/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671900737.jpg)
Cisf officers saved a persons life by giving cpr
ଜରୁରୀକାଳୀନ ମେଡିକାଲ୍ ପରିସ୍ଥିତି କେବେ ଓ କେଉଁଠାରେ ଆସିଯିବ ତାହା କେହି କହିପାରିବେ ନାହିଁ। ତେବେ ଏପରି ପରିସ୍ଥିତିରେ, ଏହା ଜରୁରୀ ଯେ ସମସ୍ତେ ପ୍ରାଥମିକ ଚିକିତ୍ସା ଏବଂ ଜରୁରୀକାଳୀନ ପରିସ୍ଥିତିରେ ଉପଯୋଗୀ କେତେକ ଚିକିତ୍ସା ବିଷୟରେ ଅବଗତ ହେବା ଆବଶ୍ୟକ। ଏହା ପ୍ରାୟତଃ ଅଭାବୀମାନଙ୍କ ପାଇଁ ଉପଯୋଗୀ ହୋଇପାରେ।
ସେମିତି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓରେ କିଛି CISF କର୍ମଚାରୀ ହୃଦଘାତରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଜୀବନକୁ ବଞ୍ଚାଇ ଦେଇଛନ୍ତି।
ଟ୍ୱିଟରର ଆକାଉଣ୍ଟ୍ @Sunil_Deodhar ପେଜ୍ରେ ଏହି ଭିଡିଓ ଶେୟାର କରାଯାଇଛି। ଏଥିରେ ଅହମ୍ମଦାବାଦ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ଜଣେ ବ୍ୟକ୍ତି ହୃଦ୍ଘାତରେ ପୀଡିତ ହୋଇ ଯନ୍ତ୍ରଣା ଭୋଗିବାକୁ ଲାଗିଲେ। ସେହି ବ୍ୟକ୍ତିଙ୍କ ଏଭଳି ଅବସ୍ଥା ଦେଖି CISF ଅଧିକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଆସି ତାଙ୍କୁ CPR ଦେଇ ତାଙ୍କ ଜୀବନ ରକ୍ଷା କରିଦେଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖବର ଲେଖାହେବା ବେଳକୁ ଏହି ଭିଡିଓଟି ୬.୧ ଲକ୍ଷରୁ ଅଧିକ ଭ୍ୟୁ ପାଇସାରିଥିଲା।
ଏହି ଭାଇରାଲ ଭିଡିଓରେ ଦେଖାଯାଏ ଯେ ଧଳା ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ତଳେ ଚେତାଶୂନ୍ୟ ହୋଇ ପଡ଼ିଛନ୍ତି ଏବଂ CISF କର୍ମଚାରୀମାନେ ତାଙ୍କୁ ଘେରି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଛାତିକୁ ପମ୍ପିଂ କରୁଥିବା ଦେଖାଯାଏ।
Prompt action of CISF Jawan's saved a life at @ahmairport.
Salute to this great force 🙏 pic.twitter.com/miBP4g8Ft6— Sunil Deodhar (@Sunil_Deodhar) December 22, 2022
ୟୁନିଫର୍ମରେ ଥିବା ଏହି CISF ଯବାନ ସେହି ଚେତାଶୂନ୍ୟ ବ୍ୟକ୍ତିଙ୍କୁ CPR ଦେଇ ତାଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। କାରଣ କିଛି ସମୟ ପୂର୍ବରୁ ହୃଦଘାତ ହେତୁ ସେ ତଳେ ପଡି ବେହୋସ ହୋଇଯାଇଥିଲେ।
ଭିଡିଓଟି ଅହମ୍ମଦାବାଦ ବିମାନବନ୍ଦରରୁ ଆସିଛି ଯେଉଁଠାରେ ହଠାତ୍ ଜଣେ ବ୍ୟକ୍ତି ହୃଦଘାତରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କ ଅବସ୍ଥା ଦେଖି CISF ଯବାନମାନେ ସାଙ୍ଗେ ସାଙ୍ଗେ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ ଏବଂ ସି.ଆର.ପି ଦେଇ ତାଙ୍କ ଜୀବନକୁ ବଞ୍ଚାଇବା ପାଇଁ ସଫଳ ହୋଇଥିଲେ।
ଯେଉଁ ବ୍ୟକ୍ତିଙ୍କ ହୃଦ୍ଘାତ ହୋଇଥିଲା ସେ ମୁମ୍ବାଇ ଯାଉଥିଲେ। ଅହମ୍ମଦାବାଦ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କଲେ ଏବଂ ସେ ପାଟିକରି ତଳେ ପଡ଼ିଗଲେ। କିଛି ଲୋକ ବୁଝିପାରିଲେ ନାହିଁ କ’ଣ ହେଲା, କିନ୍ତୁ ଠିକ୍ ସେତିକି ବେଳେ CISF ଅଧିକାରୀ ଏବଂ ଯବାନମାନେ ସେହି ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ। ସେହି ବ୍ୟକ୍ତି ଜଣକ ହୃଦଘାତରେ ପୀଡିତ ଥିଲେ, ଏହା ବୁଝିବା ପାଇଁ ସେମାନଙ୍କୁ ଅଧିକ ସମୟ ଲାଗିଲା ନାହିଁ।
ତେଣୁ ସେମାନେ ତୁରନ୍ତ ସିପିଆର ଦେଇ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିଲେ। ଭାଇରାଲ୍ ଭିଡିଓରେ ସିପିଆର ଦେଉଥିବା CISF ସବ୍-ଇନ୍ସପେକ୍ଟର କପିଲ ରାଘବ ସ୍ପଷ୍ଟ ଦେଖାଯାଉଛନ୍ତି। ଅନ୍ୟ ସୈନିକମାନେ ତାଙ୍କ ଚାରିପାଖରେ ଠିଆ ହୋଇଛନ୍ତି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଏବଂ CISF ଯବାନମାନଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)