୁ ସଜାଇବାରେ ଶିକ୍ଷକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ, ଏଭଳି ପରିସ୍ଥିତିରେ ଶିକ୍ଷକମାନଙ୍କୁ ଅଣଦେଖା କରିବା ଠିକ ନୁହେଁ।

କିପରି ହୁଏ ପାଳନ:

ଶିକ୍ଷକମାନେ କେବଳ ସେମାନଙ୍କର ଛାତ୍ରମାନଙ୍କ ପାଇଁ ଏକାଡେମିକ୍ ପ୍ରସ୍ତୁତ କରନ୍ତି ନାହିଁ ବରଂ ସେମାନଙ୍କୁ ମାନସିକ, ସାମାଜିକ ଏବଂ ଆଚରଣଗତ ଭାବରେ ଶକ୍ତିଶାଳୀ ମଧ୍ୟ କରନ୍ତି। ପରିବାର ପରେ, ଶିକ୍ଷକ ହିଁ ଆମକୁ ଏ ଦୁନିଆ ବିଷୟରେ ଜଣାନ୍ତି।

ଅଧିକ ପଢ଼ନ୍ତୁ: ଦୁଇ ବଖରା ଆଜ୍‌ବେଷ୍ଟସ୍‌ ଘରରୁ ମହାଦ୍ରୁମରେ ପରିଣତ ହୋଇଛି ଏହି ଶିକ୍ଷାନୁଷ୍ଠାନ

Teacher's Day In India Special Story Teacher's Day
Advertisment
Advertisment