Advertisment

International Day of Charity: ଆପଣଙ୍କର କିଛି ଦାନ ଅଭାବୀ ମଣିଷର ମୁହଁରେ ହସ ଫୁଟାଏ

ଦାନଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ଦାନର ଏହି ମହତ୍ତ୍ୱକୁ ଜଣାଇବା ଲକ୍ଷ୍ୟରେ, ପ୍ରତିବର୍ଷ ସେପ୍ଟେମ୍ବର ୫ରେ ‘ଆନ୍ତର୍ଜାତୀୟ ଚାରିଟି ଡେ’ ବା ‘ଆନ୍ତର୍ଜାତୀୟ ଦାନ ଦିବସ’ ସମଗ୍ର ବିଶ୍ୱରେ ପାଳନ କରାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
International Day of Charity

International Day of Charity

ଦାନଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ଦାନର ଏହି ମହତ୍ତ୍ୱକୁ ଜଣାଇବା ଲକ୍ଷ୍ୟରେ, ପ୍ରତିବର୍ଷ ସେପ୍ଟେମ୍ବର ୫ରେ ‘ଆନ୍ତର୍ଜାତୀୟ ଚାରିଟି ଡେ’ ବା ‘ଆନ୍ତର୍ଜାତୀୟ ଦାନ ଦିବସ’ ସମଗ୍ର ବିଶ୍ୱରେ ପାଳନ କରାଯାଏ। କୁହାଯାଏ ଦାନଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ଏହା ମଣିଷ ଏବଂ ଅନ୍ୟ ଜୀବମାନଙ୍କୁ ଖୁସି ଦେଇଥାଏ। ଯେତେବେଳେ ଜଣେ ଅନ୍ୟମାନଙ୍କୁ ଖୁସି ଦିଏ, ପ୍ରତିବଦଳରେ ନିଜେ ମଧ୍ୟ ଖୁସି ହୁଏ। ଦାନର ଏହି ମହତ୍ତ୍ୱକୁ ଜଣାଇବା ଲକ୍ଷ୍ୟରେ, ପ୍ରତିବର୍ଷ ସେପ୍ଟେମ୍ବର ୫ରେ ‘ଆନ୍ତର୍ଜାତୀୟ ଚାରିଟି ଡେ’ ବା ‘ଆନ୍ତର୍ଜାତୀୟ ଦାନ ଦିବସ’ ସମଗ୍ର ବିଶ୍ୱରେ ପାଳନ କରାଯାଏ।

Advertisment

ବାସ୍ତବରେ, ସେପ୍ଟେମ୍ବର ୫ ହେଉଛି ମଦର ଟେରେସାଙ୍କ ମୃତ୍ୟୁ ବାର୍ଷିକୀ। ସମାଜରୁ ଦାରିଦ୍ର୍ୟ ଦୂରକରିବା, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କ ସମସ୍ୟା ଦୂର କରିବାରେ ସେ ସାରା ଜୀବନ ଅତିବାହିତ କରିଦେଇଥିଲେ। ତାଙ୍କ ସ୍ମୃତିରେ ଏହି ଦିନ ପାଳନ କରାଯାଏ, ଯାହା ମିଳିତ ଜାତିସଂଘ ଦ୍ୱାରା ୨୦୧୨ ମସିହାରେ ଆରମ୍ଭ ହୋଇଥିଲା।

କିପରି ଆରମ୍ଭ ହେଲା:

ଯଦିଓ ଯୁଗ ଯୁଗ ଧରି ଭାରତରେ ଦାନର ପରମ୍ପରା ରହିଆସିଛି, କିନ୍ତୁ ଏଥିପାଇଁ କୌଣସି ବିଶେଷ ଦିନ ଠିକ୍ ହୋଇ ନଥିଲା। ୨୦୧୨ରେ, ଆନ୍ତର୍ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ମିଳିତ ଜାତିସଂଘର ସାଧାରଣ ସଭା ଆନୁଷ୍ଠାନିକ ଭାବରେ ‘ଆନ୍ତର୍ଜାତୀୟ ଦାନ ଦିବସ’ ଘୋଷଣା କଲା, ଯାହାକୁ ସମଗ୍ର ଦେଶ ସମର୍ଥନ କରିଥିଲେ।

