Advertisment

Career Tips For Students: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

ଯଦି ଆପଣ ଏକ ଡିଗ୍ରୀ ପାଠ୍ୟକ୍ରମରେ ଆଡ୍‌ମିଶନ ନେବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ରିସର୍ଚ୍ଚ କରିବା ପରେ ନିଷ୍ପତ୍ତି ନେବା ଭଲ ହେବ। ବାସ୍ତବରେ, ଏମିତି ଅନେକ ପୁରାତନ ପାଠ୍ୟକ୍ରମ ଅଛି ଯାହାର ମୂଲ୍ୟ ହ୍ରାସ ପାଇଛି ଏବଂ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ଶେଷ ହୋଇଯିବ।

author-image
Pramod Behera
ଅଦ୍ୟତନ ହୋଇଛି
Ten useless degrees do not have guarantee jobs

Ten useless degrees do not have guarantee jobs

ପୂର୍ବରୁ ଅଧିକାଂଶ ଛାତ୍ର ଦ୍ୱାଦଶ ପରେ BA, B.Sc., B.Com, BBA, B.Tech ଭଳି ପାଠ୍ୟକ୍ରମରେ ଆଡ୍‌ମିଶନ୍‌ ନେଉଥିଲେ। କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଶିକ୍ଷା ଏବଂ ଚାକିରିର ଟ୍ରେଣ୍ଡ୍‌ରେ ଅନେକ ପରିବର୍ତ୍ତନ ଆସିଛି। ଏହା ସହିତ ପୁରୁଣା ଏବଂ ପାରମ୍ପରିକ ପାଠ୍ୟକ୍ରମର ଚାହିଦା ହ୍ରାସ ପାଇଛି।

Advertisment

B.Tech କରୁଥିବା ଛାତ୍ରମାନେ ବର୍ତ୍ତମାନ ସିଭିଲ୍ ଏବଂ ମେକାନିକାଲ୍ ଉପରେ AI ଏବଂ ମେସିନ୍ ଲର୍ନିଂ ପରି ଷ୍ଟ୍ରିମ୍‌କୁ ପ୍ରାଧାନ୍ୟ ଦେଉଛନ୍ତି।

ଅଧିକ ପଢ଼ନ୍ତୁ: How To Get Job In Google: ଗୁଗୁଲ ଅଫିସ୍‌ରେ ଚାକିରି କରିବାକୁ ଚାହୁଁଛନ୍ତି କି…କରନ୍ତୁ ଏହି Courses, ମିଳିବ ହାଇ ସାଲାରୀ

Advertisment

ଯଦି ଆପଣ ବର୍ତ୍ତମାନ ଦ୍ୱାଦଶରେ ଅଧ୍ୟୟନ କରୁଛନ୍ତି ଏବଂ ଏକ ଡିଗ୍ରୀ ପାଠ୍ୟକ୍ରମରେ ଆଡ୍‌ମିଶନ ନେବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ରିସର୍ଚ୍ଚ କରିବା ପରେ ନିଷ୍ପତ୍ତି ନେବା ଭଲ ହେବ। ବାସ୍ତବରେ, ଏମିତି ଅନେକ ପୁରାତନ ପାଠ୍ୟକ୍ରମ ଅଛି ଯାହାର ମୂଲ୍ୟ ହ୍ରାସ ପାଇଛି ଏବଂ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ଶେଷ ହୋଇଯିବ।

ଆଶ୍ଚର୍ଯ୍ୟଜନକ କଥା ହେଉଛି ପୂର୍ବରୁ ଏହିସବୁଥିରେ ଆଡ୍‌ମିଶନ ନେବାକୁ ଛାତ୍ରମାନଙ୍କ ଏକ ଲମ୍ବା ଧାଡି ରହୁଥିଲା। କିନ୍ତୁ ଏବେ ଏହାର ପରିବର୍ତ୍ତନ ହୋଇଛି। ଆସନ୍ତା ୫ ବର୍ଷରେ ଏହି ଡିଗ୍ରୀ ପାଠ୍ୟକ୍ରମଗୁଡିକ ଅଧ୍ୟୟନ କରିବା ପରେ ମଧ୍ୟ ଚାକିରି ପାଇପାରିବେ ନାହିଁ।

