Advertisment

Shahrukh's Emotional Ties to Kashmir: କାଶ୍ମୀରକୁ ନେଇ ବଡ଼ ଖୁଲାସା କଲେ ଶାହରୁଖ; କହିଲେ, ମୁଁ କେବେ ଯାଇନି...

ସବୁବେଳେ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିବା ବଲିଉଡର ବାଦଶାହା ଶାହରୁଖ ଖାନ ଏବେ କାଶ୍ମୀରକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କାରଣ ହିଁ ସେମିତି। ଯିଏ ଶୁଣୁଛି, ସିଏ ଆଶ୍ଚର୍ଯ୍ୟ ଚକିତ ହେଉଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
When Shah Rukh Khan revealed why he never visited Kashmir

When Shah Rukh Khan revealed why he never visited Kashmir

ପହଲଗାମ ଆକ୍ରମଣ ପରେ ଉଠୁଛି ପଡ଼ୁଛି ସାରା ଦେଶ । ପ୍ରତିଶୋଧ ନିଆଁରେ କୁହୁଳୁଛି ସାରା ଦେଶ । ଏହାରି ଭିତରେ ସବୁବେଳେ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିବା ବଲିଉଡର ବାଦଶାହା ଶାହରୁଖ ଖାନ ଏବେ କାଶ୍ମୀରକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କାରଣ ହିଁ ସେମିତି। ଯିଏ ଶୁଣୁଛି, ସିଏ ଆଶ୍ଚର୍ଯ୍ୟ ଚକିତ ହେଉଛି ।

Advertisment

ମୁଁ ଆଜି ପର୍ଯ୍ୟନ୍ତ କାଶ୍ମୀର କେବେ ଯାଇନାହିଁ ।  କାଶ୍ମୀର ସହିତ ମୋର ସବୁଠୁ ଭଲ ସ୍ମୃତି ରହିଛି। ମୋ ଜେଜେମା’ଙ୍କ ଘର କାଶ୍ମୀର...ଏହା ସତ୍ତ୍ୱେ ବି ମୁଁ କେବେ ଯାଇନାହିଁ...କାରଣ ମୁଁ ବାପାଙ୍କ ପ୍ରତିଶ୍ରୁତି ପାଳନ କରିଛି...

ଅଧିକ ପଢ଼ନ୍ତୁ: ସେନା ଗୁଳିରେ ଟପ୍‌ ଆତଙ୍କୀ କମାଣ୍ଡର ଅଲତାଫ୍‌ ନିହତ

ଶାହରୁଖ ଶୋ’ରେ କହିଥିଲେ-

‘ମୋ ବାପା ମୋତେ କହିଥିଲେ ଯେ ଜୀବନରେ ତିନୋଟି ସ୍ଥାନକୁ ନିହାତି ଯିବ- ଇସ୍ତାନବୁଲ, ରୋମ ଓ କାଶ୍ମୀର। କିନ୍ତୁ ସେ କହିଥିଲେ ଯେ ତୁମେ ମୋ ବିନା ଅନ୍ୟ ଦୁଇଟି ସ୍ଥାନ ଯିବ, କିନ୍ତୁ ମୋ ବିନା କାଶ୍ମୀର ଯିବ ନାହିଁ, ମୁଁ ତୁମକୁ ନିଜେ ନେଇ କାଶ୍ମୀର ବୁଲେଇବି । ଏହି କଥା ତାଙ୍କ ହୃଦୟକୁ ଛୁଇଁଥିଲା । ସମୟର ଚକ୍ରରେ ବାପାଙ୍କର ବହୁତ ଶୀଘ୍ର ମୃତ୍ୟୁ ହୋଇଗଲା...ସୁଯୋଗ ମିଳିଥିଲେ ମଧ୍ୟ କାଶ୍ମୀର କେବେ ଯାଇ ନାହିଁ ବୋଲି କହିଥିଲେ ଶାହରୁଖ....

Advertisment

ନିକଟରେ, ଯେତେବେଳେ ଶାହରୁଖ ଅମିତାଭ ବଚ୍ଚନଙ୍କ ଶୋ’ କୌନ୍ ବନେଗା କରୋଡପତିକୁ ଯାଇଥିଲେ, ସେ ଏଭଳି ଘଟଣାକୁ ସେୟାର କରିଥିଲେ ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା।

ଏପଟେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ହେଉଛି କୂଟନୈତିକ ବିବାଦ । ପାକିସ୍ତାନକୁ ଏଥର ଉଚିତ୍‌ ଜବାବ୍ ଦେବାକୁ ସିନ୍ଧୁ ଜଳଚୁକ୍ତି ରବ୍ଦ, ଭିସା ବାତିଲ, ସୀମା ବନ୍ଦ ଭଳି କଠୋର କାର୍ଯ୍ୟାନୁଷ୍ଠାନ ସହିତ ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାକୁ ଜାରି ରହିଛି ଜୋରଦାର୍ ଅପରେସନ । ଘନ ଘନ ହାଇଲେବୁଲ ବୈଠକ, ତା'ସାଙ୍ଗକୁ ଭାରତର ସମରସଜ୍ଜା । ଏହି କ୍ରମରେ ଆଜି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପାକିସ୍ତାନ ନାଗରିକଙ୍କୁ ଚିହ୍ନଟ କରି ବିତାଡ଼ିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ । ପାକ୍ ନାଗରିକଙ୍କ ଭିସା ରଦ୍ଦ କରି ତୁରନ୍ତ ସେମାନଙ୍କୁ ନିଜ ନିଜ ରାଜ୍ୟରୁ ବାହାର କର ବୋଲି ନିର୍ଦ୍ଦେଶ ଦିଆଯାଇଛି । 

ଅଧିକ ପଢ଼ନ୍ତୁ: ଯୁଦ୍ଧ ହେଲେ କିଏ ଜିତିବ, ଜାଣନ୍ତୁ କାହାର କେତେ ସୈନ୍ୟବଳ...

Jammu Kashmir Shahrukh Khan
Advertisment
Advertisment