Advertisment

ଯୋଗ ! ସାରା ବିଶ୍ୱକୁ ଭାରତର ଏକ ଅତୁଲ୍ୟ ଅବଦାନ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ , ବିଶ୍ୱର କୋଣ ଅନୁକୋଣରେ ଯୋଗ ଦିବସ ପାଳନ

author-image
Prangyan Parimita
ଅଦ୍ୟତନ ହୋଇଛି
International Yoga Day 2023

International Yoga Day

ଆଜି ବିଶ୍ୱର କୋଣ ଅନୁକୋଣରେ ପାଳିତ ହେଉଛି ଆନ୍ତର୍ଜାତିକ ଯୋଗ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘର ସାଧାରଣ ଅଧିବେଶନରେ ଯୋଗ ଦେଇ 'ଯୋଗ ଦିବସ' ପାଳନ କରୁଛନ୍ତି । ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିଲା ଆନ୍ତର୍ଜାତିକ ଯୋଗ ଦିବସ।...

Advertisment

ଜୁନ୍ ୨୧, ଯୋଗ ଦିବସ। ଯୋଗ ଦିବସ ପାଳନ ଲାଗି ପାଇଁ ଭାରତ ସମେତ ଦେଶ ବାହାରେ ବି ଭରପୁର ଉତ୍ସାହ। ଯୋଗ ଦିବସ ପୂର୍ବରୁ ବିଭିନ୍ନ ସ୍ଥାନରେ କରାଯାଇଛି ଯୋଗ ଅଭ୍ୟାସ । ଏ ନେଇ ଲଣ୍ଡନ, ଆମେରିକା ସବୁଠି ଅପୂର୍ବ ଉତ୍ସାହ। ଲଣ୍ଡନରେ ଆୟୋଜିତ ଯୋଗ ଉତ୍ସବରେ ସାମିଲ ହୋଇଛନ୍ତି ପ୍ରାୟ ଦୁଇ ଶହରୁ ଅଧିକ ସ୍ଥାନୀୟ ବାସିନ୍ଦା । ପ୍ରବାସୀ ଭାରତୀୟ ମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଯୋଗ ଅଭ୍ୟାସ କରିଛନ୍ତି । ୟୁକେ ଦୂତାବାସ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ଯୋଗ କରାଯାଇଛି। ଯୋଗଗୁରୁମାନଙ୍କ ବିଭିନ୍ନ ମୁଦ୍ରାକୁ ଅଭ୍ୟାସ କରିଛନ୍ତି ଲୋକେ। ପ୍ରାୟ ୩୫ରୁ ୪୦ ମିନିଟ ଧରି ବିଭିନ୍ନ ଆସନ ଅଭ୍ୟାସ କରିଛନ୍ତି ପ୍ରବାସୀ ଭାରତୀୟ ଓ ସ୍ଥାନୀୟ ବାସିନ୍ଦା।

ଅଧିକ ପଢ଼ନ୍ତୁ: ଆପଣଙ୍କ ଥାଇରଏଡ୍ ସମସ୍ୟା ଅଛି କି ? ଜାଣନ୍ତୁ କେଉଁ ଯୋଗ କଲେ ଏହା ଦୂର ହେବ

Advertisment

ସାରା ବିଶ୍ୱକୁ ଭାରତର ଏକ ଅତୁଲ୍ୟ ଅବଦାନ ହେଉଛି ଯୋଗ। କେଉଁ ପୁରାତନ କାଳରୁ ଏହାକୁ ଭାରତରେ ପାଳନ କରାଯାଉଥିଲେ ମଧ୍ୟ, ୨୦୧୪ ମସିହାରେ ଏହାକୁ ସାରା ବିଶ୍ୱରେ ମାନ୍ୟତା ମିଳିଲା । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନେକ ଅବଦାନ ରହିଛି । ୨୦୧୪ରେ ଜାତିସଂଘର ସାଧାରଣ ଅଧିବେଶନରେ ଯୋଗଦେଇ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଭାରତର ଏହି ପ୍ରସ୍ତାବକୁ ଭରପୁର ସମର୍ଥନ ମିଳିଥିଲା ।

ଏକାଦିକ୍ରମେ ୧୭୫ ଜଣ ସଦସ୍ୟଙ୍କ ସମର୍ଥନ ପରେ ଏହାକୁ ଆନୁଷ୍ଠାନିକ ମଂଜୁରୀ ମିଳିଥିଲା । ସର୍ବସମ୍ମତି କ୍ରମେ ଜୁନ୍ ୨୧ ତାରିଖକୁ ଆର୍ନ୍ତାଜାତିକ ଯୋଗ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତା ପରଠାରୁ ପ୍ରତିବର୍ଷ ପାଳନ ହୋଇଆସୁଛି ଆନ୍ତର୍ଜାତିକ ଯୋଗ ଦିବସ । ସମୟ ଗଡ଼ିବା ସହ ଯୋଗ ପ୍ରତି ସଭିଙ୍କର ଆଗ୍ରହ ବି ବଢ଼ିଛି, ଆଉ ଚାରିଆଡେ ଯୋଗକୁ ନେଇ ବେସ୍ ଉତ୍ସାହ ପ୍ରକାଶ ପାଇଛି।

Yogasana International Yoga Day
Advertisment
Advertisment