• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପବିତ୍ର ବଡ଼ଦିନରେ ସବୁଠି ସେଲିବ୍ରେସନର ମାହୋଲ୍ । ମଧ୍ୟରାତ୍ରରେ ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ ଧୁମଧାମରେ ଉତ୍ସବ ମନାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ଏଥିଲାଗି ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁମାନେ ବିଭିନ୍ନ ଚର୍ଚ୍ଚରେ ଏକାଠି ହେବା ସହ ସେହି ମୂହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ, କେତେବେଳେ ପ୍ରଭୁ ଯୀଶୁ ଧରାବତରଣ କରିବେ । ଆଉ ମଧ୍ୟରାତ୍ରରେ ଯୀଶୁ ଧରାବତରଣ କରିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି । ଏହି ଅବସରରେ ରାଜଧାନୀ ଟ୍ୱିନସିଟିର ବିଭିନ୍ନ ଚର୍ଚ୍ଚକୁ ସୁନ୍ଦର ଆଲୋକମାଳାରେ ସଜାଯାଇଥିଲା ।

ଖ୍ରୀଷ୍ଟମାସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ବାଲୁକା କଳା । ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ମାନସ ସାହୁ ସାଣ୍ଟାକ୍ଲସଙ୍କର ବାଲୁକା କଳା ନିର୍ମାଣ କରିଛନ୍ତି । ୭ ଟନ୍ ବାଲିରେ ନିର୍ମାଣ ହୋଇଛି ସାଣ୍ଟାଙ୍କର ଏହି ୨୦ ଫୁଟ୍ ଓସାର ବିଶିଷ୍ଟ ବାଲୁକା କଳା । ଏଥିଲାଗି ୭ ଘଣ୍ଟା ସମୟ ଲାଗିଥିବା ମାନସ କହିଛନ୍ତି । ବାଲୁକା କଳା ମାଧ୍ୟମରେ ସେ ବିଶ୍ୱଶାନ୍ତିର ବାର୍ତ୍ତା ଦେଇଛନ୍ତି । ସାରା ବିଶ୍ୱରେ ଏବେ ଯୁଦ୍ଧର ମାହୋଲ ଲାଗି ରହିଥିବା ବେଳେ ଏହି ସମୟରେ ସାଣ୍ଟାକ୍ଲସ୍ ଆସି ଶାନ୍ତିର ବାର୍ତ୍ତା ଦେଉଥିବା ସେ କହିଛନ୍ତି ।

ଖ୍ରୀଷ୍ଟମାସ ଶବ୍ଦର ଅର୍ଥ କ’ଣ ?

ପ୍ରାୟତଃ ଖୁବ୍‌ କମ୍‌ ଲୋକ ଖ୍ରୀଷ୍ଟମାସ ଶବ୍ଦର ଅର୍ଥ ଜାଣିଥିବେ । ଖ୍ରୀଷ୍ଟମାସ ଶବ୍ଦ କ୍ରାଇଷ୍ଟେସ୍ ମାଇସ୍‌ରୁ ଶଦ୍ଦରୁ ଉତ୍ପନ୍ନ । ଖ୍ରୀଷ୍ଟମାସ ତଥା ବଡ ଦିନରେ ଇଶ୍ୱରଙ୍କ ପୁତ୍ର ଯୀଶୁଙ୍କ ଜନ୍ମ ଖୁସିରେ ଏହି ଦିନକୁ ପୁରା ଆନନ୍ଦର ସହିତ ପାଳନ କରାଯାଏ । ଏହି ଦିନକୁ ବିଶ୍ୱ ସାରା ଏକ ଛୁଟି ଦିନ ଭାବରେ ପାଳନ କରାଯାଏ । ଡିସେମ୍ୱର ୨୫ ତାରିଖରେ ହିଁ ଯୀଶୁଙ୍କ ଜନ୍ମ ଦିନ ବୋଲି କୌଣସି ପ୍ରକୃତ ପ୍ରମାଣ ନାହିଁ । ହେଲେ ଏହି ପର୍ବକୁ ଶତାବ୍ଦୀ ଶତାବ୍ଦୀ ଧରି ସାରା ବିଶ୍ୱରେ ପାଳନ କରାଯାଉଛି ।