Advertisment

Pahalgam Attack Response: 'ଆକ୍ରମଣର ଟାର୍ଗେଟ-ଟାଇମ୍‌ ସ୍ଥିର କର', ସେନାକୁ ପୂର୍ଣ୍ଣ କ୍ଷମତା ଦେଲେ ପ୍ରଧାନମନ୍ତ୍ରୀ

ପହଲଗାମ୍ ହମଲାର ବଦଲା ପାଇଁ ସେନାକୁ ସବୁଜ ସଙ୍କେତ । ଗୁରୁତ୍ବପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଙ୍କେତ । ଆକ୍ରମଣର ଶୈଳୀ, ଲକ୍ଷ୍ୟ, ସମୟ ନେଇ ନିଷ୍ପତ୍ତି ନେବାକୁ ସେନାକୁ ମିଳିଲା ପୂର୍ଣ୍ଣ କ୍ଷମତା ।

author-image
Namita Biswal
ଅଦ୍ୟତନ ହୋଇଛି
undefined

Pahalgam Attack Response

ପହଲଗାମ୍‌ ହମ୍‌ଲାର ବଦଲା ନେବା ପାଇଁ ସେନାକୁ ମିଳିଲା ଗ୍ରୀନ ସିଗ୍‌ନାଲ । ପାକିସ୍ତାନକୁ ମିଳିବ ମୁହଁତୋଡ଼ ଜବାବ । ଯେକୌଣସି ମୁହୂର୍ତ୍ତରେ, ଯେକୌଣସି ସ୍ଥାନରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରେ ଭାରତୀୟ ସେନା । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ପାକିସ୍ତାନଠୁ ପହଲଗାମ୍ ହମଲାର ବଦଲା ନେବାକୁ ଭାରତର ତିନି ସେନାକୁ ସଂପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଆକ୍ରମଣର ଶୈଳୀ, ଲକ୍ଷ୍ୟ, ସମୟ ନେଇ ନିଷ୍ପତ୍ତି ନେବାକୁ ସେନାକୁ ମିଳିଛି ପୂର୍ଣ୍ଣ କ୍ଷମତା । ଏନେଇ ୩ ସେନା ମିଳିତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

Advertisment

ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆତଙ୍କବାଦକୁ କଡ଼ା ଜବାବ ଦେବା ଆମର ରାଷ୍ଟ୍ରୀୟ ସଂକଳ୍ପ । ସେନା ଉପରେ ପୂର୍ଣ୍ଣ ବିଶ୍ୱାସ ଓ ଭରସା ଅଛି । ଆମର ଆକ୍ରମଣର ଶୈଳୀ, ଲକ୍ଷ୍ୟ, ସମୟ ନେଇ ନିଷ୍ପତ୍ତି ନେବାକୁ ସେନାକୁ ପୂର୍ଣ୍ଣ ସ୍ୱତନ୍ତ୍ରତା ପ୍ରଦାନ କରାଯାଇଛି । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଏହି ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ବସିଥିଲା । 

ଅଧିକ ପଢନ୍ତୁ: କାଶ୍ମୀରରେ ଆତଙ୍କୀ ଆକ୍ରମଣର ପୁରୁଣା ଇତିହାସ, ଘାଟିକୁ ଅଶାନ୍ତ କରୁଛି ପାକିସ୍ତାନ

Advertisment

୯୦ ମିନିଟ୍ ଧରି ଚାଲିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ, NSA ଅଜିତ୍ ଡୋଭାଲ, ସିଡିଏସ୍‌ NSA ଅଜିତ ଡୋଭାଲ, ସିଡିଏସ୍ ଜେନେରାଲ୍ ଅନୀଲ ଚୌହ୍ବାନ ଉପସ୍ଥିତ ଥିଲେ । ୩ ସେନାର ମୁଖ୍ୟ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ । ପହଲଗାମ୍ ହମଲା ପରେ ଏହା ହେଉଛି ସବୁଠୁ ବଡ଼ ବୈଠକ । ଯେଉଁଥିରେ ସୁରକ୍ଷା ଏଜେନ୍ସିର ସମସ୍ତ ଶୀର୍ଷ ଅଧିକାରୀ ଉପସ୍ଥିତ ରହିଥିଲେ ।

ପହଲଗାମ୍ ଆକ୍ରମଣ ପରେ ଆଜି ପ୍ରଥମ ଥର ପାଇଁ ୩ ସେନା ମୁଖ୍ୟଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ବୈଠକରେ ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ହୋଇଥିବା ସୂଚନା ମିଳୁଛି । ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ଭେଟିଛନ୍ତି । ସେହିପରି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି । ତା'ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ, NSA, CDS ଓ ୩ ସେନା ମୁଖ୍ୟଙ୍କ ସହ ପିଏମ୍ ମୋଦିଙ୍କ ବୈଠକକୁ ନେଇ ଚର୍ଚ୍ଚା ବଢିଛି ।

Advertisment
Advertisment