/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724728470.jpg)
Admission Process
ଚଳିତ ଶିକ୍ଷା ବର୍ଷରେ ପ୍ଲସ ଥ୍ରୀ ପାଠପଢା ଗତ ୧ ତାରିଖରୁ ଆରମ୍ଭ ହୋଇଛି। ହେଲେ ଏପର୍ଯ୍ୟନ୍ତ ସରିନି ନାମ ଲେଖା ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟ ସରିବା ପରେ ଏବେ ଦ୍ବିତୀୟ ପର୍ଯ୍ୟାୟ ନାମ ଲେଖା ଚାଲିଛି। ତେବେ ବଡ଼ କଥା ହେଉଛି ସାମସର ଜଟିଳ ଅନଲାଇନ୍ ପ୍ରକ୍ରିୟା ପାଇଁ ଏବେ ସୁଦ୍ଧା ବିଭିନ୍ନ କଲେଜରେ ପ୍ରାୟ ଲକ୍ଷେ ସିଟ୍ ଫାଙ୍କା ପଡ଼ିଛି।
ପ୍ଲସ୍ ଥ୍ରୀ ବା ୟୁଜି ଆଡମିଶନ ପାଇଁ ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ପାଖାପାଖି ରାଜ୍ୟରେ ଲକ୍ଷେ ସିଟ୍ ଫାଙ୍କା ପଡିଛି। SAMS ବା ଷ୍ଟୁଡେଣ୍ଟସ୍ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମର ଜଟିଳ ଅନଲାଇନ୍ ପକ୍ରିୟା ଯୋଗୁଁ ଅନେକ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନିଜ ନିଜ ପସନ୍ଦର କଲେଜରେ ଆଡମିଶନ କରିବାରୁ ବଞ୍ଚିତ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଅନୁରୋଧ ପରେ ଉଚ୍ଚ ଶିକ୍ଷା ବିଭାଗ ସାମସ ଗାଇଡଲାଇନର ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି। ଏହାଦ୍ବାରା ଯେଉଁପିଲା ପ୍ରଥମ ପର୍ଯାୟରେ ଚଏସ୍ ଲକିଙ୍ଗ କରିଛନ୍ତି ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟୟରେ ଆବେଦନର ସୁଯୋଗ ମିଳିବ। ଏନେଇ ଛାତ୍ରଛାତ୍ରୀ ସରକାରଙ୍କୁ ନିବେଦନ କରିଥିଲେ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଗତ ୨୪ ତାରିଖରେ ପୁଣି ଥରେ ପୋର୍ଟାଲକୁ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ଯାହାକୁ ସ୍ୱାଗତ କରିଛନ୍ତି ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ।
ଅଧିକ ପଢ଼ନ୍ତୁ: ଗ୍ରେସ୍ ମାର୍କ ଦାବିରେ OTET ପରୀକ୍ଷାର୍ଥୀଙ୍କ ଧାରଣା; ବୋର୍ଡ ଅଫିସ ଆଗରେ ନାରାବାଜି
ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଡିଗ୍ରୀ କଲେଜଗୁଡ଼ିକ ପାଇଁ ଗତ ଜୁନ୍ 26ରେ SAMS ଜରିଆରେ +3 ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ କରିଥିଲା। ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ଯୋଗ୍ୟ ଥିବା 1ଲକ୍ଷ 78 ହଜାର 976 ଛାତ୍ରଙ୍କ ମଧ୍ୟରୁ କେବଳ 92, 247 ଛାତ୍ରଛାତ୍ରୀ ଆଡମିଶନ ନେଇଛନ୍ତି। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା 43 ହଜାର ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିବାବେଳେ 30 ହଜାର ଛାତ୍ରଛାତ୍ରୀ ଆଡମିଶନ କରିଥିଲେ । ଫଳରେ ବିଭିନ୍ନ କଲେଜରେ ପ୍ରାୟ ଏବେବି ଲକ୍ଷେ ସିଟ୍ ଖାଲି ପଡିଛି । ଶିକ୍ଷାବିତଙ୍କ କହିବା କଥା ସାମସର ଜଟିଳ ଅନଲାଇନ୍ ପକ୍ରିୟା ଯୋଗୁ ଅନେକ ମେଧାବୀ ଛାତ୍ରଛାତ୍ରୀ ଭଲ କଲେଜରେ ନାମ ଲେଖା ସୁଯୋଗରୁ ବଞ୍ଚିତ ହେଉଛନ୍ତି ।
ସରକାର ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶନ ପରେ ଆବେଦନ କରିବାର ସୁଯୋଗ ଦେବା ଏକ ସ୍ବାଗତଯୋଗ୍ୟ ନିଷ୍ପତି । ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନଜରରେ ରଖି ପୁଣିଥରେ ପୋର୍ଟାଲକୁ କାର୍ଯ୍ୟକ୍ଷମ କରାଯାଇଛି । ଏଥର ଚଏସ୍ ଲକିଂ ପାଇଁ ସମୟ ଦିଆଯାଇଛି।
ଗୋଟିଏ ପଟେ ଚାକିରୀ ସୁଯୋଗ ଅଭାବରୁ ଛାତ୍ରଛାତ୍ରୀମାନେ କଳା, ବାଣିଜ୍ୟ ଏବଂ ବିଜ୍ଞାନ ସ୍ନାତକ ପାଠ୍ୟକ୍ରମ ପ୍ରତି ଆଗ୍ରହ ପ୍ରକାଶ କରିବା ପରିବର୍ତ୍ତେ ବୃତ୍ତିଗତ ପାଠ୍ୟକ୍ରମକୁ ପସନ୍ଦ କରୁଛନ୍ତି । ତେଣେ ସାମସ୍ ର ଜଟିଳ ପ୍ରକ୍ରିୟା ଯୋଗୁ ଅନେକ ପିଲା ଆଡମିଶନରୁ ବଞ୍ଚିତ ହେଉଛନ୍ତି । ଅଗଷ୍ଟ ମାସ ଆରମ୍ଭରୁ ପାଠପଢା ଆରମ୍ଭ ହୋଇଯାଇଥିବା ବେଳେ ଏବେବି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରୀୟା ଜାରି ରହିଛି । ଯାହା ସେପଟେମ୍ବର ୧୫ଯାଏ ଚାଲିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)