Advertisment

Lal Bahadur Shastri Death Anniversary 2025: ମୃତ୍ୟୁ ବେଳକୁ ନା ଥିଲା ଘର, ନା ଥିଲା ଜାଗାବାଡି: ଥିଲା ଏକ ଲୋନ୍…

ଆଜି ଦେଶରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି। ଶାସ୍ତ୍ରୀଙ୍କ ମୃତ୍ୟୁ ଆଜି ରହସ୍ୟ ହୋଇ ରହିଛି। ତେବେ ଆଜି ତାଙ୍କ ପୁଣ୍ୟତିଥି ଅବସରରେ ଆସନ୍ତୁ ଶାସ୍ତ୍ରୀଙ୍କ ସହିତ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
mysterious death of lal bahadur shastri

mysterious death of lal bahadur shastri

୧୯୬୬ ମସିହା ଆଜିର ରାତିରେ ତାସ୍‌କେଣ୍ଟରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆକସ୍ମିକ ମୃତ୍ୟୁ ଏପର୍ଯ୍ୟନ୍ତ ରହସ୍ୟମୟ ହୋଇରହିଛି। ଆଜି ବି ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଯାଏ। ଆଜି ବି ଅଧିକାଂଶ ଲୋକ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି ଯେ ତାଙ୍କର ସେହି ମୃତ୍ୟୁ ଏକ ସାଧାରଣ ମୃତ୍ୟୁ ବୋଲି।

Advertisment

ଯେତେବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦେହାନ୍ତ ହେଲା, ତାଙ୍କ ପରେ ସ୍ୱାଧୀନ ଭାରତର କ୍ଷମତା କିଏ ଗ୍ରହଣ କରିବ? ଦେଶର ପ୍ରତ୍ୟେକ ବ୍ୟକ୍ତି ଏହି ପ୍ରଶ୍ନରେ ଆନ୍ଦୋଳିତ ହେଉଥିବା ବେଳେ ଦୁଇ ସପ୍ତାହ ପରେ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଭାରତର ପରବର୍ତ୍ତୀ ବା ଦ୍ୱିତୀୟ ପ୍ରଧାନମନ୍ତ୍ରୀ କରାଯାଇଥିଲା। ଏହା ପୂର୍ବରୁ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଭାରତର ଗୃହମନ୍ତ୍ରୀ ଥିଲେ।

ଆଜି ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ବାର୍ଷିକୀ। ୧୧ ଜାନୁଆରୀ ୧୯୬୬ରେ ତାଙ୍କର ଦେହାନ୍ତ ହୋଇଥିଲା। ତେବେ ଆଜି ପର୍ଯ୍ୟନ୍ତ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା ତାହା ଏପର୍ଯ୍ୟନ୍ତ ରହସ୍ୟ ହୋଇରହିଛି। ତେବେ ଆଜି ତାଙ୍କ ପୁଣ୍ୟତିଥି ଅବସରରେ ଆସନ୍ତୁ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସହିତ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ନଜର ପକେଇ ନେବା।

Advertisment

୧୭ ବର୍ଷ ବୟସରେ ଜେଲ୍‌:

ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନରେ ହିଁ ଲାଲ ବାହାଦୂର ଶାସ୍ତ୍ରୀ ଜନ୍ମ ହୋଇଥିଲେ। ୨ ଅକ୍ଟୋବର ୧୯୦୪ ରେ ଉତ୍ତରପ୍ରଦେଶର ମୁଗଲସରାଇରେ ଜନ୍ମଗ୍ରହଣ କରିଥିବା ଶାସ୍ତ୍ରୀଙ୍କୁ ତାଙ୍କ ପିଲାଦିନରେ ସମସ୍ତେ ‘ନହ୍ନେ’ ବୋଲି ଡାକୁଥିଲେ।

ତାଙ୍କୁ ଯେତେବେଳେ ମାତ୍ର ଦେଢ ବର୍ଷ ହୋଇଥିଲା ତାଙ୍କର ପିତୃ ବିୟୋଗ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ମାମୁଁଙ୍କ ସହ ରହିବାକୁ ପଠାଗଲା। ସେ ପାଠ ପଢିବା ପାଇଁ ମାଇଲ୍ ମାଇଲ୍ ବାଟ ପାଦରେ ଚାଲିଯାଉଥିଲେ। କିନ୍ତୁ ଦେଶର ସ୍ୱାଧୀନତା ପାଇଁ ଲଢିବାକୁ ନିଷ୍ପତ୍ତି ନେଇଥିବା ଶାସ୍ତ୍ରୀ ୧୬ ବର୍ଷ ବୟସରେ ପାଠପଢା ଛାଡିଥିଲେ। ସେ ୧୭ ବର୍ଷ ବୟସରେ ଜେଲ୍‌ ଯାଇଥିଲେ କିନ୍ତୁ ନାବାଳକ ଥିବାରୁ ତାଙ୍କୁ ମୁକ୍ତ କରାଯାଇଥିଲା।

ଶାସ୍ତ୍ରୀଙ୍କ ନମ୍ରତା:

ପ୍ରଧାନମନ୍ତ୍ରୀ ହେବା ପରେ ଶାସ୍ତ୍ରୀଜୀ କୌଣସି ଏକ ରାଜ୍ୟ ଗସ୍ତ କରିବାର ଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ଯାତ୍ରା ବାତିଲ କରିବାକୁ ପଡିଲା। ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ଶାସ୍ତ୍ରୀଙ୍କୁ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ରହିବା ପାଇଁ ପ୍ରଥମ ଶ୍ରେଣୀର ବ୍ୟବସ୍ଥା କରାଯାଉଥିଲା। ଏହା ଜାଣି ଶାସ୍ତ୍ରୀ ଜୀ ତାଙ୍କୁ କହିଥିଲେ ଯେ ସେ ଜଣେ ତୃତୀୟ ଶ୍ରେଣୀର ବ୍ୟକ୍ତି, ତାଙ୍କ ପାଇଁ ପ୍ରଥମ ଶ୍ରେଣୀ ପରିଚାଳନାର ଆବଶ୍ୟକତା କ’ଣ?