ଭୁଲରେ ବି ଏହି ପାଠ୍ୟକ୍ରମରେ ଆଡମିଶନ ନିଅନ୍ତୁ ନାହିଁ:

କ୍ୟାରିୟରରେ ଅଭିବୃଦ୍ଧି ହାସଲ କରିବାକୁ, ଦ୍ୱାଦଶ ପରେ ସଠିକ୍ ପାଠ୍ୟକ୍ରମରେ ଆଡ୍‌ମିଶନ୍‌ ନେବା ଜରୁରୀ। ଲାଟେ‌ଷ୍ଟ୍ ଜବ୍ ଟ୍ରେଣ୍ଡ୍, ପାଠ୍ୟକ୍ରମର ଚାହିଦାକୁ ଧ୍ୟାନରେ ରଖି କୌଣସି ନିଷ୍ପତ୍ତି ନେବା ଠିକ୍ ହେବ।

ନିମ୍ନରେ ଉଲ୍ଲେଖ କରାଯାଇଥିବା ୧୦ଟି ପାଠ୍ୟକ୍ରମର ଚାହିଦା ଆସନ୍ତା ୫ ବର୍ଷରେ ହ୍ରାସ ପାଇବ। ଏସବୁରେ ଚାକିରି ମଧ୍ୟ ହ୍ରାସ ପାଇବ।

  • ପାରମ୍ପରିକ ୱେବ୍ ଡିଜାଇନ୍
  • ଡେସ୍କଟପ୍ ଆପ୍ଲିକେଶନ୍ ଡେଭଲପ୍‌ମେଣ୍ଟ୍
  • ନେଟ୍‌ୱାର୍କିଂ ଏବଂ ହାର୍ଡୱେର୍
  • ପାରମ୍ପରିକ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍ (ଯେପରିକି COBOL, Pascal)
  • ଟେଲିଫୋନ୍ ଏବଂ ଟେଲିକମ୍ୟୁନିକେଶନ୍
  • ପ୍ରିଣ୍ଟ ମିଡିଆ
  • ଭିଡିଓ ଏଡିଟିଂ ଏବଂ ପୋଷ୍ଟ୍-ପ୍ରଡକ୍ସନ୍
  • ଅଡିଓ ଇଞ୍ଜିନିୟରିଂ
  • ଫ୍ୟାଶନ୍ ଡିଜାଇନ୍ ଏବଂ ମଡେଲିଂ
  • ଟ୍ରାଭେଲ୍ ଏବଂ ଟ୍ୟୁରିଜିମ୍ ମ୍ୟାନେଜ୍‌ମେଣ୍ଟ୍

କାହିଁକି ହ୍ରାସ ପାଉଛି ଚାହିଦା:

ଏହି ପାଠ୍ୟକ୍ରମଗୁଡ଼ିକ ପାଇଁ କମ୍ ଚାହିଦା ପଛରେ ଅନେକ କାରଣ ଅଛି। କିଛି ମୁଖ୍ୟ କାରଣ ହେଲା-ଣ୍ଟେକ୍ନୋଲୋଜିକାଲ୍ ଆଡ୍‌ଭାନ୍ସମେଣ୍ଟ୍ ଏବଂ ଅଟୋମେଶନ୍

  • ଅନ୍‌ଲାଇନ୍ ଏବଂ ଡିଜିଟାଲ୍ ମିଡିଆ ପାଇଁ ଚାହିଦା ବୃଦ୍ଧି
  • ଶିଳ୍ପରେ ପରିବର୍ତ୍ତନ ଏବଂ ନୂତନ ଟେକ୍ନୋଲୋଜିର ଅପଡେଟ୍
  • ଶିକ୍ଷା ଏବଂ ପ୍ରଶିକ୍ଷଣରେ ପରିବର୍ତ୍ତନ
  • ଆର୍ଥିକ ଏବଂ ସାମାଜିକ ପରିବର୍ତ୍ତନ

ଅଧିକ ପଢ଼ନ୍ତୁ: Career Tips: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

Job Seekers Career Tips
Advertisment
Advertisment