Advertisment

ଉଦ୍ଦେଶ୍ୟ:

ବିଶ୍ୱ ସ୍ତରରେ ଦାନ ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ଚାରିଟି କାର୍ଯ୍ୟକ୍ରମ ପାଇଁ ଏହା ଏକ ଉତ୍ତମ ପ୍ଲାଟଫର୍ମ। ଲୋକମାନେ ନିଜର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ଉଚିତ, ଯାହା ଦ୍ୱାରା ସେମାନଙ୍କର ଜୀବନ ସ୍ତର ମଧ୍ୟ ଉନ୍ନତ ହୋଇପାରିବ।

କିପରି ହୁଏ ପାଳନ:

ଏହି ଦିନ ମିଳିତ ଜାତିସଂଘ ସମସ୍ତ ସଦସ୍ୟ ରାଷ୍ଟ୍ର, ବିଭିନ୍ନ ସଂଗଠନ ଏବଂ ବିଶ୍ୱର ଲୋକଙ୍କୁ ନିବେଦନ କରେ ଯେ ଦାନରେ ସହଯୋଗ କରନ୍ତୁ ଏବଂ ‘ଆନ୍ତର୍ଜାତୀୟ ଦାନ ଦିବସର’ ଉଦ୍ଦେଶ୍ୟକୁ ସଫଳ କରନ୍ତୁ। ଏହି ଦିନ ଦାନର ମହତ୍ତ୍ୱକୁ ବ୍ୟାଖ୍ୟା କରାଯାଏ ଏବଂ ଲୋକମାନଙ୍କୁ ଦାନ କରିବାକୁ ଉତ୍ସାହିତ କରାଯାଏ।

କିଏ ମଦର ଟେରେସା:

ମଦର ଟେରେସା ଜଣେ ରୋମାନ୍ କ୍ୟାଥୋଲିକ୍ ନନ୍ ଯିଏ ସ୍ୱେଚ୍ଛାକୃତ ଭାବରେ ୧୯୪୮ ମସିହାରେ ଭାରତୀୟ ନାଗରିକତ୍ୱ ନେଇଥିଲେ। ସେ ୧୯୫୦ ମସିହାରେ କୋଲକାତାରେ ମିଶନାରୀ ଅଫ୍ ଚାରିଟି ପ୍ରତିଷ୍ଠା କରିଥିଲେ ଏବଂ ବର୍ଷ ବର୍ଷ ଧରି ଗରିବ, ଅସୁସ୍ଥ, ଅନାଥଙ୍କୁ ସହଯୋଗର ହାତ ବଢେଇଥିଲେ। ପରେ ତାଙ୍କୁ ରୋମାନ କ୍ୟାଥୋଲିକ ଚର୍ଚ୍ଚ ଦ୍ୱାରା କଲିକତାର ସନ୍ଥ ଟେରେସା ନାମରେ ଘୋଷଣା କରାଗଲା।

କେବଳ ଏତିକି ନୁହେଁ, ତାଙ୍କୁ ୧୯୭୯ ରେ ନୋବେଲ ଶାନ୍ତି ପୁରସ୍କାର ଏବଂ ୧୯୮୦ରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ 'ଭାରତ ରତ୍ନ' ପ୍ରଦାନ କରାଯାଇଥିଲା। ୫ ସେପ୍ଟେମ୍ବର ୧୯୯୭ରେ ହୃଦଘାତରେ ତାଙ୍କର ମୃତ୍ୟୁ ପରେ ସାରା ବିଶ୍ୱରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

Special Story
Advertisment
Advertisment