ଶାସ୍ତ୍ରୀଙ୍କ ସଚ୍ଚୋଟତା:

ଶାସ୍ତ୍ରୀଙ୍କ ପୁଅ ଥରେ ତାଙ୍କ ଅଫିସ୍ କାର୍ ବ୍ୟବହାର କରିବାରୁ ଶାସ୍ତ୍ରୀ ଜୀ କାର୍‌ର ବ୍ୟକ୍ତିଗତ ବ୍ୟବହାର ପାଇଁ ସରକାରୀ ଆକାଉଣ୍ଟରେ ସମ୍ପୂର୍ଣ୍ଣ ରାଶି ପ୍ରଦାନ କରିଥିଲେ।

ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ ଲାଲ ବାହାଦୂର ଶାସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କର ନା କୌଣସି ଘର ଥିଲା ନା କୌଣସି ଜାଗାବାଡି। ତାଙ୍କ ନାଁରେ କେବଳ ଏକ ଲୋନ୍ ଥିଲା, ଯାହା ସେ ପ୍ରଧାନମନ୍ତ୍ରୀ ହେବା ପରେ ଫିଏଟ୍ କାର୍‌ କିଣିବାକୁ ସରକାରଙ୍କଠାରୁ ନେଇଥିଲେ। ଶାସ୍ତ୍ରୀ ମୃତ୍ୟୁ ପରେ ଯେତେବେଳେ ତାଙ୍କ ପରିବାରକୁ ଋଣ ପରିଶୋଧ କରିବାକୁ କୁହାଯାଇଥିଲା, ସେମାନେ ପରିବାରକୁ ମିଳୁଥିବା ପେନ୍‌ସନ୍‌ରୁ ଋଣ ପରିଶୋଧ କରିଥିଲେ।

ମୃତ୍ୟୁ ରହସ୍ୟ:

୧୧ ଜାନୁଆରୀ ୧୯୬୬ରେ ଲାଲ ବାହାଦୂର ଶାସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଉଜ୍‌ବେକିସ୍ତାନର ତାସ୍‌କେଣ୍ଟରେ ଶାସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପରିସ୍ଥିତି ସମ୍ପର୍କରେ ଏକ ଚୁକ୍ତିନାମା କରିବାକୁ ଶାସ୍ତ୍ରୀ ଜୀ ସୋଭିଏତ୍ ୟୁନିଅନ୍ ସହରର ତାସ୍‌କେଣ୍ଟ ଯାଇଥିଲେ। ସେଠାରେ ସେ ୧୦ ଜାନୁଆରୀ ୧୯୬୬ରେ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନଙ୍କ ସହ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତିକୁ ନେଇ ତାଙ୍କ ଉପରେ ବହୁତ ଚାପ ଥିଲା।

ଚୁକ୍ତିନାମା ପରେ, ରାତିରେ ୧.୩୨ରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପୂର୍ଣ୍ଣ ଭଲ ଥିଲା। କିନ୍ତୁ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି କୁହାଯାଉଥିଲା। ଦେଶର ଅନେକ ଖବରକାଗଜ ଏହି ଘଟଣାକୁ ଛାପି ପାରି ନ ଥିଲେ।

କିନ୍ତୁ ଟାଇମ୍ସ ଅଫ୍ ଇଣ୍ଡିଆ ରାତିରେ ସିଟି ସଂସ୍କରଣକୁ ବନ୍ଦ କରି ଏହି ଖବର ପ୍ରକାଶ କରିଥିଲା। ଏହି ଖବର ଆଠଟି ସ୍ତମ୍ଭରେ “ହୃଦଘାତ ପରେ ଶାସ୍ତ୍ରୀଙ୍କର ମୃତ୍ୟୁ” ଶୀର୍ଷକରେ ଛପା ଯାଇଥିଲା।

କେବଳ ଏତିକି ନୁହେଁ, ଯେତେବେଳେ ତାଙ୍କ ମୃତଦେହ ଭାରତକୁ ଅଣାଯାଇଥିଲା, ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ତାଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। କିନ୍ତୁ ତାଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ କରିବାକୁ ବସିଥିବା ରାଜନାରାୟଣ ଅନୁସନ୍ଧାନ କମିଟି କୌଣସି ବୈଧ ଫଳାଫଳ ଦେଇ ନ ଥିଲା। ସଂସଦୀୟ ଲାଇବ୍ରେରୀରେ ମଧ୍ୟ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟର କୌଣସି ରେକର୍ଡ ନାହିଁ।

Lal Bahadur Shastri
Advertisment
Advertisment