Advertisment

Morning Office: ସମ୍ବଲପୁର, ବୌଦ୍ଧରେ ସକାଳୁଆ ଅଫିସ; ନାହିଁ ଲଞ୍ଚ୍ ବ୍ରେକ୍

ସମ୍ବଲପୁର ଜିଲ୍ଲାରେ ଆଜିଠୁ ଚାଲିବ ସକାଳୁଆ ଅଫିସ । ସକାଳ ୭ଟାରୁ ଦିନ ୧ ଟା ଯାଏ ଚାଲିବ ଅଫିସ୍। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Morning office

Morning office

ତତଲା କଡ଼େଇରେ ସି‌ଝୁଛି ଓଡ଼ିଶା । ଅସହ୍ୟ ତାତି ଓ ଗୁଳିଗୁଳିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ବୌଦ୍ଧରେ ସକାଳୁଆ ଅଫିସ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ସମ୍ବଲପୁର ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ ଟା ଯାଏ ଚାଲିବ ଅଫିସ୍। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି।

ଅଧିକ ପଢ଼ନ୍ତୁକେତେ ସୁରକ୍ଷିତ ବସ୍‌ରେ ସ୍କୁଲ୍ ଯାଉଥିବା କଅଁଳ ଭବିଷ୍ୟତ?

ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେଉଛି। ଖରାତାତିକୁ ଲକ୍ଷ୍ୟ ରଖି ଏଣିକି ସମ୍ବଲପୁରରେ ସବୁ ଅଫିସ ସକାଳୁଆ ହେବ। ଆଜିଠୁ ଜୁନ୍ ୧୫ ଯାଏଁ ଚାଲିବ ସକାଳୁଆ ଅଫିସ୍ ହେବ। ଅଫିସ୍ ସମୟ ଭିତରେ ଲଞ୍ଚ୍ ବ୍ରେକ୍ ରହିବ ନାହିଁ।

Advertisment

ସେହିପରି ବୌଦ୍ଧରେ ମଧ୍ୟ ସମସ୍ତ ଅଫିସ ସକାଳୁଆ କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ ରିଲିସ ଜାରି କରାଯାଇଛି। ସକାଳ ୭ଟାରୁ ଦିନ ୧ ଟା ଯାଏ ଚାଲିବ ଅଫିସ୍। ଅଫିସ୍ ସମୟ ଭିତରେ ଲଞ୍ଚ୍ ବ୍ରେକ୍ ରହିବ ନାହିଁ ବୋଲି କୁହାଯାଇଛି।

ଅଧିକ ପଢ଼ନ୍ତୁ: ଆଜିଠୁ ସକାଳୁଆ ସ୍କୁଲ୍‌, ୪ ଘଣ୍ଟା ପାଠ ପଢିବେ ପିଲା

Sambalpur Boudh Heat Wave
Advertisment
Advertisment